Below header

ବାଃ ଶ୍ୱଶୁର ଘର ହେବ ତ ଏମିତି, ଜ୍ୱାଇଁ ଡାକରାରେ ଖୁଆଇଲେ ୭୫ ବ୍ୟଞ୍ଜନ

ଆପଣ ଶ୍ୱଶୁର ଘରେ ଜ୍ୱାଇଁଙ୍କୁ କିଭଳି ଆତିଥ୍ୟ ମିଳେ ସେ ବିଷୟରେ ନିଶ୍ଚୟ ଭଲ କରି ଜାଣିଥିବେ । ସେଠି ଜ୍ୱାଇଁର ଥାଟବାଟ ଟିକେ ଅଲଗା। ଶ୍ୱଶୁର ଘରେ ଜ୍ୱାଇଁଙ୍କ ଭାଉ ସବୁଠୁ ଅଧିକ । ସବୁଆଡେ ସବୁ କିଛି ଚଳିଯିବ ହେଲେ ଶ୍ୱଶୁର ଘରେ ଜ୍ୱାଇଁ ଚର୍ଚ୍ଚାରେ ଜମା ଏପଟ ସେପଟ ନାହିଁ। ଯଦି ଜ୍ୱାଇଁ ବାହାଘର ପରେ ପ୍ରଥମ ଥର ପାଇଁ ଶ୍ୱଶୁରଘର ଯାଇଥାଏ ତାହେଲେ ଖାତିରଦାରିରେ କୌଣସି ଉଣା ହୋଇନଥାଏ। ଖାଇବା ପିଇବା ଠାରୁ ଆରମ୍ଭ କରି ସବୁକିଛି ଲଗାଇଦିଆଯାଏ ଜ୍ୱାଇଁର ସେବାରେ। କିଛି ଖବର ଏମିତି ଥାଏ ଯାହାକୁ ଲୋକେ ପସନ୍ଦ କରନ୍ତି ଆଉ ତାହା ଖୁବ୍ ଭାଇରାଲ ମଧ୍ୟ ହୋଇଥାଏ।

ତେବେ ଏବେର ଏକ ଘଟଣା ଖୁବ୍ ଚର୍ଚ୍ଚା ସାଉଁଟୁଛି। ପୁରୀ ଜିଲ୍ଲା ଗୋପ ବ୍ଲକ ନୟାହାଟ ଅଞ୍ଚଳର ମଧୁବନ ଗ୍ରାମରେ ଜଣେ ଜ୍ୱାଇଁଙ୍କୁ ୭୫ ପ୍ରକାରର ବ୍ୟଞ୍ଜନ ପରଷିଛନ୍ତି ତାଙ୍କ ଶ୍ୱଶୁର ଘର ଲୋକେ । କରୋନା ମହାମାରୀ ସମୟରେ ଏଭଳି ଜ୍ୱାଇଁ ଚର୍ଚ୍ଚାକୁ ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ଆଖି ଲାଖି ହୋଇଯାଇଛି । ସୂଚନାନୁସାରେ, ମଧୁବନ ଗ୍ରାମର ବିଶ୍ୱଜିତ ସାହୁଙ୍କ ଝିଅ ନିହାରିକା ଗତ ୧୧ ତାରିଖରେ ଭୁବନେଶ୍ୱରର ଟଙ୍କପାଣି ରୋଡ୍ ପାଣ୍ଡବ ନଗର ଧଡୁ ସାହୁଙ୍କ ପୁଅ ଦେବପ୍ରସାଦଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ।

ଓଡ଼ିଆ ଘରର ପରମ୍ପରା ଅନୁସାରେ ବିବାହର ୮ ଦିନ ପରେ ଜ୍ୱାଇଁ ନିମନ୍ତ୍ରଣ ପାଇ ଶ୍ୱଶୁର ଘରକୁ ବୁଲିବାକୁ ଆସିଥାଏ। ସୋମବାର ଦେବପ୍ରସାଦ ନିଜ ପତ୍ନୀଙ୍କୁ ଧରି ଶ୍ୱଶୁର ଘରକୁ ବୁଲିଯାଇଥିଲେ। ତେବେ ପ୍ରାଥମିକ ଚର୍ଚ୍ଚା ପରେ ମଧ୍ୟାହ୍ନଭୋଜନ ବଢ଼ାଗଲା। ଆଉ ମଧ୍ୟାହ୍ନ ଭୋଜନରେ ଏମିତି ଚର୍ଚ୍ଚା ଦେଖି ଦେବପ୍ରସାଦ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାହିଁକିନା ଖାଦ୍ୟରେ ଦୁଇ ଚାରି ପ୍ରକାର ନୁହେଁ ବରଂ ରହିଥିଲା ଆମିଷ ଠାରୁ ନିରାମିଶ ପର୍ଯ୍ୟନ୍ତ ୭୫ ପ୍ରକାର ବ୍ୟଞ୍ଜନ । ତେବେ ଦେବପ୍ରସାଦ ଏକୁଟିଆ ନ ଖାଇ ପତ୍ନୀ ନିହାରିକାଙ୍କୁ ମଧ୍ୟ ନିଜ ହାତରେ ଖୁଆଇ ଦେଇଥିଲେ । ଯାହାର ଫଟୋ ଏବେ ଖୁବ୍‌ ଭାଇରାଲ ହେଉଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.