Below header

ଏହି ୫ ସଙ୍କେତ ଦେଇଥାଏ ପରିବାର ଉପରେ ଆସୁଥିବା ଆର୍ଥିକ ସଙ୍କଟର ସୂଚନା

ଗୁରୁ ଶିଷ୍ୟ ଜୀବନର ମାର୍ଗଦର୍ଶକ ହୋଇଥାନ୍ତି। ସେହିପରି ଜଣେ ଗୁରୁଙ୍କ ସଂପର୍କରେ ଆମେ ଆଜି ଆଲୋଚନା କରିବା। ସେ ହେଉଛନ୍ତି ଗୁରୁ ଚାଣକ୍ୟ। ଗୁରୁ ଚାଣକ୍ୟ ମହାନ ବିଦ୍ୱାନ ଥିଲେ। ସେ ଅର୍ଥଶାସ୍ତ୍ର, ସମାଜ ଶାସ୍ତ୍ର ଓ ନୀତି ଶାସ୍ତ୍ରକୁ ଅଧ୍ଧୟନ କରୁଥିଲେ। ତାଙ୍କ ଜ୍ଞାନ ସାହାଯ୍ୟରେ ସେ ମାନବ ଜାତି ପାଇଁ ଅନେକ ଭଲ କାମ କରିଛନ୍ତି।

ଗୁରୁ ଚାଣକ୍ୟଙ୍କ ଚାଣକ୍ୟ ନୀତିରେ ଲୋକଙ୍କର ସବୁ ସମସ୍ୟାର ସମାଧାନ ବିଷୟରେ ଲେଖାଯାଇଛି। ସବୁ ପରିସ୍ଥିତିରେ ମନୁଷ୍ୟ ନିଜକୁ କିପରି ପ୍ରସ୍ତୁତ ରଖିବେ ସେ ସଂପର୍କରେ ବିସ୍ତାର ରୂପେ ଏଠାରେ ବର୍ଣ୍ଣନା କରାଯାଇଛି। ଆଜି ଆମେ ଆଚାର୍ଯ୍ୟ ଚାଣକ୍ୟଙ୍କ ଏପରି କିଛି କଥା ସମ୍ପର୍କରେ କହିବୁ ଯାହା ଆପଣଙ୍କୁ ପରିବାରରେ ଆସୁଥିବା ଆର୍ଥିକ ସଙ୍କଟ ସମ୍ପର୍କରେ ପୂର୍ବରୁ ସୂଚନା ଜଣାଇ ଦେଇଥାଏ ।

୧. ତୁଳସୀ ଗଛ ଶୁଖିଯିବା : ସନାତନ ଧର୍ମରେ ତୁଳସୀ ଗଛକୁ ପୂଜ୍ୟନୀୟ କୁହାଯାଏ । ସବୁ ଘରେ ଏହାକୁ ଲଗାଯାଇଥାଏ । ଚାଣକ୍ୟ କୁହନ୍ତି ଘରେ ଯଦି ତୁଳସୀ ଗଛ ଅଛି ତେବେ ତାହାର ଦେଖାଶୁଣା ଠିକ୍‌ ଭାବେ କରିବା ଉଚିତ୍‌ । ଯଦି ତାହା ଶୁଖିଯାଏ ତେବେ ଘରେ ଆର୍ଥିକ ସଙ୍କଟ ଦେଖା ଦେଇପାରେ ।

୨. କାଚ ବାର ବାର ଭାଙ୍ଗିବା : କାଚ ଭାଙ୍ଗିବାକୁ ଅଶୁଭ ବୋଲି ମନାଯାଇଥାଏ । ଚାଣକ୍ୟଙ୍କ କହିବା ଅନୁଯାୟୀ ଘରେ ଯଦି ବାରମ୍ବାର କାଚ ଜିନିଷ ଭାଙ୍ଗୁଛି ତବେ ଘରେ ଆର୍ଥିକ ଅବସ୍ଥା ଖରାପ ହେବାକୁ ଯାଉଛି ବୋଲି ଧରି ନେବାକୁ ହେବ । ଏପରି ଘରେ ଦରିଦ୍ରତା ବାସ କରିଥାଏ ।

୩. ଗୁରୁଜନଙ୍କ ଅପମାନ : ଚାଣକ୍ୟଙ୍କ ନୀତି ଅନୁଯାୟୀ ଯେଉଁ ଘରେ ବୟୋଜ୍ୟୋଷ୍ଠ ଲୋକଙ୍କ ଅପମାନ କରାଯାଏ । ସେହି ଘରେ କେବେ ବି ସୁଃଖ ସମୃଦ୍ଧି ହୋଇନଥାଏ । ବୟସ୍କ ଲୋକ ଆମର ସମ୍ମାନନୀୟ ହେବା ସହ ଆବଶ୍ୟକୀୟ ମଧ୍ୟ ଅଟନ୍ତି । ଏମାନଙ୍କୁ ତୀରସ୍କାର କରବା ଦ୍ୱାରା ଆମକୁ ଅଭିଶାପ ଲାଗିଥାଏ । ଯାହାଫଳରେ ଆପଣଙ୍କୁ ଆର୍ଥିକ ସଙ୍କଟ ଲାଗି ରହିଥାଏ । ତେଣୁ ଘରେ ବୟସ୍କ ଲୋକଙ୍କୁ ସର୍ବଦା ସମ୍ମାନ ଦେବା ଉଚିତ୍‌ ।

୪. ଝଗଡ଼ା ହେବା : ଯେଉଁ ଘରେ ସର୍ବଦା ଝଗଡ଼ା ହୋଇଥାଏ । ସେଠାରେ କେବେ ବି ଲକ୍ଷ୍ମୀ ବାସ କରନ୍ତି ନାହିଁ । ଏପରି ଘରେ ପରିଶ୍ରମ ସତ୍ତ୍ୱେ ସର୍ବଦା ଅସଫଳ ହେବା ସହ ଅଭାବ ଲାଗି ରହିଥାଏ । ତେଣୁ ଘରେ ପ୍ରେମ ଓ ସୌହାର୍ଦ୍ଧ୍ୟପୂର୍ଣ୍ଣ ବାତାବରଣ ବନାଇ ରଖିବା ଉଚିତ୍‌ ।

୫. ପୂଜାପାଠ କରିବା : ଆଚାର୍ଯ୍ୟ ଚାଣକ୍ୟଙ୍କ ମାନ୍ୟତା ଯେ ପୂଜାପାଠ କରାଯାଉଥିବା ଘର ସର୍ବଦା ଶୁଦ୍ଧି ରହିଥାଏ । ଏଭଳି ଘର ସର୍ବଦା ମା’ ଲକ୍ଷ୍ମୀଙ୍କ ବାସ ହୋଇଥାଏ । ମା’ଙ୍କ କୃପା ଯୋଗୁ ଘରେ ଧନ ସମ୍ପଦ ଲାଗି ରହିଥାଏ । ଯେଉଁ ଘରେ ପୂଜା ପାଠ ହୋଇନଥାଏ ସେଠାରେ ନକରାତ୍ମକ ପ୍ରଭାବ ରହିଥାଏ । ପରିବାର ଲୋକଙ୍କ ମଧ୍ୟରେ ମତାନ୍ତର ରହିବା ଦ୍ୱାରା ଘରେ ଆର୍ଥିକ ସଙ୍କଟ ଦେଖାଦେଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.