ପରିଣତ ବୟସରେ ରୋଜଗାର ପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଦୃଷ୍ଟିହୀନ ଦମ୍ପତି

ଦୃଷ୍ଟିହୀନ ହୋଇଥିବାରୁ ରୋଜଗାର କରିବାକୁ ସକ୍ଷମ ନୁହଁନ୍ତି । ଭିକ୍ଷାବୃତ୍ତି କରି ଚଳୁଥିଲେ କିନ୍ତୁ ପ୍ରଶାସନ ଭିକ୍ଷାବୃତ୍ତି ହଟାଇ ଦେବାରୁ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଦୃଷ୍ଟିହୀନ ଦମ୍ପତି । ଏଭଳି ଦୁଃଖ କଷ୍ଟରୁ ବଞ୍ଚିବା ପାଇଁ ପୁରୀ ଜିଲ୍ଲାପାଳ ଙ୍କୁ ଭେଟି ସ୍ୱାବଲମ୍ବୀ ହେବା ଲାଗି ସହାୟତା ଲୋଡିଛନ୍ତି ।

ପେଟ ପାଇଁ ସବୁ ନାଟ । ଆଖିକୁ ଦିଶୁନାହିଁ । ଦି ମୁଠା ଦାନା ପାଇଁ କରୁଛନ୍ତି ସଂଘର୍ଷ । ପରିଣତ ବୟସରେ ଘରେ ବସି ନାତି ନାତୁଣୀଙ୍କ ସହ ଖେଳିବା ସମୟରେ ସ୍ୱାବଲମ୍ବୀ ହେବା ପାଇଁ ଧାଇଁ ଆସିଛନ୍ତି ଜିଲ୍ଲାପାଳଙ୍କ ନିକଟକୁ । ଏମାନଙ୍କ ଦୁଃଖ ଶୁଣିବାକୁ କେହି ନାହାନ୍ତି । ମାତ୍ର କେଇଟା ଭତ୍ତା ଟଙ୍କାରେ ଚଳୁଛନ୍ତି ଦୃଷ୍ଟିହୀନ ଦମ୍ପତି । ଦଇବ ଏମାନଙ୍କୁ ସାହା ହଉନି । ଦୁର୍ଦ୍ଦିନରେ ଦିନ କାଟୁଛନ୍ତି ଏହି ବୁଢ଼ା ବୁଢ଼ୀ । ଦୃଷ୍ଟିହୀନ ହୋଇଥିବାରୁ ରୋଜଗାର କରିବାକୁ ସକ୍ଷମ ନୁହଁନ୍ତି । ଭିକ୍ଷାବୃତ୍ତି କରି ଚଳୁଥିଲେ କିନ୍ତୁ ପ୍ରଶାସନ ଭିକ୍ଷାବୃତ୍ତି ହଟାଇ ଦେବାରୁ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଦୃଷ୍ଟିହୀନ ଦମ୍ପତି । ତେବେ ଆମେ କହୁଛୁ ଡେଲାଙ୍ଗ ଅଞ୍ଚଳର ଦୃଷ୍ଟି ହୀନ ଦମ୍ପତି ପରମାନନ୍ଦ ବେହେରା ଏବଂ ତାଙ୍କ ପତ୍ନୀ ଦ୍ରୌପଦୀ ସାମନ୍ତରାୟଙ୍କ କଥା ।

ଡେଲାଙ୍ଗରୁ ଆସି ପୁରୀରେ ରହୁଛନ୍ତି । ଦୀର୍ଘ ଦିନ ହେବ ପୁରୀ ଶ୍ରୀ ମନ୍ଦିର ନିକଟରେ ଭିକ୍ଷା ବୃତ୍ତି କରି ଜୀବନ ଯାପନ କରୁଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ଶ୍ରୀ ମନ୍ଦିର ନିକଟରେ ଭିକ୍ଷା ବୃତ୍ତିକୁ ବାରଣ କରାଯିବାରୁ ଅନେକ ଦୁଃଖ ଦୁର୍ଦ୍ଦଶା ମଧ୍ୟରେ ଜୀବନ ଅତିବାହିତ କରୁଛନ୍ତି ଏହି ଦୃଷ୍ଟି ହୀନ ଦମ୍ପତି। ଏଭଳି ଦୁଃଖ କଷ୍ଟରୁ ବଞ୍ଚିବା ପାଇଁ ପୁରୀ ଜିଲ୍ଲାପାଳ ଙ୍କୁ ଭେଟି ସ୍ୱାବଲମ୍ବୀ ହେବା ଲାଗି ସହାୟତା ଲୋଡିଛନ୍ତି। ଖଣ୍ଡେ ଦୋକାନ ହେଲେ ଭଲ ହୁଅନ୍ତା । ଆଖିକୁ ତ ଦେଖାଯାଉନି । ଆଉ କଣ ବା କରି ପାରିବେ ଏମାନେ । ଏଇ ଆଶା ନେଇ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ଦମ୍ପତି ।

ଏମାନେ ଡେଲାଙ୍ଗ ଅଞ୍ଚଳର ହୋଇଥିବା ବେଳେ ପୁରୀ ରେ ଏକ ଘର ଭଡା ନେଇ ରହୁଛନ୍ତି । ପାଖରେ ଟଙ୍କା ନଥିବା ବେଳେ ଘରଭଡ଼ା ମାସକୁ ୩୦୦୦ ଟଙ୍କା । ଯାହା ବୋଝ ଉପରେ ନଳିତା ବିଡ଼ା ସଦୃଶ । ବର୍ତ୍ତମାନ ଏମାନଙ୍କ ନିକଟରେ କୌଣସି ରୋଜଗାରର ପନ୍ଥା ନଥିବା ବେଳେ ନିଜେ କିଛି ବେପାର କିମ୍ବା ଦୋକାନ ବଜାର କରି ଚଳିବା ଲାଗି ଦୃଷ୍ଟି ହୀନ ଦମ୍ପତି ଜିଲ୍ଲାପାଳଙ୍କୁ ଭେଟି ଆର୍ଥିକ ସହାୟତା ରାଶି ଲୋଡିଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ କିଛି ଅର୍ଥ ରାଶି ସହାୟତା ଯୋଗାଇଦେଲେ ଆଉ ଭିକ୍ଷା ବୃତ୍ତି ନ କରି ନିଜେ କିଛି ବ୍ୟବସାୟ କରି ସ୍ୱାବଲମ୍ବୀ ଭାବେ ବଞ୍ଚିଵା ଲାଗି କହିଛନ୍ତି ଦୃଷ୍ଟିହୀନ ପରମାନନ୍ଦ ବେହେରା ଓ ତାଙ୍କ ପତ୍ନୀ ।

ଦୃଷ୍ଟିହୀନ ହୋଇଥିଲେ ବି ମାଗି ଖାଇବାକୁ ପସନ୍ଦ କରି ନାହାନ୍ତି ଏମାନେ । ନିଜର ଝିଅ ଥିଲେ ମଧ୍ୟ ତା ପାଖରେ ରହିବାକୁ ଚାହିଁ ନାହାନ୍ତି ଏବଂ ନିଜେ କଷ୍ଟ କରି ନିଜ ପେଟ ପୋଷିବାକୁ ନେଇଛନ୍ତି ନିଷ୍ପତ୍ତି । ବୟସ ହୋଇଯାଇଥିଲେ ବି ତାଙ୍କର ଏହି ଇଚ୍ଛାଶକ୍ତି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି । ଗୁଜୁରାଣ ମେଣ୍ଟାଇବା ପାଇଁ ତାଙ୍କୁ ଯଦି କିଛି ଆର୍ଥିକ ସହାୟତା ମିଳନ୍ତା ତେବେ ଏହି ଦୁଇ ଜଣ ନିଜ ପେଟ ପୋଷି ପାରନ୍ତେ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.