Below header

ରାସ୍ତାରେ ଛିଡ଼ା ହୋଇ ଦେହରୁ କପଡ଼ା ଖୋଲିଲେ ୫୦ ଏୟାର ହୋଷ୍ଟେସ୍‌, ଏହା ଥିଲା ଅସଲ କାରଣ

ଇଟାଲିରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଏବେ ସାମ୍ନାକୁ ଆସିଛି। ଏହି ଘଟଣା ସେତେବେଳେ ଲୋକଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲା, ଯେତେବେଳେ ସେଠାକାର ଏକ ନୂଆ ରାଷ୍ଟ୍ରୀୟ ଏୟାରଲାଇନ୍ସ କମ୍ପାନୀର କିଛି ଏୟାର ହୋଷ୍ଟେସ୍‌ ଅଜବ ଢଙ୍ଗରେ ବିକ୍ଷୋଭ ପ୍ରଦର୍ଶନ କରିବାକୁ ଲାଗିଥିଲେ। ଏୟାର ହୋଷ୍ଟେସ୍‌ମାନେ ଦେହରୁ କପଡ଼ା ଖୋଲି ନିଜର ହିଁ କମ୍ପାନୀ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବାସ୍ତବ କଥା ହେଉଛି, ଇଟାଲିର ଏକ ନୂଆ ଏୟାରଲାଇନ୍ସ କମ୍ପାନୀ ‘ଆଇଟିଏ ଏୟାରେଓ୍ଵଜ୍‌’ କର୍ମଚାରୀମାନଙ୍କର ବେତନ କାଟି ଦେବାରୁ ସେଠାରେ କାର୍ଯ୍ୟରତ ସମସ୍ତ ଏୟାର ହୋଷ୍ଟେସ୍‌ଙ୍କ ରାଗ ବଢ଼ି ଯାଇଥିଲା। ସେମାନେ ଅଭିଯୋଗ କରିଛନ୍ତି କି, ସେମାନଙ୍କ ପରିଶ୍ରମ ଯୋଗୁ କମ୍ପାନୀ ସଫଳତାର ଆକାଶରେ ପହଞ୍ଚିଛି, କିନ୍ତୁ ସେମାନଙ୍କ ସହିତ କୌଣସି ନ୍ୟାୟ କାମ କରାଯାଉ ନାହିଁ। ଆଇଟିଏ ଏୟାରେଓ୍ଵଜ୍‌ କେତେକ ଫ୍ଲାଇଟ୍‌ ଆଟେଣ୍ଡାଣ୍ଟମାନଙ୍କୁ ଚଳିତ ସପ୍ତାହରୁ ଚାକିରିରୁ ବାହାର କରି ଦେବା ଏବଂ ବିଶେଷ ରୂପରେ ଦରମା କାଟି ଦେବାକୁ ନେଇ ଏୟାର ହୋଷ୍ଟେସ୍‌ମାନେ କପଡ଼ା ଖୋଲି ବିରୋଧ ପ୍ରଦର୍ଶନ କରିଥିଲେ।

ପାଖାପାଖି ୫୦ ମହିଳା ଏୟାର ହୋଷ୍ଟେସ୍‌ ପ୍ରଥମେ ନିଜ ବର୍ଦ୍ଦିରେ ବିକ୍ଷୋଭ ସ୍ଥଳୀରେ ପହଞ୍ଚିଥିଲେ। ଏହାର କିଛି କ୍ଷଣ ଭିତରେ ହିଁ ସେମାନେ ଡ୍ରେସ୍‌ ଖୋଲି ଦେଇଥିଲେ ଏବଂ କେବଳ ଅନ୍ତବସ୍ତ୍ର ପିନ୍ଧି କମ୍ପାନୀ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ଆରମ୍ଭ କରି ଦେଇଥିଲେ। ମୁଖ୍ୟତଃ ଏହି ବିରୋଧ ଚାକିରିରୁ ବହିଷ୍କାର କରି ଦେବାକୁ ନେଇ ଥିଲା। ଏୟାର ହୋଷ୍ଟେସ୍‌ମାନଙ୍କ କହିବା ଅନୁଯାୟୀ, ଆଇଟିଏ ଏୟାରେଓ୍ଵଜ୍‌ ନିଜ କର୍ମଚାରୀମାନଙ୍କ ସହ କରିଥିବା ଚୁକ୍ତିନାମାକୁ ବିରୋଧ କରାଯାଇ ଏହି ବିକ୍ଷୋଭ କରାଯାଇଛି। ସେପଟେ ଏୟାରଲାଇନ୍ସର ଏହି ନିଷ୍ପତ୍ତି ସମ୍ପର୍କରେ ଟ୍ରେଡ୍‌ ୟୁନିୟନର କହିବା ହେଉଛି, ଯେଉଁ ଲୋକ ବର୍ତ୍ତମାନ କମ୍ପାନୀରେ ଅଛନ୍ତି, ସେମାନଙ୍କୁ କମ୍‌ ବେତନ ଦିଆଯାଉଛି।

ଆଇଟିଏ ଏୟାରେଓ୍ଵଜ୍‌ର ଜଣେ ଫ୍ଲାଇଟ୍‌ ଆଟେଣ୍ଡାଣ୍ଟ ଗଣମାଧ୍ୟମକୁ କହିଛନ୍ତି ଯେ ସେମାନଙ୍କ ବେତନ କାଟି ଦିଆଯିବା ସହିତ ସେମାନେ ନିଜ ନିଜ ପ୍ରମୋଶନକୁ ମଧ୍ୟ ହରାଇଛନ୍ତି। ପୂର୍ବରୁ ସେମାନଙ୍କୁ ଏହା କୁହାଯାଇ ନ ଥିଲା କି, ସେମାନେ କେଉଁଠି ଏବଂ କେବେ କାମ କରିବେ। ଆଇଟିଏର ଅଧ୍ୟକ୍ଷ ଅଲ୍‌ଫ୍ରେଡୋ ଅଲ୍‌ତାବିଲା ଏହି ହରତାଳକୁ ‘ରାଷ୍ଟ୍ରୀୟ ଲଜ୍ଜା’ ବୋଲି କହିଛନ୍ତି। ତାଙ୍କ କହିବା ହେଲା, ଏୟାରଲାଇନ୍ସର କର୍ମଚାରୀ ବର୍ତ୍ତମାନର କାର୍ଯ୍ୟ ସ୍ଥିତି ସହିତ ସହମତ ଅଛନ୍ତି। ତେଣୁ ସେମାନେ ଏମିତି କରିବା ଉଚିତ ନୁହେଁ। ଏକ ସ୍ଥାନୀୟ ମିଡିଆକୁ ସେ କହିଥିଲେ କି, ଚୁକ୍ତିନାମାରେ ମୂଲଚାଲ ସୀମାଠାରୁ ଅଧିକ ଅଛି। ସେମାନେ ସମସ୍ତେ ବୋର୍ଡରେ ଅଛନ୍ତି ଏବଂ ଆମେ ସେମାନଙ୍କୁ ପଠାଇଥିବା ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.