Below header

ଅନୁଭବଙ୍କ ମାଙ୍କ ଅଭିଯୋଗରେ ବର୍ଷା କହିଲେ କିଛି ଏମିତି କଥା, ସେପଟେ ଅନୁଭବ ସୋସିଆଲ ମିଡିଆରେ କଲେ ଦୁଃଖପ୍ରକାଶ

କଟକ(କେନ୍ୟୁଜ୍):  ବର୍ଷା ପ୍ରିୟଦର୍ଶିନୀଙ୍କର ପୁଣି ବିବାଦ ସାମ୍ନା କୁ ଆସିଛି । ଏଥର ଅନୁଭବଙ୍କ ସହ ନୁହେଁ ଶାଶୁଙ୍କ ସହିତ । ଘର ମରାମତି ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ପରେ ଦୁଇଜଣଙ୍କ ପକ୍ଷରୁ ଥାନାରେ ଏଫ୍‌ଆଇଆର ଦିଆଯାଇଛି । ବର୍ଷା ଗତ ୨୭ ତାରିଖ ଦିନ ଏବଂ ତାଙ୍କ ଶାଶୁ ଅର୍ଥାତ୍‌ ଅନୁଭବଙ୍କ ମା ଗତ ୩୦ ତାରିଖ ଦିନ ପୁରୀ ଘାଟ ଥାନାରେ ପରସ୍ପର ବିରୋଧରେ ଏଫ୍‌ଆଇଆର ଦାଖଲ କରିଛନ୍ତି । ପୁରୀଘାଟ ଥାନା ପୋଲିସ୍‌ ଘଟଣାର ତଦନ୍ତ କରୁଛି ।

ଅନୁଭବଙ୍କ  ମା ମଧୁସ୍ମିତା ମହାନ୍ତି  ଏଫଆଇଆରରେ  ଉଲ୍ଲେଖ କରିଛନ୍ତି ଯେ ଘରର ପ୍ଲମ୍ବିଙ୍ଗ କାମ ହେବ ତେଣୁ ବର୍ଷାକୁ ୧୦ ଦିନ ପାଇଁ ଘର ଛାଡି ନିଜ ବାପ ଘର ନନ୍ଦି ସାହିରେ ରହିବାକୁ କହିଥିଲେ  କିନ୍ତୁ  ବର୍ଷା ଏକଥାକୁ  ଖାତିର କରୁନାହାନ୍ତି ଓ ଘରୁ  ବାହାରକୁ ବାହାରିବା ପାଇଁ ଇଚ୍ଛା ପ୍ରକଟ  କରୁନାହାନ୍ତି। ଯାହା ଫଳରେ ଏଘଟଣାରେ  ଅତିଷ୍ଠ ହୋଇ ଥାନାରେ କେସ୍ କରିଛନ୍ତି।

ସେପଟେ ବର୍ଷା ଲେଖିଛନ୍ତି ଯେ ଏସବୁ ପ୍ରି-ପ୍ଲାନ। ମୋତେ ଘରୁ ବାହାର କରିବା ପାଇଁ ଶାଶୁ ଏଭଳି ଷଡଯନ୍ତ୍ର ରଚିଛନ୍ତି।  କଟକ ଏସଡିଜିଏମ କୋର୍ଟଙ୍କ ୧୨/୧୦/୨୦୨୦ ଅର୍ଡର ଅନୁସାରେ ମୁଁ ଘରେ ରହୁଛି । ମୋର ଶାଶୁ ଘର ବ୍ୟତିତ ଅନ୍ୟ କେଉଁଠାରେ ରହିବା ପାଇଁ ସୁବିଧା  ନାହିଁ ତେଣୁ ମୋତେ ମୋ ଶାଶୁ ଘରେ  ରହିବା  ପାଇଁ ସୁରକ୍ଷା ଦରକାର  ବୋଲି ବର୍ଷା ଅଇଯୋଗରେ ଉଲ୍ଲେଖ କରିଛନ୍ତି।

Thank you so much respected dear Satyajitbimal Mishra bhai🙏🏻🙏🏻🙏🏻🙏🏻🙏🏻

My Bapa Mami honestly need yours and everyone’s…

Posted by Anubhav Mohanty on Friday, November 6, 2020

ଅନ୍ୟପଟେ ବର୍ଷା ଓ ଅନୁଭବଙ୍କ ମାଆ ପୁରୀଘାଟ ଥାନାରେ ଅଭିଯୋଗ କରିବା ପରେ ଅନୁଭବ ମହାନ୍ତି ଫେସବୁକ୍‌ରେ ଏକ ପୋଷ୍ଟ କରିଛନ୍ତି । ସେ ଲେଖିଛନ୍ତି ମୋ ବାପା ମାଆଙ୍କ ପାଇଁ ତୁମର ଓ ସମସ୍ତଙ୍କର ସମର୍ଥନ ଦରକାର । ସେମାନେ ବିନା ଦୋଷରେ ଭୋଗୁଛନ୍ତି । ମୋ ବିବାହ ପରଠୁ ମୋ ବାପାମାଆ ପ୍ରତିଦିନ କାନ୍ଦୁଛନ୍ତି । ଏ ସଂପର୍କରେ ସୋସିଆଲ ମିଡିଆରେ ଲେଖିବା ବେଳେ ନିଜକୁ ଅଭିଶପ୍ତ ଭାବୁଛି । ମୁଁ ସେମାନଙ୍କୁ ଅବଜ୍ଞା କରି ଏବଂ ମୋ ଜୀବନର ସବୁଠୁ ବଡ଼ ଭୁଲ କରିଥିବାରୁ ନିଜକୁ କଦାପି କ୍ଷମା କରିପାରିବି ନାହିଁ ବୋଲି ଉଲ୍ଲେଖ କରିଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.