ଜଙ୍ଗଲ ନିଆଁରୁ ଉଦ୍ଧାର ହୋଇଥିବା ଭାଲୁ ଛୁଆର ଅନାବିଳ ପ୍ରେମ, ବନ ବିଭାଗ କର୍ମଚାରୀଙ୍କୁ  ଦେବଦୂତ ଭାବି ପାଖରୁ ଛାଡିଲା ନାହିଁ,ଦେଖନ୍ତୁ ଭିଡିଓ

ଆଜିର ସମାଜରେ ସାହାଯ୍ୟର  ମୂଲ୍ୟବୋଧକୁ କେହି ବୁଝନ୍ତି ନାହିଁ। କ୍ଷଣିକ ସମୟ ସାହାଯ୍ୟକାରୀର ବଦାନ୍ୟତାକୁ ମନେପକାଇ ପୁଣି  ଭୁଲିଯାନ୍ତି । ଆଉ ସମାଜର ଚିରାଚରିତ ପ୍ରଥା ଅନୁସାରେ କାମ ହାସଲ ହୋଇଗଲା ପରେ ‘କାଶିଆ କିଏ ନା କପିଳା କିଏ’ ଏଭଳି ନ୍ୟାୟରେ ସମ୍ପର୍କକୁ ଭାବିନିଅନ୍ତି। କିନ୍ତୁ ପଶୁ ମାନଙ୍କ କ୍ଷେତ୍ରରେ ଏହାର ବ୍ୟତିକ୍ରମ ପରିଲିଖିତ ହେଲାଣି। ଯାହା ଏହି ଭିଡିଓଟିରୁ ଜଣା ପଡୁଛି। କୁନି ଭାଲୁଛୁଆର  ଭଲ ପାଇବା ଆଗରେ ହାର ମାନିଯାଇଛି ଆଜିର ସମାଜର ପ୍ରଚଳିତ ସ୍ବାର୍ଥ ଜଡିତ  ଭଳ ପାଇବା ଆଗରେ । ଜଙ୍ଗଲ  ପୋଡି ଯାଉଥିବା ବେଳେ କୁନି ଭାଲୁ  ଛୁଆକୁ  ଉଦ୍ଧାର କରିଥିବା ବନ ବିଭାଗ କର୍ମଚାରୀଙ୍କୁ  ନିଜ ଭଗବାନ ଭାବିନେଇଥିଲା ଏହି  କୁନି ଭାଲୁ ଛୁଆଟି। ଯାହା ଫଳରେ ନିଜ ପାଖରୁ ଟିକିଏ ବି ଛାଡି ଦେବାକୁ ଇଚ୍ଛା କରୁନାହିଁ  ।


Video courtesy:-Susanta Nanda IFS

ବନ ବିଭାଗ କର୍ମଚାରୀ ଯେତେ ସମ୍ଭବ  ଭାଲୁ ଛୁଆକୁ ଛାଡି ସେଠାରୁ ଆସିବାକୁ ଚାହୁଁଛନ୍ତି  ସେତେ ସେତେ  ଭାଲୁଛାଆଟି ବନ ବିଭାଗ କର୍ମଚାରୀଙ୍କ ଗୋଡ ପାଖକୁ ଚାଲି ଆସିଛି । ସତେ ଯେମିତି ସେ କହୁଛି ‘ହେ ମୋର ଦେବଦୂତ ମୋତେ ଛାଡି ତୁମେ ଯାଓ ନାହିଁ’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.