୪୨ ବର୍ଷ ପୂର୍ବେ ଟିଭିରେ ଦେଖାଦେଇଥିଲେ ଏଲିଆନ୍ସ, ଜାଣନ୍ତୁ ଏହା ପଛର ରୋଚକ କାହାଣୀ

ଠିକ ୪୨ ବର୍ଷ ତଳେ ୧୯୭୭ ମସିହାରେ ଦକ୍ଷିଣ ବ୍ରିଟେନର ଟିଭି ମାନଙ୍କରେ ୬ ମିନିଟର ଏକ ରହସ୍ୟମୟୀ ଭିଡିଓ ବ୍ରଡକାଷ୍ଟ ହୋଇଥିଲା ।  ସେଦିନ ସନ୍ଧ୍ୟା ଠିକ ୫ଟା ସମୟରେ ଟିଭିରେ ଖବର ପ୍ରସାରଣ ସମୟରେ ନ୍ୟୁଜ ରିଡର ଏଣ୍ଡ୍ରୁ ଗାର୍ଡନରଙ୍କ ଫୋଟୋ ହଟାତ ହଲିବାକୁ ଲାଗିଥିଲା । ତାହା ସହ ଏକ ଅଜବ ପ୍ରକାରର ଶବ୍ଦ ଟିଭିରୁ ଆସିବାକୁ ଲାଗିଲା । ଏହା ପରେ ଏକ ଅଜବ ମେସେଜ ମଧ୍ୟ ପ୍ରସାରିତ ହୋଇଥିଲା । ଏହି ମେସେଜ ଦ୍ୱାରା କୁହାଯାଇଥିଲା କି, ଏହା ବ୍ରିଲେନଙ୍କ ଶବ୍ଦ, ଅଷ୍ଟର ଗାଲାଟିକ କମାଣ୍ଡଙ୍କ ପ୍ରତିନିଧି ଏବେ ଆପଣଙ୍କ ସହ କଥା ହେଉଛନ୍ତି । ଆମେ ହେଉଛୁ ଏଲିଆନ୍ସ ସମ୍ପଦାୟ । ଆମେ ପୃଥିବୀଠୁ ବହୁ ଦୂରରେ ଏକ ଭିନ୍ନ ଦୁନିଆରେ ହିଁ ବସବାସ କରୁଛୁ । ଆପଣ ମାନେ ଆମକୁ କେବଳ ଆକାଶରେ ତାରା ଭାବେ ହିଁ ଦେଖୁଥିଲେ । ଏବେ କିନ୍ତୁ ଆମେ ଆପଣଙ୍କ ସହ ଶାନ୍ତିରେ କିଛି ସମୟ କଥା ହେବା ପାଇଁ ହିଁ ପୃଥିବୀ ଉପରକୁ ଆସିଛୁ ।

eliyans

ଏହାକୁ ଆପଣ ମାନେ ଚେତାବନୀ ବୋଲି ମଧ୍ୟ ଭାବିପାରନ୍ତି । ଏହି ଚେତାବନୀ ମାଧ୍ୟମରେ ଆପଣ ମାନେ ନିଜ ଅନ୍ୟ ସାଙ୍ଗସାଥି ଓ ବନ୍ଧୁ ପରିଜନଙ୍କ ସହ ଆଗକୁ ଆସୁଥିବା ବିପଦ ଗୁଡିକ ପ୍ରତି ସତର୍କ ହୋଇ ରହିପାରିବେ । ସେମାନଙ୍କ ଅନୁଯାୟୀ ଏପରି ସ୍ଥିତି ଯଦି ଚାଲିରହେ ତେବେ ଆଗକୁ ନିଶ୍ଚିତ ରୂପେ ଭୟଙ୍କର ବିପଦ ମାନ ମାଡିଆସିବ । ଏମିତିକି ପୃଥିବୀ ମଧ୍ୟ ସଂପୁର୍ଣ ଧ୍ବଂସ ହୋଇଯାଇପାରେ । ଏହା ସହ ଏଲିୟନ ମାନେ କହିଥିଲେ କି ପୃଥିବୀ ବର୍ତ୍ତମାନ ଏକ ନୂଆ ସମୟ ଆଡକୁ ଗତି କରୁଛି । ଲୋକେ କ୍ରମଶଃ ଅତ୍ୟାଧୁନିକତା ଆପଣେଇବାକୁ ଲାଗିଲେଣି । ବେଳହୁଁ ସତର୍କ ହୋଇ ନୁକ୍ଲିୟର ପରି ହତିଆର ଗୁଡିକର ଉତ୍ପାଦନ ବନ୍ଦ କରିଦେବା ଉଚିତ । ଆମେ ତମ ମାନଙ୍କ କାର୍ଯ୍ୟକଳାପକୁ ଆକାଶରୁ ଥାଇ ନଜର ରଖିଛୁ । ପୃଥିବୀ ଧ୍ବଂସ ଆଡକୁ ଗତି କରୁଥିବା ଦେଖି ଆମକୁ ବହୁ କଷ୍ଟ ହେଉଛି । ବିଶ୍ୱର ପ୍ରତି ଲୋକ ବେଳହୁଁ ସାବଧାନ ହୋଇଯିବା ନିହାତି ଦରକାର ।

eliyans

ଏହା ସହ ପଢନ୍ତୁ: ରେଡ୍‌ ଓ୍ଵାଇନ୍‌ ପିଇବା ଶରୀର ପାଇଁ କେତେ ଲାଭକାରୀ? ଜାଣିବା ପାଇଁ ପଢ଼ନ୍ତୁ ଏହି ରିପୋର୍ଟ

ପରେ ଏହି ଟେଲିଭିଜନ ସଂସ୍ଥା ନିଜ ରିପୋର୍ଟରେ ପ୍ରକାଶ କରିଥିଲେ କି କେହି ଜଣେ ଦୁବୃତ୍ତ ତାଙ୍କ କମ୍ପାନୀ ଟ୍ରାନ୍ସମିଟରକୁ ଯାମ କରି ଏଭଳି ଏକ ମେସେଜ ଦେଇଛନ୍ତି । ପରେ ଯାଞ୍ଚ କରିବାରୁ ଜଣାପଡିଥିଲା କି ଏହାକୁ  ଏଲିୟନ ବ୍ରିଲେନ ନାମକ ଜଣେ ବ୍ୟକ୍ତି ଏହି ଟିଭି ମେସେଜ ସାହାଯ୍ୟରେ ଏହି ସତର୍କ ସୂଚନା ଦେଇଥିବା ଜଣାଯାଇଥିଲା । ଏହି ବ୍ୟକ୍ତି ଜଣକ ନିଜକୁ ଅସ୍ତର ଗ୍ଲଟିକ କମାଣ୍ଡର ପ୍ରତିନିଧି କହିଥିଲେ । କିନ୍ତୁ ତାହା ପରଠୁ ଏନେଇ କୌଣସି ବ୍ୟକ୍ତି କିଛି ବି ପ୍ରଶ୍ନ ଉଠାଇନଥିଲେ।  ଏହି ଘଟଣାକୁ ଦୀର୍ଘ ୪୨ ବର୍ଷ ବିତିଯାଇଥିଲେ ବି ଏହି ମେସେଜ ବିଷୟରେ କେହିବି ଭଲ ଭାବେ ଏତେଟା ଆଉ ପାଟି ଫିଟେଇ ନାହାନ୍ତି କି ଭଲ ଭାବେ ଏହାର ଉତ୍ତର ଦେଇନାହାନ୍ତି । ଲୋକେ ଆଜିବି ଏହାକୁ ଏଲିଆନ୍ସ ମାନଙ୍କ କାମ ବୋଲି ଭାବୁଛନ୍ତି । ଆଜିବି ଏହା ସାଧାରଣ ଲୋକଙ୍କ ପାଇଁ ଏକ ରହସ୍ୟ ହୋଇ ରହି ଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.