Below header

୧୭ ବର୍ଷର ଝିଅକୁ ବିବାହ କରିଥିଲେ ୭୮ ବର୍ଷୀୟ ବୃଦ୍ଧ, ୨୨ ଦିନ ପରେ ଦେଲେ ଡିଭୋର୍ସ

ଗତ ମାସରେ ଇଣ୍ଡୋନେସିଆରେ ଅବାହ ସରନା ନାମକ ଜଣେ ୭୮ ବର୍ଷ ବୟସ୍କ ୧୭ ବର୍ଷର ଝିଅ ନୋନି ନବିତାଙ୍କୁ ବିବାହ କରିଥିଲେ ଯାହାକି ଚର୍ଚ୍ଚାର ବିଷୟ ପାଲଟିଥିଲା । ତେବେ ଏହି ଚର୍ଚ୍ଚିତ ବିବାହର ୨୨ ଦିନ ପରେ, ଏହି ବ୍ୟକ୍ତି ଜଣକ ବର୍ତ୍ତମାନ ନିଜ ପତ୍ନୀଙ୍କଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି । ଏଭଳି ବିବାହର ବହୁତ କମ୍ ମାମଲା ଦେଖିବାକୁ ମିଳେ ଯେଉଁଠି ବୟସର ଏତେ ବ୍ୟବଧାନ ରହିଥାଏ । କେବଳ ଏହି କାରଣରୁ ଏହା ସୋସିଆଲ ମିଡିଆରେ ସଙ୍ଗେ ସଙ୍ଗେ ଭାଇରଲ ହୋଇଥାଏ ।

କିନ୍ତୁ ବର୍ତ୍ତମାନ ଅବାହ ନୋନିଙ୍କଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି ଯାହାଦ୍ୱାରା ଝିଅର ପରିବାର ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । କାରଣ କାରଣ ଏହି ଦୁଇଜଣଙ୍କ ବିବାହରେ ପରିବାର ଲୋକଙ୍କର ମଧ୍ୟ କୌଣସି ଅସୁବିଧା ନଥିଲା । ଖବର ଅନୁଯାୟୀ କନ୍ୟାର ଭଉଣୀ ଇୟାନ୍ ଗଣମାଧ୍ୟମକୁ କହିଛନ୍ତି, ‘ମୁଁ ଏସବୁ ଜାଣି ଆଶ୍ଚର୍ଯ୍ୟ । କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ଉଭୟଙ୍କ ମଧ୍ୟରେ ସବୁକିଛି ଠିକ୍ ଚାଲିଥିଲା କିନ୍ତୁ ତାଙ୍କର ହଠାତ୍ ଏପରି ନିଷ୍ପତ୍ତି ମୋତେ ଆଶ୍ଚର୍ଯ୍ୟ କରିଛି । ଅବାହ ସରନାଙ୍କୁ ନେଇ ଆମ ପରିବାରର କୌଣସି ଅସୁବିଧା ନଥିଲା କିନ୍ତୁ ଅବାହଙ୍କ ପରିବାରରୁ ଏହି ବିବାହରେ ନିଶ୍ଚିତ ଭାବରେ କିଛି ସମସ୍ୟା ଥିଲା ।

Abah Sarna Noni Navita

ଅଭିଯୋଗ ଅନୁଯାୟୀ କନ୍ୟା ବିବାହ ପୂର୍ବରୁ ଗର୍ଭବତୀ ଥିବା  ଅଭିଯୋଗ ହୋଇଛି । ଯେଉଁଥିପାଇଁ 70 ବର୍ଷୀୟ ଅବାହ ତାଙ୍କଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି । ତେବେ ନୋନିଙ୍କ ଭଉଣୀ ଏହି ଅଭିଯୋଗକୁ ସମ୍ପୂର୍ଣ୍ଣ ମିଥ୍ୟା ବୋଲି କହି ଅସ୍ୱୀକାର କରିଛନ୍ତି । ସେମିତି କୌଣସି ଅସୁବିଧା ନଥିଲା ବୋଲି ସେ କହିଛନ୍ତି । କେବଳ ସେତିକି ନୁହେଁ କୁହାଯାଉଛି ଯେ ଅବାହ ସରନା ବିବାହ ସମୟରେ କନ୍ୟା ପାଇଁ 50 ହଜାର ଟଙ୍କା, ମୋଟରସାଇକେଲ ଏବଂ ଗଦି ଇତ୍ୟାଦି ପଠାଇଥିଲେ । ଏଥିସହ ନୋନି ନବିତାଙ୍କ ପରିବାର ପକ୍ଷରୁ ବି ଏହି ବିବାହରେ ମୋଟା ଅଙ୍କରେ ରାଶି ପ୍ରଦାନ କରାଯାଇଥିବା ରିପୋର୍ଟରେ ଦର୍ଶାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.