Below header

ଆଗପଛ ହୋଇ ଆରପାରିକୁ ଚାଲିଗଲେ ବାପା ଓ ମା’, ଅନାଥ ହୋଇଗଲେ ୪ କୋମଳମତି ଶିଶୁ

ଚୂନା ହୋଇଗଲା ସୁନା ସଂସାର। ଆଗ ପଛ ହୋଇ ଆରପାରିକୁ ଚାଲିଗଲେ ବାପା ଓ ମା । ଅନାଥ ହୋଇଗଲେ ଚାରି ଚାରି ଜଣ ନିରୀହ ନିଷ୍ପାପ କୋମଳମତି ଶିଶୁ । ଏବେ ଏତେ ବଡ ଦୁନିଆରେ ଏକା ଏକା କେମିତି ବଞ୍ଚିବେ ଏମାନେ? ତାହାହିଁ ଚିନ୍ତାର ବିଷୟ ।

କେନ୍ଦୁଝର(କେନ୍ୟୁଜ୍) : ଚୂନା ହୋଇଗଲା ସୁନା ସଂସାର। ଆଗ ପଛ ହୋଇ ଆରପାରିକୁ ଚାଲିଗଲେ ବାପା ଓ ମା । ଅନାଥ ହୋଇଗଲେ ଚାରି ଚାରି ଜଣ ନିରୀହ ନିଷ୍ପାପ କୋମଳମତି ଶିଶୁ । ଏବେ ଏତେ ବଡ ଦୁନିଆରେ ଏକା ଏକା କେମିତି ବଞ୍ଚିବେ ଏମାନେ? ତାହାହିଁ ଚିନ୍ତାର ବିଷୟ । ଏପରି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ଟିକରପଡ଼ା ଗା’ର ବୁରୁଡ଼ିହି ସାହିରେ ।

କେନ୍ଦୁଝର ସଦର ବ୍ଳକ ମହାଦେଈଯାଡା ପଞ୍ଚାୟତ ଟିକରପଡା ଗ୍ରାମର ବୁରୁଡିହି ସାହିର ମାଇନ ମାଝୀ । ସୋମବାର ଦିନ ରାତିରେ ସାନ ପୁଅ ରମେଶ ସହ ଘରେ ତଳେ ଶୋଇଥିବା ବେଳେ ତାଙ୍କୁ ଏକ ବିଶାକ୍ତ ସାପ କାମୁଡି ଦେଇଥିଲା । ସକାଳୁ ସକାଳୁ ସମ୍ପର୍କିୟ ଲୋକେ ଜାଣିବା ବେଳକୁ ସାପ ବିଷ ପ୍ରଭାବ ରେ ମାଇନ ଚେତା ଶୁନ୍ଯ ହୋଇଯାଇଥିଲେ । ତାଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା ହେଲେ ଡାକ୍ତର ତାଙ୍କୁ ଏଠାରେ ମୃତ ଘୋଷଣା କରିଥିଲେ ।

ସୂଚନା ଥାଉକି, ମାଇନଙ୍କ ସ୍ୱାମୀ ମହେନ୍ଦ୍ର ମାଝୀ ଦୁଇବର୍ଷ ତଳେ ଅଜଣା ରୋଗରେ ଆରପାରିକୁ ଚାଲିଯାଇଥିଲେ। ମାଇନ ବାର ଦୁଆରେ କୁଲି ମଜୁରୀ କାମ କରି ଘର ଚଳାଇ ଆସୁଥିଲେ । ତିନି ପୁଅ ଓ ଗୋଟିଏ ଝିଅକୁ ନେଇ ଦୁଃଖେସୁଖେ ଚଳୁଥିଲେ । ବଡ଼ ପୁଅ ଆକାଶ ମାଝୀକୁ ଏବେ ମାତ୍ର ୧୪ ବର୍ଷ ହୋଇଥିବା ବେଳେ ଦ୍ୱିତୀୟ ପୁଅ ସିଲୁ ମାଝୀକୁ ୧୨ ବର୍ଷ, ତୃତୀୟ ଝିଅ ରୀନାକୁ ୧୦ବର୍ଷ ଓ ସାନ ପୁଅ ରମେଶ ମାଝୀକୁ ୭ ବର୍ଷ । ଦୁଇ ପୁଅ ଆକାଶ ସିଲୁ ଓ ଝିଅ ରୀନ ହଷ୍ଟେଲରେ ରହି ପାଠ ପଢ଼ୁଥିବା ବେଳେ ସାନ ପୁଅ ରମେଶ ଅଙ୍ଗନବାଡ଼ିରେ ପଢ଼ୁଥିବାରୁ ମା’ ପାଖରେ ରହୁଥିଲା। ଏବେ ମା’ ର ମୃତ୍ୟୁ ହୋଇଯିବା ପରେ ଚାରି ଜଣ ଯାକ ଶିଶୁ ବାପ ମା ଛେଉଣ୍ଡ ହୋଇଯାଛନ୍ତି ।

child villagers

ଦୁନିଆ ବିଷୟରେ ଜାଣିବା ପୂର୍ବରୁ ଏବେ ଏତେ ବଡ ଦୁନିଆରେ ଏକା ହୋଇଯାଇଛନ୍ତି ଏଇ ଚାରି ଭାଇ ଭଉଣୀ । ପିଲାଙ୍କ ସମ୍ପର୍କିୟ ଓ ଗାଁ ଲୋକେ ଏବେ ଏହି ଦୁଃଖଦ ସମୟରେ ଶିଶୁଙ୍କ ପାଖରେ ରହି ତାଙ୍କ ଖିଆପିଆ ଓ ଭଲମନ୍ଦ କଥା ବୁଝୁଛନ୍ତି । ହେଲେ ସେମାନେ ମଧ୍ୟ ଆର୍ଥିକ ସ୍ତରରେ ସ୍‌ୱଛଳ ନ ଥିବାରୁ ସବୁ ଦିନେ ପିଲା ମାନଙ୍କ କଥା ବୁଝି ପାରିବେ ନାହିଁ ବୋଲି କହିବା ସହ ସରକାରଙ୍କୁ ଛୁଆ ମାନଙ୍କର ଥଇଥାନ କରିବାକୁ ଅନୁରୋଧ କରିଛନ୍ତି ।

ସେପଟେ କିନ୍ତୁ ଶଶୁର ରମା ମାଝୀ କହିଛନ୍ତି ସାପ କାମୁଡିବା ପରେ ସକାଳେ ତାଙ୍କୁ ଡାକ୍ତରଖାନା ନିଆ ନ ଯାଇ ପ୍ରଥମେ କୁଆଡେ ଗୁଣି ଗାରେଡ଼ି ଓ ଝଡାଫୁଙ୍କା କରିଥିଲେ ତେଣୁ ଚିକିତ୍ସା ରେ ଡେରୀ ଯୋଗୁ ତାଙ୍କର ମୃତ୍ୟୁ ହେଲା । ସେପଟେ ସରପଞ୍ଚ କହିଛନ୍ତି ବାପା ମା ଛେଉଣ୍ଡ ନିରାଶ୍ରୟ ପିଲା ମାନଙ୍କୁ ସରକାରଙ୍କ ଯୋଜନା ଅନୁସାରେ ପାଞ୍ଚାୟତ ପକ୍ଷରୁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ।

ଆଖିରେ ଅନେକ ସ୍ୱପ୍ନ । ପାଠ ପଢିବାକୁ ଅନେକ ଇଚ୍ଛା। ହେଲେ ସାଥ୍ ଦେଉନି ଭାଗ୍ୟ । ଦେଖାଯାଉ କେବେ ଏହି ଛୁଆଙ୍କୁ ମିଳୁଛି ସାହାରା ଆଉ କେବେ ସୁଧୁରୁଛୁ ଏମାନଙ୍କ ଜୀବନ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.