ଆସନ୍ତାକାଲିଠୁ ଆରମ୍ଭ ହେବ ଖଣି ମାଲିକଙ୍କ ସମ୍ପତ୍ତି ବାଜ୍ୟାପ୍ତି ପ୍ରକ୍ରିୟା

ଭୁବନେଶ୍ବର : ଆସନ୍ତାକାଲିଠୁ ଆରମ୍ଭ ହେବ ଖଣି ମାଲିକଙ୍କ ସମ୍ପତ୍ତି ବାଜ୍ୟାପ୍ତି ପ୍ରକ୍ରିୟା । ଜରିମାନା ଦେଇନଥିବା ଖଣି ମାଲିକଙ୍କ ସମ୍ପତ୍ତି ବାଜ୍ୟାପ୍ତି ହେବ । କାଲି ୯ ଜଣ ଖଣି ମାଲିକ କେନ୍ଦୁଝର ଜିଲ୍ଲାପାଳଙ୍କ ପାଖରେ ପକ୍ଷ ରଖିବେ । ଏମାନଙ୍କ ନାଁରେ ସାର୍ଟିଫିକେଟ୍‌ ମକଦ୍ଦମା ରୁଜୁ ହୋଇଛି । ସୁପ୍ରିମକୋର୍ଟଙ୍କ ରାୟ ଅନୁସାରେ ୧୭ ହଜାର ୫୦୦ କୋଟି ଜରିମାନା ଆଦାୟ ହେବା କଥା । ଏବେ ପ୍ରାୟ ୧୨ ହଜାର କୋଟି ଜରିମାନା ଆଦାୟ ହୋଇଛି । ଖଣି ମାଲିକଙ୍କ ସମ୍ପତ୍ତି ବାଜ୍ୟାପ୍ତି ହୋଇ ବାକି ୫ ହଜାର କୋଟି ଆଦାୟ ହେବ । ଖିଲାପକାରୀ ମୋଟ ୩୧ଟି ଖଣି ମଧ୍ୟରୁ ଟୋଡ଼ାର ୨୮ଟି ଓ କେନ୍ଦୁଝରର ୩ଟି ଖଣି ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.