ଚାର୍ଜିଂ ବେଳେ ଫାଟିଲା ବ୍ଲୁ-ଟୁଥ୍‌ ହେଡ୍‌ଫୋନ୍‌, ଯୁବକ ମୃତ; ଫେବ୍ରୁଆରୀରେ କରିଥିଲେ ବିବାହ

ଗୀତ ଶୁଣିବା ହେଲା କାଳ। କାନରେ ବ୍ଲୁ-ଟୁଥ୍‌ ହେଡ୍‌ଫୋନ୍‌ ଫାଟିଯିବାରୁ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ରାଜସ୍ଥାନର ଜୟପୁର ଜିଲ୍ଲାର ଉଦୟପୁରିଆ ଗାଁରେ ଚାର୍ଜ କରିବା ବେଳେ ବ୍ଲୁଟୁଥ୍‌ ହେଡ୍‌ଫୋନ୍‌ ବ୍ଲାଷ୍ଟ ହେବାରୁ ରାକେଶ କୁମାର ନାଗର(୨୮)ଙ୍କ ଜୀବନ ଯାଇଛି। ଏହି ବିସ୍ଫୋରଣ ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ଡାକ୍ତର ମୃତ ଘୋଷଣା କରିଛନ୍ତି।

ଏ ନେଇ ସୂଚନାଦେବା ଅବସରରେ ପୋଲିସ କହିଛି ଯେ ରାକେଶ ଘରେ ବ୍ଲୁ-ଟୁଥ୍‌କୁ ଚାର୍ଜରେ ଲଗାଇ ଗୀତ ଶୁଣୁଥିଲେ। ଅଚାନକ ତାଙ୍କ ହେଡ୍‌ ଫୋନ୍‌ ବ୍ଲାଷ୍ଟ ହୋଇଯାଇଥିଲା। ପ୍ରଚଣ୍ଡ ଶବ୍ଦ ଶୁଣି ପରିବାର ଲୋକେ ଆସି ଦେଖିବା ବେଳକୁ ରାକେଶ ଅଚେତ ହୋଇ ପଡ଼ିଥିଲେ। ପରେ ତାଙ୍କୁ ନିକଟସ୍ଥ ଏକ ପ୍ରାଇଭେଟ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଛି।

ରାକେଶର ପରିବାର ଲୋକ କହିଛନ୍ତି ଯେ ରାକେଶଙ୍କ ବିବାହ ଚଳିତବର୍ଷ ଫେବ୍ରୁଆରୀରେ ହୋଇଛି। ସେ ଜଣେ ଟ୍ୟାଲେଣ୍ଟେଡ୍‌ ଷ୍ଟୁଡେଣ୍ଟ ଓ କମ୍ପିଟେଟିଭ୍‌ ପରୀକ୍ଷା ପାଇଁ ପ୍ରସ୍ତୁତି ଚଳାଇଥିଲେ। ଏଭଳି ଅଚାନକ ତାଙ୍କ ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.