Below header

ବଲାଙ୍ଗିରରେ ଜିଲ୍ଲାରେ ଧରାପଡିଛନ୍ତି ୧୦ଜଣ ନକଲି ଶିକ୍ଷକ

ବଲାଙ୍ଗିର(କେନ୍ୟୁଜ୍): ଅସଲି ସ୍କୁଲରେ ନକଲି ଶିକ୍ଷକ । ବଲାଙ୍ଗିରରେ ଜିଲ୍ଲାରେ ଧରାପଡିଛନ୍ତି ୧୦ଜଣ ନକଲି ଶିକ୍ଷକ । ଏହି ନକଲି ଶିକ୍ଷକ ଦୀର୍ଘ ବର୍ଷ ହେବ ରାଜକୋଷରୁ ଦରମା ବି ନେଉଥିଲେ । ଅସଲ ଚେହେରା ସାମ୍ନାକୁ ଆସିବା ପରେ ସମସ୍ତଙ୍କୁ ଚାକିରିରୁ ବହିସ୍କୃତ କରି ମାମଲା ରୁଜୁ କରାଯାଇଛି । ନକଲି ଶିକ୍ଷକ ମାନେ ଗୌହାଟି ବିଶ୍ୱବିଦ୍ୟାଳୟରୁ ସାର୍ଟିଫିକେଟ୍ ଆଣିଥିଲେ । ସେଠାରୁ ତଥ୍ୟ ପାଇବା ପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ତେବେ ଜିଲ୍ଲାରେ ପୂର୍ବରୁ ୯ ଜଣ ନକଲି ହିନ୍ଦି ଶିକ୍ଷକ ଧରାପଡିଥିଲେ । ଏହାର କିଛି ଦିନ ପରେ ୭ ଜଣ ବ୍ଲକ୍‌ଗ୍ରାଣ୍ଡ ଶିକ୍ଷକ ନକଲି ଥିବା ଜଣା ପଡିଥିଲା । ଏବେ ପ୍ରାଥମିକ ଶିକ୍ଷକଙ୍କ ଯାଂଚ ଚାଲିଛି । ଶିକ୍ଷା ବିଭାଗ ୪୯ ଟି ବିଶ୍ୱବିଦ୍ୟାଳୟ ଏବଂ ଅନୁଷ୍ଠାନକୁ ତଥ୍ୟ ମାଗିଥିବା ଜଣାପଡିଛି । ଆଉ ତଥ୍ୟ ଆସିବା ପରେ ନକଲି ଶିକ୍ଷକଙ୍କ ତାଲିକା ବଢିବା ଅନୁମାନ କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.