ଦମଦାର ପ୍ରୋସେସର ସହ ଲଞ୍ଚ ହେଲା Vivo Z5i, ୟୁଜର୍ସଙ୍କୁ ମିଳିବ ଏହି ସୁବିଧା

ଭିଭୋ କମ୍ପାନୀ ବୁଧବାର ଦିନ ଜେଡ ସିରିଜର Vivo Z5i ଚିନରେ ଲଞ୍ଚ କରିଛନ୍ତି । ଏହା ପୂର୍ବରୁ କମ୍ପାନୀ Z5 କୁ ସ୍ପେଶାଲ ଫିଚର୍ସ ସହ ବଜାର ପ୍ରବେଶ କରାଇଥିଲେ । ଭିଭୋ Vivo Z5iର ଲୁକ Z -5ସହ ମିଳିଥାଏ । ଲୋକଙ୍କୁ ଭିଭୋର ଏହି ଲାଟେଷ୍ଟ ସେଟରେ ଟିଏଫଟି ଡ଼ିସ୍ପ୍ଲେ, ଟ୍ରିପଲ ରିୟର କ୍ୟାମେରା, ପାୱାରଫୁଲ ବ୍ୟାଟେରୀର ସୁବିଧା ମଧ୍ୟ ମିଳିପାରିବ ।   ଜଣାଯାଉଛିକି ଭିଭୋ ନିଜ ଏହି ଫୋନର ମୂଲ୍ୟ ଚୀନ ମୁଦ୍ରା ୧୭୯୮ ୟୁଆନ ଯାହାକି ଭାରତୀୟ ମୁଦ୍ରା ଅନୁସାରେ ୧୮,୩୦୦ ଟଙ୍କା ରଖିବ ବୋଲି ଜଣା ଯାଇଛି ।

vivo

ଲୋକଙ୍କୁ ଏହି ଫୋନ ୮ ଜିବି ରାମ ୧୨୮ ଇଂଟରନାଲ ଷ୍ଟୋରେଜ ସୁବିଧା ଉପଲବ୍ଧ ହେବ । ଯେବେକି ଏହି ଫୋନ ଜେଡ ବ୍ଲୁ ଓ ଅକ୍ସି ବ୍ଲାକ ଭଳି ୨ଟି ଟ୍ରେଂଡ଼ି କଲରରେ ଉପଲବ୍ଧ ହେବ । କମ୍ପାନୀ ଏହି ଫୋନରେ ୬.୫୩ ଇଞ୍ଚ ଟିଏଫଟି ଏଚଡ଼ିପ୍ଳସ ଡ଼ିସ୍ପ୍ଲେ ସୁବିଧା ଦେବ ଯାହାର ରିଜୋଲୁସନ ୧୦୮୦ସ ୨୩୪୦ ରହିବ । ୟୁଜର୍ସ ମାନଙ୍କୁ ଏହି ଫୋନରେ ସ୍ନେପଡ୍ରାଗନ ୬୭୫ର ପ୍ରୋସେସରର ସପୋର୍ଟ ମିଳିବ । ଏହାସହ ୟୁଜର୍ସ ମାନେ ଏସଡି କାର୍ଡ ମାଧ୍ୟମରେ ୨୫୬ ଜିବି ପର୍ଯ୍ୟନ୍ତ ଇଣ୍ଟରନାଲ ଷ୍ଟୋରେଜ ଡାଟା ବଢାଇପାରିବେ । ୟୁଜର୍ସ ମାନଙ୍କୁ ଏହି ସେଟରେ ଟ୍ରିପଲ ରିୟର କ୍ୟାମେରାର ସୁବିଧା ମିଳିପାରିବ । ଯେଉଁ ଥିରେ ୧୬ ମେଗା ପିକ୍ସଲ ପ୍ରାଇମେରୀ ଲେନ୍ସ, ୮ ମେଗାପିକ୍ସଲ ସେକଣ୍ଡାରୀ ଲେନ୍ସ, ୨ ମେଗାପିକ୍ସଲର ତାର୍ସିଆରି ଲେନ୍ସର ସୁବିଧା ମିଳିପାରିବ ।

ଏହା ସହ ପଢନ୍ତୁ: ହ୍ୱାଟ୍ସଆପକୁ ମିଳିଲା ବଡ଼ ଅପଡେଟ, ଆସିଲା କଲ ୱେଟିଂର ଫିଚର

ଏହା ସହ ଗ୍ରାହକ ମାନଙ୍କୁ ଫୋନର ଫ୍ରଣ୍ଟରେ ୧୬ ମେଗାପିକ୍ସଲର ସେଲ୍ଫି କ୍ୟାମେରା ମିଳିପାରିବ । ଏଥିରେ ୫୦୦୦ ଏମଏଏଚ ବ୍ୟାଟେରୀ ଓ ୧୮ ବଟ ଫାଷ୍ଟ ବ୍ୟଟେରୀ ଚାରଜିଙ୍ଗ ଫ୍ୟାସିଲିଟି ମିଳିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.