Below header

ଭାରତର ଏମିତି ଏକ ସମ୍ପ୍ରଦାୟ, ଯେଉଁମାନେ ନିଜର ପୂରା ଶରୀରରେ ଖୋଦେଇ କରିଛନ୍ତି ‘ରାମନାମ’, କିନ୍ତୁ କେବେ ବି ଯାଇନାହାନ୍ତି ମନ୍ଦିର !

ଛତିଶଗଡ଼ରେ ୧୦୦ ବର୍ଷରୁ ଅଧିକ ସମୟ ଧରି ଏକ ସମ୍ପ୍ରଦାୟର ଲୋକେ ନିଜ ଶରୀରର ସବୁ ଜାଗାରେ ‘ରାମନାମ’ ଖୋଦିତ କରିଛନ୍ତି। ଏହି ଅଜବ ପରମ୍ପରାକୁ ମାନୁଥିବା ସମ୍ପ୍ରଦାୟର ନାଁ ‘ରାମନାମୀ ସମାଜ’। କହି ରଖୁଛୁ, ଏହି ସମ୍ପ୍ରଦାୟର ଲୋକମାନେ ଯଦିଓ ପୂରା ଶରୀରରେ ରାମନାମ ଟାଟୁ କରିଥାନ୍ତି, କିନ୍ତୁ ବାସ୍ତବରେ ନା ଏମାନେ ମନ୍ଦିର ଯାଆନ୍ତି ନା ମୂର୍ତ୍ତି ପୂଜା କରନ୍ତି।

rtrt

କୁହାଯାଇଥାଏ, ଏହି ଅଜବ ଧରଣର ଟାଟୁ ବା ଚିତା ଏକ ସାମାଜିକ ପରମ୍ପରାର ଚିହ୍ନ। ପାଖାପାଖି ୧୦୦ ବର୍ଷ ପୂର୍ବେ ଗାଁରେ ଉଚ୍ଚ ଜାତିର ହିନ୍ଦୁମାନେ ଏହି ସମ୍ପ୍ରଦାୟର ଲୋକଙ୍କୁ ମନ୍ଦିର ଭିତରକୁ ପ୍ରବେଶ କରିବାକୁ ଦେଉ ନ ଥିଲେ। ସେବେଠାରୁ ଶରୀରରେ ରାମନାମ ଟାଟୁ କରାଯିବାର ଏହି ପ୍ରଥା ଆରମ୍ଭ ହୋଇଥିଲା।

wr

ଏହି ସମ୍ପ୍ରଦାୟର ଲୋକେ ‘ରମରମିହା’ ନାଁରେ ଜଣାଯାଇଥାନ୍ତି। ଛତିଶଗଡ଼ର ଜମଗାହନ ଏକ ପଛୁଆ ଅଞ୍ଚଳ। ଏଠାରେ ରହୁଥିବା ମହେତର ରାମ ଟଣ୍ଡନ ବିଗତ ୫୦ ବର୍ଷ ହେବ ଏହି ପରମ୍ପରା ପାଳନ କରିଆସୁଛନ୍ତି। ତାଙ୍କ ବୟସ ଏବେ ୭୬ ବର୍ଷ। ତାଙ୍କ ଭଳି ପାଖ ଗାଁର ୭୫ ବର୍ଷୀୟ ପୁନଇ ବାଈ ମଧ୍ୟ ଏହି ପରମ୍ପରାକୁ ଜାବୁଡ଼ି ଧରିଛନ୍ତି। ଏମାନେ ନିଜ ଶରୀରର କିଛି ଜାଗାରେ ରାମନାମ ଲେଖି ପରମ୍ପରା, ସଂସ୍କୃତିକୁ ଆଗକୁ ବଢ଼ାଉଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.