Below header

ଇଣ୍ଡଷ୍ଟ୍ରିକୁ ଆସିବା ପୂର୍ବରୁ ହୋଟେଲରେ କାମ କରୁଥିଲେ ଏହି ଅଭିନେତ୍ରୀ, ଜାଣନ୍ତୁ କାହିଁକି

ଟେଲିଭିଜନ ଏବଂ ଫିଲ୍ମ ଅଭିନେତ୍ରୀ ଶୃତି ସେଠ ଆଜି ତାଙ୍କର ଜନ୍ମଦିନ ସେଲିବ୍ରେଟ କରୁଛନ୍ତି। ମୁମ୍ବାଇରେ ଜନ୍ମ ଗ୍ରହଣ କରିଥିବା ଶୃତି ବର୍ତ୍ତମାନ ଭିଜେ ହୋଇସାରିଛନ୍ତି। ଶୃତି ନିଜର କାମ ସହ ନିଜର ବୟାନକୁ ନେଇ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି। ଶୃତିଙ୍କ ଜନ୍ମ ଦିନରେ ଆଜି ଆମେ ଆପଣମାନଙ୍କୁ ତାଙ୍କ ଜୀବନ ସହ ଜହିତ କିଛି ଖାସ୍‌ କଥା ବିଷୟରେ କହିବୁ।

ଶୃତି ଅଶୋକ ଏକାଡେମୀରେ ପାଠ ପଢିଥିଲେ। ସେ ମୁମ୍ବାଇର ସେଣ୍ଟ ଜୋଭିୟର୍ସ କଲେଜରେ ଇକୋନୋମିକ୍ସ ଏବଂ କମର୍ସରେ ଗ୍ରାଜୁଏସନ କରିଥିଲେ। ଶୃତି ମୁମ୍ବାଇର ତାଜ୍‌ ହୋଟେଲରୁ ହିଁ ନିଜ କ୍ୟାରିୟର ଆରମ୍ଭ କରିଥିଲେ। ସେଠାରେ ସେ ଗେଷ୍ଟ ରିଲେସନ ଏକ୍ସିକ୍ୟୁଟିଭ୍‌ ଥିଲେ। ମଡେଲିଂରେ ଆସିବା ତାଙ୍କର କୌଣସି ଉଦେଶ୍ୟ ନଥିଲା। କିନ୍ତୁ କିଛି ଲୋକମାନେ ତାଙ୍କୁ ମଡେଲିଂ କରିବା ପାଇଁ ଭାବିବାକୁ କହିଥିଲେ, ଯାହାପରେ ସେ କେବଳ ନିଜର ପକେଟ୍‌ ଖର୍ଚ୍ଚ ପାଇଁ ମଡେଳିଂ କରିବା ଆରମ୍ଭ କରିଥିଲେ।

sruti-ଶୃତି ଅନେକ ବଡ ବଡ ବ୍ରାଣ୍ଡ ପାଇଁ ମଧ୍ୟ ମହେଲିଂ କରିଛନ୍ତି। ଏହା ମଧ୍ୟରୁ ସେ କ୍ଳିନ୍‌ ଆଣ୍ଡ କ୍ଲିୟର ମଶ୍ଚରାଇଜର, ଟାଟା ହୋମ ଫାଇନେସ୍‌, ପଣ୍ଡସ୍‌ ଟେଲ୍କମ ପାଉଡର, ଫ୍ରୁଟି, ଲାଇଫବୟ ସାବୁନ, ଏଲଜି ଏବଂ ଏୟାରଟେଳ ପ୍ରମୁଖ। ମଡେଲିଂ ପରେ ଶୃତି ଟେଲିଭିଜନରେ ଭିଜେ ରେ କାମ କରିବା ଆରମ୍ଭ କରିଥିଲେ। ୨୦୦୧ରେ ଶୃତି ସିରୟଲ ‘ସ…କୋଇ ହେ’ ରେ ଡେବ୍ୟୁ କରିଥିଲେ। ଏହାପରେ ସେ ‘ମାନ’, ‘ଦେଶ ମେ ନିକଲା ହୋଗା ଚାନ୍ଦ’, ‘କ୍ୟୁ ହୋତା ହେ ପ୍ୟାର’, ‘କୁଛ୍‌ କର ଦିଖାନା ହେ’, ‘ଧକ୍‌-ଧକ୍‌ ଇନ ଦୁବାଇ’, ‘ରିସ୍ତା ଡଟ୍‌ କମ’ ଏବଂ ‘ବାଲ ବୀର’ ଭଳି ସିରିୟଲରେ କାମ କରିଛନ୍ତି। ସିରିୟଲ ‘ସରାରତ’ରେ ଶୃତିଙ୍କୁ ଲୋକମାନେ ଖୁବ୍‌ ପସନ୍ଦ କରିଥିଲେ। ଏହାବ୍ୟତୀତ ଶୃତି ଅମିର ଖାନ- କାଜଲଙ୍କ ସହ ଫିଲ୍ମ ‘ଫନା’ରେ ନଜର ଆସିଥିଲେ।

sruti-1ରିପୋର୍ଟ ଅନୁଯାୟୀ ଶୃତି ୨୦୧୦ ମସିହାରେ ନିଦେର୍ଶକ ଦାନିଶ ଅସଲମଙ୍କୁ ବିବାହ କରିଥିଲେ। ୨୦୧୪ରେ ସେ ଏକ କନ୍ୟା ସନ୍ତାନ ଅଲୀନାଙ୍କୁ ଜନ୍ମ ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.