Below header

ମୃତ୍ୟୁର ୮ ସଙ୍କେତ ! ଯାହା ଶିବପୁରାଣରେ ହୋଇଛି ବର୍ଣ୍ଣିତ

ଜନ୍ମ ହେଲେ ମୃତ୍ୟୁ ନିଶ୍ଚିତ । ସଂସାରରେ ଯିଏ ବି ଜନ୍ମ ନେଇଛି ତାକୁ କେବେ ନା କେବେ ମରିବାକୁ ପଡେ । ଏହା ପରେ ମଧ୍ୟ ଲୋକ ମାନଙ୍କ ମନରେ ମରିବାର ଭୟ ସବୁ ବେଳେ ଥାଏ । ଅଧିକାଂଶ ଲୋକ ଏହି ଡର ସହ ବଂଚି ଥାନ୍ତି କି, ମରିବା ପୂର୍ବରୁ ସେ ନିଜର ସମସ୍ତ ପ୍ରକାର ଦାୟିତ୍ବ ଶେଷ କରିବା ପାଇଁ । ଏହି ଭଳି ହିଁ ଶିବ ପୁରାଣରେ ମରିବା ପୂର୍ବରୁ କିଛି ସଂକେତ ବିଷୟରେ ବର୍ଣ୍ଣନା ହୋଇଛି । ଯେଉଁ ଥିରୁ ଲୋକ ମାନଙ୍କୁ ସଂକେତ ମିଳିଯାଇଥାଏ କି ଦୁନିରୁ ତାଙ୍କର ସମୟ ସରିଗଲାଣି ବୋଲି ।

ଏବେ ଆସନ୍ତୁ ଜାଣିବା ଏହି ସବୁ ସଂକେତ ବିଷୟରେ :

• ଶିବପୁରାଣରେ କୁହାଯାଇଛି ଯେ, ଯଦି କାହାର ବି ମୁଣ୍ଡରେ କାଉ ଉଡି ଆସି ଝାଡା ଫେରିଲେ ଏହା ମୃତ୍ୟୁର ସଂକେତ ହୋଇଥାଏ ।

• ଏହି ଗ୍ରନ୍ଥ ଅନୁସାରେ ଯଦି କୌଣସି ବ୍ୟକ୍ତିର ଶରୀର ଧଳା କିମ୍ବା ନୀଳ ପଡିଯାଏ ଏହା ସହ ଯଦି ଲାଲ୍ ରଙ୍ଗର ଦାଗ ଦେଖାଯାଏ ତେବେ ଏହା ବି ମୃତ୍ୟୁର ସଂକେତ ହୋଇଥାଏ ।

• ଶିବପୁରାଣ ଅନୁସାରେ ଯେତେବେଳେ କୌଣସି ମନୁଷ୍ଯଙ୍କର ବାମ ହାତ ଗୋଟେ ସପ୍ତାହ ଯାଏ ଥରେ ତେବେ ଏହାକୁ ମଧ୍ୟ ମୃତ୍ୟୁର ସଂକେତ ବୋଲି ଧରା ଯାଏ ।

• ଏହି ପୁରାଣ ଅନୁସାରେ ଯେତେବେଳେ କୌଣସି ବ୍ୟକ୍ତିଙ୍କୁ ନିଜର ଛାଇ ପାଣି, ତେଲ ଓ ଆଇନାରେ ଦେଖ ନଯାଏ ତେବେ ଏହା ମୃତ୍ୟୁର ସଂକେତ ହୋଇଥାଏ ।

• ଯେଉଁ ମାନଙ୍କୁ ଚନ୍ଦ୍ରମା ଏବଂ ସୂର୍ୟ୍ୟଙ୍କ ଆଖପାଖ କଳା ଏବଂ ଲାଲ୍ ରଙ୍ଗର ଘେର ଦେଖାଯାଏ ତ ଏହା ବି ମୃତ୍ୟୁର ସଂକେତ ଅଟେ ।

• ଯେଉଁ ବ୍ୟକ୍ତିଙ୍କୁ ଅଚାନକ୍ ନୀଳ ମାଛି ମାନେ ଘେରି ନିଅନ୍ତି ସେହି ମାନଙ୍କର ଆୟୁ ପାଖାପାଖି ଏକ ମାସ ବୋଲି ଜଣାପଡେ ।

• ଯଦି କୌଣସି ବ୍ୟକ୍ତିଙ୍କର ମୁହଁ ଏବଂ ଗଳା ବାରମ୍ବାର ଶୁଖିବାକୁ ଲାଗେ ସେମାନଙ୍କର ମୃତ୍ୟୁ ୬ ମାସ ଭିତରେ ହେବାର ସମ୍ଭାବନା ଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.