Below header

ରାଜ୍ୟର ଏମିତି ଏକ ଗାଁ ଯେଉଁଠାରେ ଅଛନ୍ତି ସର୍ବାଧିକ ଭିନ୍ନକ୍ଷମ, ଯେଉଁଠାରେ ପହଁଚିପାରିନି ପ୍ରଶାସନ

ଭଞ୍ଜନଗର(କେନ୍ୟୁଜ୍): ଜଣେ ନୁହେଁ କି ଦୁଇ ଜଣ ନୁହେଁ ସାରା ଗାଁ ଭିନ୍ନକ୍ଷମ । ଆପଣଙ୍କୁ ଶୁଣି ଆଶ୍ଚର୍ଯ୍ଯ ଲାଗୁଥିଲେ ବି କଥାଟି ପୁରା ସତ । ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ପାଲକଷଣ୍ଢା ଗାଁରେ । ଏହି ଗାଁ ବୋଧହୁଏ ରାଜ୍ୟର ଏମିତି ଗାଁ ମାନଙ୍କ ଭିତରେ ଗୋଟେ ଯେଉଁଠାରେ ସର୍ବାଧିକ ଭିନ୍ନକ୍ଷମ ବ୍ଯକ୍ତି ଜନ୍ମ ହୋଇଥାନ୍ତି । ଏହା ଏକ ସମ୍ବେଦନଶୀଳ ଘଟଣା ହୋଇଥିଲେ ମଧ୍ଯ ଏହା ପଛର କାରଣ ଜାଣିବା ପାଇଁ ଏଯାଏ କୌଣସି ପଦକ୍ଷପ ଗ୍ରହଣ କରାଯାଇନାହିଁ ।

palakasandhaସୂଚନା ଅନୁସାରେ ଏଠାକାର ବାସିନ୍ଦା ପ୍ରାୟତଃ ଭିନ୍ନକ୍ଷମ । ଦେଖୁ ଦେଖୁ ଏଠାରେ ବାସ କରୁଥିବା ଲୋକଙ୍କର ଧିରେ ଧିରେ ହାତ ଗୋଡ ବଙ୍କା ହୋଇଯାଇଥାଏ । ଖାଲି ସେତିକି ନୁହେଁ କାହାର ଆଖି ନଷ୍ଟ ହୋଇଯାଇଥାଏ ତ କାହାର ମାନସିକ ବିକୃତି ଘଟିଥାଏ । କିଏ ଜନ୍ମରୁ ତ କିଏ ଜନ୍ମ ପରେ । ପୁଣି କିଏ ଭେଣ୍ଡା ବୟସରେ ଅକର୍ମଣ୍ଯ ହୋଇପଡିଥାଏ । ଗାଁର ଆରମ୍ଭରୁ ଶେଷ, ଯାହା ଘର ଦୁଆରେ ଦେଖିବ ସବୁଠି ଭିନ୍ନକ୍ଷମ ପଡିରହିଥିବାର ଦେଖିବାକୁ ମିଳିଥାଏ । ଯେମିତି ଅଭିଶପ୍ତ ପାଲଟିଯାଇଛି ଏହି ଗାଁ।

disableଅନ୍ଯପକ୍ଷେ ଏହି ଭିନ୍ନକ୍ଷମ ସମସ୍ତେ ଗରୀବ ପରିବାରରୁ ଆସୁଥିବାରୁ ଏମାନଙ୍କୁ ଉଚିତ୍ ଚିକିତ୍ସା ମିଳିପାରୁନାହିଁ। ବିଗତ ବର୍ଷ ତୁଳନାରେ ଏବେ କ୍ରମଶଃ ଭିନ୍ନକ୍ଷମ ମାନଙ୍କ ସଂଖ୍ଯା ବଢିବାରେ ଲାଗିଛି । ତେବେ ଏହି ଖବର ଜଣାପଡିବାପରେ ଆମେ ପହଁଚିଥିଲୁ ଏହି ଗାଁରେ ଏବଂ ସବିଶେଷ ଖବର ହସ୍ତଗତ କରିଥିଲୁ । ଏକଥା ଜାଣିବା ପରେ ଗଞ୍ଜାମ ସିଡିଏମଓଙ୍କ ନିର୍ଦ୍ଦେଶକ୍ରମେ ଏକ ମେଡିକାଲ୍ ଟିମ୍ ଗାଁରେ ପହଁଚି ସର୍ଭେ କରିଥିଲା ଏବଂ କ୍ରମାଗତ ଭାବେ ଭିନ୍ନକ୍ଷମଙ୍କ ସଂଖ୍ଯା କାହିଁକି ବଢୁଛି ସେ ନେଇ ବିଭିନ୍ନ ସଂକ୍ରାନ୍ତିୟ ତଥ୍ୟ ସଂଗ୍ରହ କରିଥିଲା । କିନ୍ତୁ କିଛି ପଦକ୍ଷପ ନନେଇ ସେତିକିରେ ଚୁପ୍ ହୋଇ ବସିଗଲେ ।

ଏହାସହ ପଢନ୍ତୁ:

କଟକ: ଶବର ଶେଷବନ୍ଧୁ ପାଲଟିଛନ୍ତି ଅଭିମନ୍ୟୁ, ଗୋଟିଏ କି ଦୁଇଟି ନୁହେଁ କରିଛନ୍ତି ୧୫୦୦ରୁ ଅଧିକ ଶବ ଦାହ

disabledଏଭଳି ଏକ ଘଟଣାର କାରଣ ଏଯାଏ ଅସ୍ପଷ୍ଟ ରହିଥିବାବେଳେ କେହି କେହି ଏହାକୁ ବଂଶଗତ କାରଣ ଯୋଗୁଁ ଏଭଳି ହେଉଥିବା କହୁଥିବାବେଳେ ଆଉ କିଏ ଏହାକୁ ପରିବେଶ ଓ ପାଣି ଯୋଗୁଁ ହେଉଥିବା କହୁଛନ୍ତି । ତେବେ ଏଦିଗରେ ଏବେ ସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ ହେବା ଅତି ଜରୁରୀ ହୋଇପଡିଥିବା ନେଇ ବିଭିନ୍ନ ସ୍ତରରୁ ପ୍ରତିକ୍ରୀୟା ପ୍ରକାଶ ପାଇଛି ।

ଭଞ୍ଜନଗରରୁ ରତ୍ନାକର ସାହୁଙ୍କ ରିପୋର୍ଟ, କେନ୍ୟୁଜ୍ ଓଡିଶା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.