Below header

ଡିସେମ୍ବର ୧ରୁ ନୂଆ ନିୟମ ଲାଗୁ, ଚଣ୍ଡିଖୋଲ ଆରଟିଓ କାର୍ଯ୍ୟାଳୟରେ ଅସମ୍ଭବ ଭିଡ

ଯାଜପୁର(କେନ୍ୟୁଜ୍): ଡିସେମ୍ବର ୧ ତାରିଖରୁ ରାଜ୍ୟରେ ମୋଟର ଯାନ ଆଇନକୁ ସରକାର କଡାକଡି ଭାବେ ଲାଗୁ କରିବାକୁ ନିଷ୍ପତି ନେଇଛନ୍ତି । ଏହା ପରେ ନିଜର କାଗଜପତ୍ର ଠିକ କରିବାକୁ ବିଭିନ୍ନ ପରିବହନ କାର୍ଯ୍ୟାଳୟରେ ଲୋକଙ୍କ ଅସମ୍ଭବ ପ୍ରକାର ଭିଡ ଦେଖିବାକୁ ମିଳିଛି । ନିଜର ଡ୍ରାଇଭିଂ ଲାଇସେନ୍ସ ଓ ବିଭିନ୍ନ ପ୍ରକାର କାଗଜ ପତ୍ର କରିବାକୁ ଲୋକେ ଆରଟିଓ କାର୍ଯ୍ୟାଳୟରେ ଭିଡ ଲଗାଇଛନ୍ତି । ଲମ୍ବା ଧାଡିରେ ଛିଡା ହୋଇ ଅପେକ୍ଷା କରି ରହିଥିବା ଏଦୃଶ୍ୟ ହେଉଛି ଯାଜପୁର ଜିଲ୍ଲା ଚଣ୍ଡିଖୋଲ ପରିବହନ କାର୍ଯ୍ୟାଳୟର । ଏଠାରେ ଲୋକମାନଙ୍କ ପାଇଁ ମାତ୍ର ୨ ଗୋଟି କାଉଣ୍ଟର କରାଯାଇଥିବା ବେଳେ ଲୋକମାନଙ୍କୁ ଘଂଟା ଘଂଟା ଧରି ଧାଡିରେ ଛିଡା ହୋଇ ରହିବାକୁ ପଡୁଛି । ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରେ ଅନେକ ସମସ୍ୟା ଦେଖାଦେଇଥିଲା । ଏଥି ପାଇଁ ରାଜ୍ୟ ସରକାର ନିୟମକୁ ତିନିମାସ କୋହଳ କରିଥିଲେ । ଆସନ୍ତା ଡିସେମ୍ବର ଏକ ତାରିଖରୁ ନୂଆ ନିୟମ କଡାକଡି ହେବାକୁ ଥିବା ବେଳେ ଏଥି ପାଇଁ ଲୋକଙ୍କ ଭିଡ ପରିଲକ୍ଷିତ ହୋଇଛି । ଫଳରେ ଲମ୍ବା ଧାଡିରେ ଘଂଟା ଘଂଟା ଧରି ଲୋକଙ୍କୁ ନିଜ ନିଜ କାମ ପାଇଁ ଅପେକ୍ଷା କରିବାକୁ ପଡୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.