କ’ଣ ଆପଣ ବି ସନ୍ଧ୍ୟାରେ ଏହି ଭୁଲ କରୁଛନ୍ତି କି? ଆଗୁଆ ଜାଣି ରଖନ୍ତୁ ନଚେତ୍‌ ପଡ଼ିଯିବ ମାତା ଲକ୍ଷ୍ମୀଙ୍କ କୋପ

ହିନ୍ଦୁ ଧର୍ମ ଶାସ୍ତ୍ରରେ ପ୍ରତି କାମ ପାଇଁ କିଛି ନା କିଛି ନିୟମ ରହିଛି। ଯାହାକୁ ପାଳନ କରିବା ଆବଶ୍ୟକ ।ସନ୍ଧ୍ୟା ସମୟରେ କିଛି କାମ ରହିଛି ଯାହାକୁ କରିବା ଅନୁଚିତ। ନଚେତ୍‌ ମାତା ଲକ୍ଷ୍ମୀଙ୍କ କୋପ ପଡ଼ିଯିବ।

ଧାର୍ମିକ ମାନ୍ୟତା ଅନୁଯାୟୀ ସନ୍ଧ୍ୟା ସମୟରେ କିଛି କାମ ରହିଛି ଯାହାକୁ କରିବା ଅନୁଚିତ। ଏହା କରିବା ଦ୍ୱାରା ଘରେ ନକାରାତ୍ମକ ଉର୍ଜା ବଢ଼ିଥାଏ। ଏମିତି ଅନେକ କାମ ରହିଛି ଯାହାକୁ ଆମେ ଅଜାଣତରେ କରିଦେଇଥାଉ। ଯାହାଦ୍ୱାରା ଭଗବାନ ଅସନ୍ତୁଷ୍ଟ ହୋଇଥାନ୍ତି।

ପ୍ରତ୍ୟେକ ବ୍ୟକ୍ତି ଜୀବନରେ ସୁଖ ସମୃଦ୍ଧି ପାଇବା ପାଇଁ ଧନ ଲାଭ ପାଇଁ ମାତା ଲକ୍ଷ୍ମୀଙ୍କ ପୂଜା କରିଥାନ୍ତି। ମାତା ଲକ୍ଷ୍ମୀ ଥରେ ପ୍ରସନ୍ନ ହୋଇଗଲେ ନିଜ ଭକ୍ତଙ୍କ ପାଖରେ କେବେ ବି ଧନର ଅଭାବ କରିନଥାନ୍ତି। ପ୍ରତ୍ୟେକ ଦେବଦେବୀଙ୍କର ପ୍ରିୟ ଫୁଲ, ଭୋଗ ରହିଛି । ଯାହାକୁ ଆମେ ନେଇ ସେହି ଭଗବାନଙ୍କ ନିମିତ୍ତ ପୂଜା କରିଥାଏ। ହିନ୍ଦୁ ଧର୍ମରେ, ପ୍ରତ୍ୟେକ ଦିନ କୌଣସି ନା କୌଣସି ଭଗବାନଙ୍କୁ ସମର୍ପିତ ହୋଇଛି। ଶାସ୍ତ୍ର ମୁତାବକ, ଗୁରୁବାର ଦେବ ଗୁରୁ ବୃହସ୍ପତିଙ୍କ ବାର ଓ ଏହାକୁ ଭଗବାନ ବିଷ୍ଣୁଙ୍କ ଦିନ ମଧ୍ୟ କୁହାଯାଏ। ଗୁରୁବାର ଦିନ ଶ୍ରଦ୍ଧା ଭାବରେ ବ୍ରତ ରଖୁଥିବା ବ୍ୟକ୍ତିଙ୍କର ସବୁ ମନୋକାମନା ପୂରଣ ହୋଇଥାଏ। କୁହାଯାଏ, ଭଗବାନ ବିଷ୍ଣୁଙ୍କ ପୂଜା କରିବା ଦ୍ୱାରା ମା’ ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ଓ ଆଶୀର୍ବାଦ ପ୍ରଦାନ କରିଥାନ୍ତି। ଯଦି ଆପଣଙ୍କ ଜୀବନରେ ଧନ ସମ୍ବନ୍ଧୀୟ କୌଣସି ସମସ୍ୟା ରହିଛି, ତେବେ ଗୁରୁବାର ଦିନ କେତେକ ସ୍ୱତନ୍ତ୍ର ଉପାୟ କରିବା ଉଚିତ୍‌।

ହିନ୍ଦୁ ଧର୍ମ ଶାସ୍ତ୍ରରେ ପ୍ରତି କାମ ପାଇଁ କିଛି ନା କିଛି ନିୟମ ରହିଛି। ଯାହାକୁ ପାଳନ କରିବା ଆବଶ୍ୟକ । ହେୟ ମନେ କରି କିଛି ନିୟମକୁ ଅବମାନନା କରିବା ଦ୍ୱାରା ତାର ଖରାପ ପ୍ରଭାବ ପଡ଼ିଥାଏ। ନିୟମକୁ ମାନି ସବୁ କାମ କଲେ ଭଗବାନଙ୍କ ଆଶିର୍ବାଦ ମିଳିଥାଏ। ଏବେ ଜାଣନ୍ତୁ ସନ୍ଧ୍ୟା ସମୟରେ କେଉଁ କାମ କରିବେ ନାହିଁ।

କବାଟ ବନ୍ଦ କରନ୍ତୁ ନାହିଁ:
ସନ୍ଧ୍ୟା ସମୟରେ ଘର କବାଟ ବନ୍ଦ କରନ୍ତୁ ନାହିଁ। ଏହାବ୍ୟତିତ ଘରର ମୁଖ୍ୟ ଦ୍ୱାରକୁ ବନ୍ଦ କରନ୍ତୁ ନାହିଁ। ମନାଯାଏ ଯେ ସନ୍ଧ୍ୟା ସମୟରେ ମାତା ଲକ୍ଷ୍ମୀ ଘରକୁ ଆଗମନ କରିଥାନ୍ତି। ତେଣୁ କବାଟ ବନ୍ଦ କରିବା ଅନୁଚିତ। ଏହାଦ୍ୱାରା ମାତାଙ୍କର ଆଶିର୍ବାଦ ମିଳିଥାଏ।

ଛୁଞ୍ଚି ସୂତା ଓ ପିଆଜ-ରସୁଣକୁ ଦିଅନ୍ତୁ ନାହିଁ:
ସନ୍ଧ୍ୟା ସମୟରେ ଭୁଲରେ ବି ଏସବୁକୁ ଦାନ କରନ୍ତୁ ନାହିଁ। ଏହାଦ୍ୱରା ଘରେ ନକାରାତ୍ମକ ଶକ୍ତି ବଢ଼ିଥାଏ। ଏହାକୁ ଅଶୁଭ ମଧ୍ୟ ମନାଯାଏ। ଏହାଦ୍ୱାରା ପରିବାରରେ ଅସନ୍ତୋଷ ଦେଖାଯାଏ।

ଭୋଜନ କରନ୍ତୁ ନାହିଁ:
ସନ୍ଧ୍ୟା ସମୟରେ ଭୋଜନ କରନ୍ତୁ ନାହିଁ। ମହାଭାରତରେ ମଧ୍ୟ କୁହାଯାଇଛି ଯେ ସୂର୍ଯ୍ୟାସ୍ତ ସମୟରେ ଭୋଜନ କଲେ ଆୟୁଷ କମିଯାଏ। ସ୍ୱାସ୍ଥ୍ୟବସ୍ଥା ଖରାପ ହୁଏ। ଏହାଦ୍ୱାରା ମନ-ମସ୍ତିଷ୍କ ଏବଂ ପାଚନ କ୍ରିୟାରେ ଖରାପ ପ୍ରଭାବ ପଡେ। ଏହାଦ୍ୱାରା ଧନ ର ଅଭାବ ମଧ୍ୟ ଦେଖାଯାଏ।

ତୁଳସୀକୁ ଛୁଅନ୍ତୁନ ନାହିଁ:
ଶାସ୍ତ୍ରୀୟ ମାନ୍ୟତା ଅନୁସାରେ ସନ୍ଧ୍ୟା ସମୟରେ ତୁଳସୀ ଗଛକୁ ଛୁଇଁବା ଅନୁଚିତ। ତୁଳସୀଙ୍କୁ ରାଧାରାଣୀଙ୍କ ସ୍ୱରୂପ ମନାଯାଏ। ମନାଯାଏ ଏହି ସମୟରେ ସେ ଲୀଳା କରିବାକୁ ଯାନ୍ତି। ତେଣୁ ଏହିସମୟରେ ତୁଳସୀଙ୍କୁ ଛୁଇଁବା ଅପରାଧ ଭଳି ହୋଇଥାଏ। ତେଣୁ ଦୀପ ମଧ୍ୟ ବିନା ସ୍ପର୍ଶରେ ଦେବା ଉଚିତ। ଏହିସବୁ ନିୟମକୁ ମାନିଲେ ଆପଣଙ୍କ ଘରେ ସୁଖ ସମୃଦ୍ଧି ବଢ଼ିବ ।