ବିଶ୍ୱର ସବୁଠାରୁ ବଡ଼ ବାଣିଜ୍ୟ କେନ୍ଦ୍ର ଏବେ ଭାରତରେ, ଖୁବଶୀଘ୍ର ଉଦଘାଟନ କରିବେ ନରେନ୍ଦ୍ର ମୋଦି

ଦୁନିଆର ସବୁଠାରୁ ବଡ଼ ଅଫିସ ବିଲ୍ଡିଂ ବର୍ତ୍ତମାନ ଭାରତରେ ଦେଖାଯିବ । ୮୦ ବର୍ଷ ଧରି, ପେଣ୍ଟାଗନ୍ ବିଶ୍ୱର ସର୍ବବୃହତ ବିଲ୍ଡିଂ ଥିଲା କିନ୍ତୁ ସେହି ଟାଇଟଲ୍ ବର୍ତ୍ତମାନ ଗୁଜୁରାଟର ସୁରଟରେ ଥିବା ଏକ ବିଲ୍ଡିଂ ଦ୍ୱାରା ନିଆଯାଇଛି । ଯେଉଁଥିରେ ଏକ ଡାଇମଣ୍ଡ ଟ୍ରେଡିଙ୍ଗ ସେଣ୍ଟର ରହିବ ।

ଅଫିସ ବିଲ୍ଠି ତ ଅନେକ ଥାଏ । କିନ୍ତୁ ଦୁନିଆର ସବୁଠାରୁ ବଡ଼ ଅଫିସ ବିଲ୍ଡିଂ ବର୍ତ୍ତମାନ ଭାରତରେ ଦେଖାଯିବ । ୮୦ ବର୍ଷ ଧରି, ପେଣ୍ଟାଗନ୍ ବିଶ୍ୱର ସର୍ବବୃହତ ବିଲ୍ଡିଂ ଥିଲା କିନ୍ତୁ ସେହି ଟାଇଟଲ୍ ବର୍ତ୍ତମାନ ଗୁଜୁରାଟର ସୁରଟରେ ଥିବା ଏକ ବିଲ୍ଡିଂ ଦ୍ୱାରା ନିଆଯାଇଛି । ଯେଉଁଥିରେ ଏକ ଡାଇମଣ୍ଡ ଟ୍ରେଡିଙ୍ଗ ସେଣ୍ଟର ରହିବ ବୋଲି ସିଏନ୍ଏନ୍ ରିପୋର୍ଟ ରେ ପ୍ରକାଶ ପାଇଛି । ସୁରଟ ବିଶ୍ୱର ଜେମ କେପିଟାଲ ଭାବରେ ବେଶ ଜଣାଶୁଣା, ଯେଉଁଠାରେ ବିଶ୍ୱର ୯୦% ହୀରା କଟାଯାଇଥାଏ । ନୂତନ ଭାବେ ନିର୍ମିତ ସୁରଟ ଡାଇମଣ୍ଡ ବୋର୍ସ କଟର, ପଲିସର ଏବଂ ବ୍ୟବସାୟୀଙ୍କ ସମେତ ୬୫ ହଜାରରୁ ଅଧିକ ହୀରା ପ୍ରଫେସନାଲଙ୍କ ପାଇଁ ଏକ “ଓ୍ଵାନ ଷ୍ଟପ୍ ଡେଷ୍ଟିନେସନ” ହେବ ବୋଲି ଆଉଟଲେଟ୍ କହିଛି।

ସିଏନ୍‌ଏନ୍‌ ରିପୋର୍ଟ ଅନୁଯାୟୀ ୧୫ ମହଲା ବିଶିଷ୍ଟ କୋଠାଟି ୩୫ ଏକର ଜମିରେ ନଅଟି ରେକ୍ଟାଙ୍ଗୁଲାର ଷ୍ଟ୍ରକଚରରେ ନିର୍ମାଣ କରାଯାଇଛି । ସେଗୁଡ଼ିକ ଏକ ସେଣ୍ଟ୍ରାଲ ସ୍ପାଇନ ମାଧ୍ୟମରେ ପରସ୍ପର ସହିତ ଯୋଡ଼ି ହୋଇଛନ୍ତି । ସ୍ପ୍ରେଲିଂ କମ୍ପ୍ଲେକ୍ସ ନିର୍ମାଣ କରିଥିବା କମ୍ପାନୀ ଅନୁଯାୟୀ ଏହା ୭.୧ ମିଲିୟନ ସ୍କୟାର ଫୁଟରୁ ଅଧିକ ଚଟାଣ ସ୍ଥାନରେ ନିର୍ମାଣ କରାଯାଇଛି । ଏହି ବିଲ୍ଡିଂକୁ ଚଳିତ ବର୍ଷ ନଭେମ୍ବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆନୁଷ୍ଠାନିକ ଭାବେ ଉଦଘାଟନ କରିବେ। ବିଲ୍ଡିଂ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଚାରି ବର୍ଷ ଲାଗିଥିବା ସୂଚନା ମିଳିଛି ।

SDB ୱେବସାଇଟ୍ ଅନୁଯାୟୀ, କମ୍ପ୍ଲେକ୍ସରେ ରିକ୍ରିଏସନାଲ ଜୋନ ଏବଂ ପାର୍କିଂ ସ୍ଥାନ ପାଇଁ ୨୦ ଲକ୍ଷ ସ୍କୟାର ଫୁଟ ରହିଛି । ଏହା ହେଉଛି ଏକ ନନ୍‌ ପ୍ରଫିଟ ଅର୍ଗାନାଇଜେସନ, ଯାହାକି କମ୍ପାନୀ ଅଧିନିୟମ ୨୦୧୩ ଧାରା ୮ ଅନୁଯାୟୀ ରେଜିଷ୍ଟର ହୋଇଥିବା ଡାଇମଣ୍ଡ ବୋର୍ସ ଦ୍ୱାରା ପ୍ରୋସାହିତ ହୋଇଛି । ଗୁଜୁରାଟ ସୁରଟରେ ଡାଇମଣ୍ଡ ବୋର୍ସର ପ୍ରତିଷ୍ଠା ଏବଂ ପ୍ରୋମସନ ପାଇଁ ଏହା ନିର୍ମାଣ ହୋଇଛି ।

ସିଏନ୍ଏନ୍ ସହ କଥାବାର୍ତ୍ତା ସମୟରେ ପ୍ରୋଜେକ୍ଟର ସିଇଓ ମହେଶ ଗାଧବୀ କହିଛନ୍ତି ଯେ, ଏହି ନୂଆ ବିଲ୍ଡିଂ କମ୍ପ୍ଲେକ୍ସ ବ୍ୟବସାୟ କରିବା ପାଇଁ ଟ୍ରେନ୍ ଯୋଗେ ମୁମ୍ବାଇକୁ ଆସୁଥିବା ହଜାର ହଜାର ଲୋକଙ୍କୁ ଯାତ୍ରା କରିବାରୁ ବଞ୍ଚାଇବ । ଏକ ଆନ୍ତର୍ଜାତୀୟ ଡିଜାଇନ୍ ପ୍ରତିଯୋଗିତା ପରେ ଏହି ବିଲ୍ଡିଂକୁ ଭାରତୀୟ ସ୍ଥାପତ୍ୟ ସଂସ୍ଥା ମର୍ଫୋଜେନେସିସ୍ ଦ୍ୱାରା ଡିଜାଇନ୍ କରାଯାଇଛି ।

ଶ୍ରୀ ଗାଦବୀ ସିଏନ୍ଏନ୍ କୁ କହିଛନ୍ତି ଯେ, “ପେଣ୍ଟାଗନକୁ ପଛରେ ପକାଇବା ପ୍ରତିଯୋଗିତାର ଅଂଶ ନୁହେଁ। ଏହି ପ୍ରୋଜେକ୍ଟର ଆକାର ଚାହିଦା ଅନୁଯାୟୀ ନିର୍ମାଣ କରାଯାଇଛି।” ସେ ଆହୁରି ମଧ୍ୟ କହିଛନ୍ତି ଯେ ନିର୍ମାଣ ପୂର୍ବରୁ ସମସ୍ତ ଅଫିସ ଡାଇମଣ୍ଡ କମ୍ପାନୀ ଦ୍ୱାରା କିଣାଯାଇଥିଲା। ତେବେ ଏହି ବିଲ୍ଡଂକୁ ନେଇ ଚର୍ଚ୍ଚା ଜୋର ଧରିଛି । ବ୍ୟବସାୟୀମାନେ ଉତ୍କଣ୍ଠାର ସହ ଏହାର ଉଦଘାଟନ ଦିବସକୁ ଅପେକ୍ଷା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.