ପାକିସ୍ତାନର ଏ କି ଅବସ୍ଥା ! ପଇସା ପାଇଁ ବିରଳ ପକ୍ଷୀ ଶିକାରକୁ ସରକାର ଦେଲେ ଅନୁମତି

ପାକିସ୍ତାନ ସରକାର ନିଜ ମାନ୍ଦା ଆର୍ଥିକ ଅବସ୍ଥାକୁ ସୁଧାରିବା ପାଇଁ ଯଥାସାଧ୍ୟ ଚେଷ୍ଟା ଚଳାଇଛନ୍ତି । ଦେଶର ସ୍ଥିତି ଏମିତି ପହଞ୍ଚିଛି ଯେ ଟଙ୍କା ପାଇଁ ସରକାର ଲୁପ୍ତପ୍ରାୟ ପକ୍ଷୀ ମାନଙ୍କ ଶିକାର ପାଇଁ ଅନୁମତି ଦେବା ମଧ୍ୟ ଆରମ୍ଭ କରି ଦେଇଛନ୍ତି । ସେଠାକାର ସରକାର କତାରର କେତେକ ଧନୀ ଓ ସାହୀ ପରିବାରର ସଦସ୍ୟ ମାନଙ୍କୁ ଲୁପ୍ତପ୍ରାୟ ପ୍ରଜାତି ‘ହୋବାରା ବଷ୍ଟର୍ଡ଼’ ପ୍ରଜାତିଙ୍କର ଶିକାର ପାଇଁ ଅନୁମତି ଜାରି କରିଛନ୍ତି । ଏହା ବିରୋଧରେ ଦେଶ ବ୍ୟାପି ସ୍ୱର ଉଠୁଥିଲେ ମଧ୍ୟ ପଇସା ପାଇଁ ସରକାର ଏହି ପଦକ୍ଷେପ ନେଇଛନ୍ତି । ଏହି ପ୍ରଜାତି ବିଶେଷ ଭାବେ ମଧ୍ୟ ଏସିଆ ଅଞ୍ଚଳରେ ହିଁ ବସବାସ କରିଥାନ୍ତି ।

bird two

ପ୍ରତିବର୍ଷ ଭୀଷଣ ଥଣ୍ଡାରୁ ରକ୍ଷା ପାଇବା ପାଇଁ ଶୀତ ଋତୁରେ ଏହି ପକ୍ଷୀ ଦକ୍ଷିଣ ପ୍ରାନ୍ତକୁ ପଳାୟନ କରି ପାକିସ୍ତାନରେ ଅବସ୍ଥାନ କରିଥାନ୍ତି । ବିଶେଷ ସୂତ୍ର ଅନୁଯାୟୀ ପାକିସ୍ତାନର ବୈଦେଶିକ ମନ୍ତ୍ରାଳୟ ୨୦୧୯- ୨୦୨୦ ବର୍ଷରେ ଏହି ବିଶେଷ ଧରଣର ପକ୍ଷୀ ଶିକାର ପାଇଁ ପରମିଟ ଜାରି କରିଛନ୍ତି । ପରମିଟ ଅନୁସାରେ ପ୍ରତି ଦଶ ଦିନରେ ସର୍ବାଧିକ ୧୦୦ ପକ୍ଷୀର ଶିକାର କରାଯାଇପାରିବ । ଏକ ରିପୋର୍ଟରୁ ଏହା ମଧ୍ୟ ପ୍ରକାଶ ପାଇଛି କି ଖାଡି ଦେଶର ଶାହୀ ପରିବାରର ସଦସ୍ୟ ମାନଙ୍କୁ ଲୁପ୍ତ ପ୍ରାୟ ପକ୍ଷୀ ମାନଙ୍କ ଶିକାର ପାଇଁ ପ୍ରତିବର୍ଷ ଅନୁମତି ମିଳିଥାଏ । ଏହା ବିରୋଧରେ ଦେଶ ବ୍ୟାପି ଆଲୋଚନା ମଧ୍ୟ ଦିନ କୁ ଦିନ ତୀବ୍ର ହେବାରେ ଲାଗିଛି ।

Leave A Reply

Your email address will not be published.