ଆଜି ହେବ ବ୍ରିଟେନର ରାଜା ଚାଲର୍ସ ତୃତୀୟଙ୍କ ରାଜ୍ୟାଭିଷେକ : ଭାରତରୁ ଯୋଗ ଦେବେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ

ଆଜି ବ୍ରିଟେନ ରାଜା କିଙ୍ଗ ଚାର୍ଲସ ତୃତୀୟଙ୍କ ରାଜ୍ୟାଭିଷେକ। ବିଧିବଦ୍ଧ ଭାବେ ବ୍ରିଟିଶ ସିଂହାସନ ଆରୋହଣ କରିବେ କିଙ୍ଗ ଚାର୍ଲସ ତୃତୀୟ। ୭୦ ବର୍ଷ ପରେ ବ୍ରିଟେନ ରାଜପରିବାରରେ ହେଉଛି ରାଜତିଳକ ଉତ୍ସବ । ଭାରତୀୟ ସମୟ ଅପରାହ୍‌ଣ ୨ଟା ୫୦ ମିନିଟ୍‌ରୁ ଆରମ୍ଭ ହେବ କାର୍ଯ୍ୟକ୍ରମ।

ନୂଆଦିଲ୍ଲୀ : ଆଜି ବ୍ରିଟେନ ରାଜା କିଙ୍ଗ ଚାର୍ଲସ ତୃତୀୟଙ୍କ ରାଜ୍ୟାଭିଷେକ। ବିଧିବଦ୍ଧ ଭାବେ ବ୍ରିଟିଶ ସିଂହାସନ ଆରୋହଣ କରିବେ କିଙ୍ଗ ଚାର୍ଲସ ତୃତୀୟ। ୭୦ ବର୍ଷ ପରେ ବ୍ରିଟେନ ରାଜପରିବାରରେ ହେଉଛି ରାଜତିଳକ ଉତ୍ସବ । ଭାରତୀୟ ସମୟ ଅପରାହ୍‌ଣ ୨ଟା ୫୦ ମିନିଟ୍‌ରୁ ଆରମ୍ଭ ହେବ କାର୍ଯ୍ୟକ୍ରମ। ବକିଂହାମ ପ୍ୟାଲେସରୁ ୨୦୦ ବର୍ଷ ତଳର ଘୋଡ଼ାଗାଡ଼ିରେ େଓ୍ଵଷ୍ଟ ମିନିଷ୍ଟର ଆବେ ପର୍ଯ୍ୟନ୍ତ ଯିବେ ବ୍ରିଟେନ ରାଜା। ୩ ଦିନିଆ ଉତ୍ସବରେ ପ୍ରାୟ ୨ ହଜାରରୁ ଅଧିକ ଭିଆଇପି ଅତିଥୀ ସାମିଲ ହେବେ । ଏହା ପାଇଁ ୧ ହଜାର ୬୧କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ସୂଚନା ମିଳିଛି । ରାଜ୍ୟାଭିଶେଷ ପାଇଁ ମେ ୮ ତାରିଖକୁ ବ୍ରିଟେନରେ ସରକାରୀ ଛୁଟି ଘୋଷଣା କରାଯାଇଛି । ଭାରତ ପକ୍ଷରୁ ଉପରାଷ୍ଟ୍ରପତି ଜଗଦୀପ ଧନଖଡ ଯୋଗ ଦେବେ । ଏଥିସହିତ ସାମିଲ ହେବେ ଅଭିନେତ୍ରୀ ସୋନମ କପୁର ।

ମହାରାଣୀ ଏଲିଜାବେଥ ୨ୟଙ୍କ ପରଲୋକ ପରେ ଏବେ କିଙ୍ଗ ଚାଲର୍ସ ତୃତୀୟ ରାଜା ଓ ତାଙ୍କ ପତ୍ନୀ କାମେଲା ମହାରାଣୀ ହେବ । ରାଜ୍ୟାଭିଶେଷକ ଓ ଶପଥପାଠ ଉତ୍ସବ ଲଣ୍ଡନରେ ଆୟୋଜନ କରାଯାଇଛି । ଯେଉଁଥିରେ ହଜାର ସଂଖ୍ୟକ ଅତିଥି ଯୋଗ ଦେବେ । ଶନିବାର ୱେଷ୍ଟମିନିଷ୍ଟରରେ ଧାର୍ମିକ ସମାରୋହ କରାଯାଇଛି । ଆଜି ବ୍ରିଟେନ ପରିବାର ପାରମ୍ପାରିକ ରାଜାଙ୍କ ମୁକୁଟୁ ପିନ୍ଧିବେ କିଙ୍ଗ ଚାଲର୍ସ ତୃତୀୟ । ମେ ୬ ରୁ ୮ ପର୍ଯ୍ୟନ୍ତ ଲଣ୍ଡନରେ ହେବ ଭବ୍ୟ ଆୟୋଜନ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.