Below header

ପେଶାରେ ବାଇକ୍ ମିସ୍ତ୍ରୀ, ହେଲେ ସମୟ ମିଳିଲେ ସେ ପାଲଟିଯାନ୍ତି କଳାକାର

ଜଣେ କଳାକାର ହିଁ ଜାଣେ କଳାରେ ମହତ୍ବ। ଜଣେ କଳାକାର ହିଁ ଜାଣେ କଳାରେ ବୁଡି ରହିବାର ମଜ୍ଜା। ପେଟ ପୋଷିବାକୁ ପ୍ରତ୍ୟେକ ଦିନ ଆମ ସମସ୍ତଙ୍କୁ କରିବାକୁ ପଡିଥାଏ ସଂଘର୍ଷ । ହେଲେ ଏମିତି ଜଣେ କଳାକାରଙ୍କ ବିଷୟରେ ଆଜି ଜାଣିବା ଯିଏ ଅଭାବ ଅନାଟନଗରେ ଥାଇ ହାତରେ ରେଞ୍ଚି ଧରି ବାଇକ ସଜାଡୁଥିବା ସହ ନିଜ କଳା ପ୍ରଦର୍ଶନ କରି ଲୋକଙ୍କ ହ୍ରୁଦୟ ଜିତିଥାନ୍ତି।

ଆନନ୍ଦପୁର(କେନ୍ୟୁଜ୍): ଜଣେ କଳାକାର ହିଁ ଜାଣେ କଳାରେ ମହତ୍ବ। ଜଣେ କଳାକାର ହିଁ ଜାଣେ କଳାରେ ବୁଡି ରହିବାର ମଜ୍ଜା। ପେଟ ପୋଷିବାକୁ ପ୍ରତ୍ୟେକ ଦିନ ଆମ ସମସ୍ତଙ୍କୁ କରିବାକୁ ପଡିଥାଏ ସଂଘର୍ଷ । ହେଲେ ଏମିତି ଜଣେ କଳାକାରଙ୍କ ବିଷୟରେ ଆଜି ଜାଣିବା ଯିଏ ଅଭାବ ଅନାଟନଗରେ ଥାଇ ହାତରେ ରେଞ୍ଚି ଧରି ବାଇକ ସଜାଡୁଥିବା ସହ ନିଜ କଳା ପ୍ରଦର୍ଶନ କରି ଲୋକଙ୍କ ହ୍ରୁଦୟ ଜିତିଥାନ୍ତି।

ଆନନ୍ଦପୁର ପୌର ପରିଷଦ ୧୫ ନମ୍ବର ୱାର୍ଡ ଘଷିପୁରାରେ ବାସ କରନ୍ତି ବିନୋଦ ଓଝା। ବିନୋଦ ପେଶାରେ ଜଣେ ମଟର ସାଇକେଲ ମିସ୍ତ୍ରୀ ହେଲେ ନିଶା ତାଙ୍କର କଳା ପ୍ରଦର୍ଶନୀ। କାର୍ଯ୍ୟବ୍ୟସ୍ଥତା ଭିତରେ ଥାଇ ମଧ୍ୟ ରାଜ୍ୟର ଯେଉଁ ପ୍ରାନ୍ତ ରେ ସାଂସ୍କୃତିକ କାର୍ଯ୍ୟକ୍ରମ ଥାଏ ସ୍ଵଇଚ୍ଛା ରେ ବିନୋଦ ଧାଇଁ ଯାଆନ୍ତି ସେଠାକୁ। ବର୍ତ୍ତମାନ ସେ ଶାଳପଡାର ବୀଣାପାଣି କଳାନିକେତନ ନୃତ୍ୟ ଅନୁଷ୍ଠାନ ସହିତ ସଂଶ୍ଳିଷ୍ଟ ଥିବା ବେଳେ ରାଜ୍ୟ ତଥା ରାଜ୍ୟ ବାହାରେ ଅନେକ ନୃତ୍ୟାଭିନୟ କରି ଦର୍ଶକ ଙ୍କ ଠାରୁ ପ୍ରଶଂସା ସାଉଁଟିଛନ୍ତି।

binod artist

ସ୍ଥାନୀୟ ଲୋକଙ୍କ ମତ ଅନୁଯାୟୀ ବିନୋଦ ଜଣେ ସୁଦକ୍ଷ ବାଇକ ମିସ୍ତ୍ରୀ। ଅନେକ ସମୟରେ ରାତି ଅନିଦ୍ରା ହୋଇ ଲୋକଙ୍କୁ କଳାରେ ବାନ୍ଧି ରଖିଥିବା ବିନୋଦ ଦିନରେ ବାଇକ୍ ମରାମତି କରନ୍ତି । ରାଜ୍ୟ ତଥା ରାଜ୍ୟ ବାହାରେ ବିଭିନ୍ନ ମଞ୍ଚରେ ନୃତ୍ୟ ପରିବେଷଣ କରିବା ସହ ବିଭିନ୍ନ ଚରିତ୍ରରେ ଅଭିନୟ କରି ଲୋକଙ୍କ ପ୍ରିୟ ଭାଜନ ହୋଇଛନ୍ତି ।

ନିଜ ଅଞ୍ଚଳରେ ହେଉଥିବା ନାଟକ ରୁ ନିଜର କଳା ପ୍ରଦର୍ଶନ ଆରମ୍ଭ କରିଥିବା ବିନୋଦ ଆଜି ସୁଦୂର ଦିଲ୍ଲୀ, ନାଭି ମୁମ୍ବାଇ, ପୁରୀ ଏବଂ ଘଟଗାଁ ରେ ନିଜର କଳା ପ୍ରଦର୍ଶନ କରି ବେଶ ଲୋକ ପ୍ରିୟ ହୋଇଛନ୍ତି । ନିଜର କଳା ପ୍ରଦର୍ଶନ କୁ ନେଇ ବିନୋଦ କଳା ମଞ୍ଜରୀ, ନୃତ୍ୟ ଗୌରବ, ନାଟ୍ୟ ଦର୍ପଣ ଭଳି ପ୍ରତିଭା ରେ ସମ୍ମାନିତ ହୋଇଛନ୍ତି।କଳାକାର ଜାଣେ କଳାର ମହତ୍ତ୍ଵ। କଳା ପ୍ରଦର୍ଶନୀ ନିମନ୍ତେ ଜୀବନକୁ ଉତ୍ସର୍ଗ କରିଦେଇଥିବା ବିନୋଦ କଳା କ୍ଷେତ୍ରରେ ଅନେକ ଆଗକୁ ବଢନ୍ତୁ ଏତିକି କାମନା।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.