Below header

ଯାଜପୁର:ମାର୍କେଟରୁ ବାଇକ ଲୁଟ କରୁଥିବା ଲୁଟେରା ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି କୁଆଖିଆ ପୋଲିସ

ଯାଜପୁର (କେନ୍ୟୁଜ):  ଏକ ବାଇକ ଲୁଟେରା ଗ୍ୟାଙ୍ଗକୁ ଠାବ କରିବାରେ କୁଆଖିଆ ପୋଲିସ ସଫଳ ହୋଇଛି। ଏଥିରେ ସମ୍ପୃକ୍ତ ଥିବା ୪ଜଣ ଅଭିଯୁକ୍ତକୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୧୦ଟି ବାଇକ, ଗୋଟିଏ ସ୍କୁଟି ଓ ୧୫ଟି ମୋବାଇଲ ଜବତ କରିଛି। ଏହି ବାଇକ ଲୁଟେରା ଗ୍ୟାଙ୍ଗ ବିଶେଷତଃ ମାର୍କେଟରୁ ସୁଯୋଗ ନେଇ ବାଇକ ଲୁଟ କରିଥାନ୍ତି। ଯାଜପୁର ଜିଲ୍ଲା ସମେତ ବିଭିନ୍ନ ଅଞ୍ଚଳର ବିଭିନ୍ନ ସ୍ଥାନରୁ ବାଇକ ଲୁଟ ହେବା ନେଇ ଥାନାରେ ଅଭିଯୋଗ ହୋଇ ଆସୁଥିଲା। ଅଭିଯୋଗ ଆଧାରରେ ପୋଲିସ ଏହି ଲୁଟେରା ଗ୍ୟାଙ୍ଗକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଜାଲ ବିଛାଇଥିଲା।

ଶେଷରେ ଏହି ଗ୍ୟାଙ୍ଗର ୨ଜଣ ଲୁଟେରା ସମେତ ୨ଜଣ ଋସିଭରକୁ ଗିରଫ କରିବାରେ ପୋଲିସ ସଫଳ ହୋଇଥିଲା। ଏମାନଙ୍କ ନାମରେ ବିଭିନ୍ନ ଥାନାରେ ଏକାଧିକ ମାମଲା ଥିବା ପୋଲିସ ସୂଚନା ଦେଇଛି।

ତେବେ ଏହି ଘଟଣାରେ ଅଧିକ ଲୁଟେରା ସମ୍ପୃକ୍ତ ଥିବା ସନ୍ଦେହ କରି ଅଭିଯୁକ୍ତଙ୍କ ନାମକୁ ପୋଲିସ ଗୋପନ ରଖିବା ସହ ଅଧିକ ତଦନ୍ତ ଜାରି ରହିଥିବା ଯାଜପୁର ଏସ ଡିପିଓ ଚିନ୍ମୟ କୁମାର ନାୟକ ଆହୁତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ କୁଆଖିଆ ଥାନା ଅଧିକାରୀ ମନୋଜ କୁମାର ସ୍ୱାଇଁ ଉପସ୍ଥିତ ଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.