ସମାଜ ମଙ୍ଗଳ ଉଦ୍ଦେଶ୍ୟରେ କରନ୍ତୁ ଜ୍ଞାନର ଉପଯୋଗ, ଏହି ପରି ଜାଣନ୍ତୁ ମହାଭାରତରୁ ମିଳିଥିବା ଆଉକିଛି ମହତ ଶିକ୍ଷା ସମ୍ପର୍କରେ

ବେଦକୁ ହେଉଛି ହିନ୍ଦୁ ମାନଙ୍କ ଧର୍ମ ଗ୍ରନ୍ଥ ଭାବେ ଧରାଯାଏ । ଋଗ ,ଯଜୁର, ସାମ, ଅଥର୍ବ ଭାବେ ବେଦକୁ ଚାରି ଭାଗରେ ବିଭକ୍ତ କରାଯାଇଛି । କିନ୍ତୁ ହିନ୍ଦୁ ଧର୍ମରେ ମହାଭାରତକୁ ପଞ୍ଚମ ବେଦ ଭାବେ ପରିଗଣିତ କରାଯାଏ । ଆଉ ମଧ୍ୟ ବିଶ୍ୱାସ କରାଯାଏ କି ପ୍ରତ୍ୟକ ଭାରତୀୟ ନିଜ ଜୀବନ କାଳ ଭିତରେ ନିହାତି ଭାବେ ମହାଭାରତ ପଢିବା ଉଚିତ । କାରଣ ଏଥିରେ ସାଧାରଣ ଜୀବନ ଚର୍ଯ୍ୟା, ଧର୍ମ, ରାଜନୀତି ଭଳି ଅତି ଗୁରୁତ୍ୱପୂର୍ଣ୍ଣ ବିଷୟ ଗୁଡିକ ଉପରେ ବ୍ୟାଖ୍ୟା କରାଯାଇଛି । ଆଉ ମଧ୍ୟ କୁହାଯାଏ କି ମହାଭାରତ ହିଁ ଜୀବନ ବଞ୍ଚିବାର ପ୍ରକୃତ ମାର୍ଗ ଶିଖେଇଥାଏ । ଏହାକୁ ପଢିବା ପରେ ଯେଉଁ ଶିକ୍ଷା ଆମକୁ ମିଳିଥାଏ ତାକୁ ନିହାତି ଭାବେ ମନେ ରଖିବା ଉଚିତ । ଆସନ୍ତୁ ଏ ସମ୍ପର୍କିତ ୭ ଗୋଟି ମହାଶିକ୍ଷା ଉପରେ ଏକ ଦୃଷ୍ଟି ପକାଇବା :

୧. ଜୀବନ ସର୍ବଦା ଯୋଜନା ଅନୁଯାୟୀ ହିଁ ହେବା ଉଚିତ

ପ୍ରତିଟି ବ୍ୟକ୍ତି ନିଜ ଜୀବନକୁ ଏକ ନିର୍ଦ୍ଦିଷ୍ଟ ଯୋଜନା ମୁତାବକ ହିଁ ବଞ୍ଚିବା ଉଚିତ । ପ୍ରତିଟି କାମ ଯଦି ନିର୍ଦ୍ଦିଷ୍ଟ ଯୋଜନା ଅନୁଯାୟୀ କରାଯାଏ ତେବେ ସଫଳତା ନିଶ୍ଚିତ ଭାବେ ମିଳିଥାଏ । ନଚେତ ଭବିଷ୍ୟତ ଅନ୍ଧକାର ମୟ ହୋଇଥାଏ । ଉଦାହରଣ ସ୍ୱରୂପ ଭଗବାନ କୃଷ୍ଣ ଯଦି ବିନା କୌଣସି ଯୋଜନାରେ ପାଣ୍ଡବ ମାନଙ୍କ ସପକ୍ଷରେ ଲଢ଼ିଥାନ୍ତେ । ତେବେ ହୁଏତ କେବେ ବି ପାଣ୍ଡବ ମାନେ କୌରବଙ୍କ ଉପରେ ବିଜୟ ଲାଭ କରିପାରିନଥାନ୍ତେ ।

mahabharat

୨. ସାଙ୍ଗ ସଙ୍ଗାତ ଭଲ ରହିବା ଉଚିତ:

ଜୀବନ ବଞ୍ଚିବା ପାଇଁ ଏକ ଭଲ ସଙ୍ଗାତର ଆବଶ୍ୟକତା ରହିଥାଏ । ଯାହା ସାହାଯ୍ୟରେ ଜୀବନ ସୁରୁଖୁରୁରେ ପରିଚାଳିତ ହୋଇପାରେ । ଆପଣ ଯେତେ ଭଲ ହେଲେବି ଆପଣଙ୍କ ସାଥି ଯଦି ଭଲ ନ ରୁହେ ତେବେ ଜୀବନ ଏକ ପ୍ରକାର ବର୍ବାଦ ହୋଇଯାଏ । ଏହା ଏକ ବଳିଷ୍ଠ ଉଦାହରଣ ହେଉଛି ଦୁର୍ଯ୍ୟଧନ ଚରିତ୍ର । ଯିଏ କି ନିଜ ମାମୁଁ ଶକୁନି ବୁଦ୍ଧିରେ ପଡି ହିଁ ନିଜ ସର୍ବନାଶକୁ ଡାକି ଆଣିଥିଲେ । ଏହା ବାଦ ଜଣେ ବ୍ୟକ୍ତିର କିଏ ପ୍ରକୃତ ସାଙ୍ଗ ଓ କିଏ ଶତ୍ରୁ ସେବିଷୟରେ କିଞ୍ଚିତ ଜ୍ଞାନ ରହିବା ନିହାତି ଆବଶ୍ୟକ ।

ଏହା ସହ ପଢନ୍ତୁ: ମହାକାଶରେ ହୋଟେଲ କରିବ ନାସା! ପ୍ରସ୍ତୁତି ଶେଷ

୩. ଅଳ୍ପ ବିଦ୍ୟା ଭୟଙ୍କରୀ:

କୁହାଯାଏ ଯେଉଁ ମାନେ ନିଜ ଜୀବନରେ ସ୍ୱଳ୍ପ ବିଦ୍ୟାର ଅଧିକାରୀ ହୋଇଥାନ୍ତି । ସେହିମାନେ ବାଚାଳ ସ୍ୱଭାବର ହୋଇଥାନ୍ତି । କଥାର ଗଭୀରତାକୁ ନ ଯାଇ ଅଧିକ ବକ ବକ ହୋଇଥାନ୍ତି । ଆଉ ମଧ୍ୟ ଏହି ବ୍ୟକ୍ତି ଅଧିକାଂଶ ସମୟରେ ଫସି ଯାଇଥାନ୍ତି । ଏହାର ବଳିଷ୍ଠ ଉଦାହରଣ ହେଉଛି ମହାଭାରତ ଯୁଦ୍ଧର ଅଭିମନ୍ୟୁ ଚରିତ୍ର । ଯିଏ ଚକ୍ର ବ୍ୟୁହରେ ଫସି ତ ଯାଇଥିଲେ କିନ୍ତୁ ବାହାରି ପାରି ନଥିଲେ ।

mahabharat

୪. ଧାରୁଆ ଅସ୍ତ୍ରଶସ୍ତ୍ର ଠୁ ବି ଭୟଙ୍କର ହୋଇଥାଏ ମୁଖ ବାଣୀ :

ଆପଣ ମାନେ ନିଶ୍ଚିତ ରୂପେ ଜାଣିଥିବେ ମହାଭାରତ ଯୁଦ୍ଧ ପଛର ପ୍ରକୃତ କାରଣ ସମ୍ପର୍କରେ । କିଛି ଚରିତ୍ରଙ୍କ ବାଣୀ କାରଣରୁ ହିଁ ମହାଭାରତ ପରି ଏକ ଭୟଙ୍କର ଯୁଦ୍ଧ ବାସ୍ତବତାର ରୂପ ନେଇ ଥିଲା । ତେଣୁ କୁହାଯାଏ କୌଣସି ଏକ ଧାରୁଆ ଅସ୍ତ୍ରଶସ୍ତ୍ର ଠୁ ବି ଭୟଙ୍କର ହୋଇଥାଏ ମୁଖ ବାଣୀ । ଏହା ଉପରେ ସଂଯମତା ନ ରଖିଲେ ମହାଭାରତ ପରି ଯୁଦ୍ଧ ଯେ ନ ଘଟିବ ତାର କୌଣସି ଠିକଣା ନାହିଁ ।

୫. ଜୁଆ ପରି ଖେଳ ଠାରୁ ଦୁରେଇ ରୁହନ୍ତୁ:

ଶକୁନି ପାଣ୍ଡବ ମାନଙ୍କୁ ଫସେଇବା ପାଇଁ ଜୁଆ ଖେଳର ଆୟୋଜନ କରିଥିଲେ । ସେହିଥିରେ ହିଁ ପାଣ୍ଡବ ମାନଙ୍କୁ ସବୁ କିଛି ହରେଇବା ପାଇଁ ପଡିଥିଲା । ତେଣୁ କରି ଜୁଆ ଖେଳକୁ ଏକ ଅଶୁଭ ଖେଳ ବୋଲି ଭାବେ ମନେ କରାଯାଇଥାଏ । ଏହି ଖେଳରୁ ଯଥା ସମ୍ଭବ ଦୁରେଇ ରହିବା ପାଇଁ ବହୁ ଶାସ୍ତ୍ର ମାନଙ୍କରେ ଉଲ୍ଲେଖ କରାଯାଇଛି ।

mahabharat

୬. ସତ୍ୟର ସାଥି ଦିଅନ୍ତୁ:

କୁହାଯାଏ ଈଶ୍ୱର ସର୍ବଦା ସେଇଠି ବିରାଜିତ ହୁଅନ୍ତି ଯେଉଁଠି ସତ୍ୟ ଥାଏ । ଯଦି ଆମେ ସର୍ବଦା ସତ୍ୟର ସପକ୍ଷରେ ରହିବା ନିଶ୍ଚିତ ରୂପେ ଈଶ୍ୱର ଆମ ନିକଟରେ ରହିବେ । ସେହି ସମୟରେ ପାଣ୍ଡବଙ୍କ ସପକ୍ଷରେ ଶ୍ରୀକୃଷ୍ଣ ଥିଲେ ବୋଲି ହୁଏତ ମହାଭାରତ ଯୁଦ୍ଧ ଭଳି ମହାଯୁଦ୍ଧରେ ପାଣ୍ଡବ ମାନଙ୍କର ବିଜୟ ହୋଇଥିଲା ।

ଏହା ସହ ପଢନ୍ତୁ: ଆଜି ନୌସେନା ଦିବସ, ଜାଣନ୍ତୁ ଜଳ ମାଧ୍ୟମରେ ଭାରତ ଆଗରେ କେତେ ଶକ୍ତିଶାଳୀ ପାକିସ୍ତାନ

୭. ସମାଜ ମଙ୍ଗଳରେ କରନ୍ତୁ ଶିକ୍ଷାର ଉପଯୋଗ :

ଆଉ ଏକ ମହତ ଶିକ୍ଷା ଅନୁଯାୟୀ ସର୍ବଦା ବଦଳୁଥିବା ସମୟ ଅନୁଯାୟୀ ନିଜକୁ ବଦଳାଇବା ଉଚିତ । ଏହି ଉକ୍ତିର ବଳିଷ୍ଠ ଉଦାହରଣ ହେଉଛି ମହାଭାରତ ଯୁଗର କର୍ଣ୍ଣ ଚରିତ୍ର । କର୍ଣ୍ଣ ନିଜକୁ ତ ବଦଳାଇ ଜୀବନର ଲକ୍ଷ ହାସିଲ କରିଥିଲେ । କିନ୍ତୁ ଜଣେ ମହାନ ବ୍ୟକ୍ତି ଭାବେ ପରିଗଣିତ ହୋଇପାରି ନଥିଲେ । କାହିଁକି ନା ସେ ନିଜ ଶିକ୍ଷାର ଉପଯୋଗ ସମାଜର ମଙ୍ଗଳ ପାଇଁ ନୁହେଁ ବରଂ ପ୍ରତିଶୋଧନେବା ପାଇଁ କରିଥିଲେ । ଯାହାକି ପରବର୍ତ୍ତୀ ସମୟରେ ତାଙ୍କ ପାଇଁ କାଳ ସାଜିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.