ଟ୍ରେନରୁ ହଠାତ୍‌ ଡେଇଁ ପଡିଲେ ଯୁବତୀ, କେହି କିଛି ବୁଝିବା ଆଗରୁ ଡେଇଁଲେ ଆଉ ଦୁଇଜଣ ଯୁବତୀ: ଦେଖନ୍ତୁ ଭିଡିଓ

ମୃତ୍ୟୁ କେତେ ବେଳେ କାହାକୁ କେଉଁଠି ଅପେକ୍ଷା କରିଥାଏ ତାହା କେହି ଜାଣନ୍ତି ନାହିଁ। ଆପଣ ପ୍ରତିଦିନ ସୋସିଆଲ ମିଡିଆରେ ଏମିତି କିଛି ଘଟଣା ନିଶ୍ଚିତ ଦେଖିଥିବେ ନିଶ୍ଚିତ। ଏବେ ଆଉ ଏକ ଭିଡିଓ ଭାଇରଲ ହେଉଛି, ଯାହାକୁ ଦେଖିଲେ ଆପଣଙ୍କ ଛାତି ଥରି ଉଠିବ। ମୁମ୍ବାଇରେ ଚଳନ୍ତା ଟ୍ରେନ ତଳେ ପଡୁ ପଡୁ ଅଳ୍ପକେ ବର୍ତ୍ତିଗଲେ ମହିଳା। ମହିଳାଙ୍କୁ ଜଣେ ଯବାନ ଆସି ବଞ୍ଚାଇଦେଇଥିଲେ।

ଭିଡିଓରେ ଦେଖିବାକୁ ମିଳିଛି ମୁମ୍ବାଇ ଜୋଗେଶ୍ୱରୀ ରେଲେଓ୍ଵ ଷ୍ଟେସନରେ ଛିଡା ହୋଇଥିବା ଟ୍ରେନ ଛାଡିବା ବେଳକୁ ୩ ଜଣ ଯୁବତୀ ଚଢିଯାଇଥିଲେ। କିନ୍ତୁ ଟ୍ରେନ ଛାଡିବାର କିଛି ସମୟ ପରେ ଜଣେ ଯୁବତୀ ହଠାତ୍‌ ଡେଇଁ ପଡିଥିଲେ। ଯୁବତୀ ଜଣକ ପଡି ପ୍ଲାଟଫର୍ମରୁ ଟ୍ରେନ ଟ୍ରାକକୁ ଖସିପଡୁଥିବା ବେଳେ ହଠାତ୍‌ ଟ୍ରେନ ଭିତରୁ ଜଣେ ହୋମଗାର୍ଡ ନିଜ ଉପସ୍ଥିତ ବୁଦ୍ଧି ପ୍ରୟୋଗ କରି ଯୁବତୀଙ୍କୁ ଭିଡି ଆଣି ଜୀବନ ବଞ୍ଚାଇଥିଲେ। ଏହି ଯୁବତୀ ପଡିଯିବା ଦେଖି ତାଙ୍କୀ ଅନ୍ୟ ଦୁଇଜଣ ବାନ୍ଧବୀ ଟ୍ରେନରୁ ଡେଇଁ ପଡିଥିଲେ। ଅବଶ୍ୟ ସେମାନଙ୍କର କିଛି ହୋଇନଥିଲା।

ଯୁବତୀଙ୍କ ଜୀବନ ବଞ୍ଚାଇଥିବା ହୋମଗାର୍ଡ ଯବାନଙ୍କ ନାମ ଅଲତାଫ ଶେଖ। ଆଉ ଏପରି ମହାନ୍‌ କାମ ପାଇଁ ରେଲେଓ୍ଵ ପୋଲିସ ତାଙ୍କୁ ସମ୍ମାନିତ କରିବାର ନିଷ୍ପତ୍ତି ନେଇଛି। ମୁମ୍ବାଇ ପୋଲିସ ଜଣେ ଅଧିକାରୀ କାସିର ଖାଲିଦ କହିଛନ୍ତି, ହୋମଗାର୍ଡଙ୍କୁ ସତର୍କତା ପାଇଁ ପୁରସ୍କୃତ କରାଯିବ। ଟ୍ଵିଟ୍‌ କରି କହିଛନ୍ତି, ହୋମଗାର୍ଡ ଅଲତାଫ ଶେଖ ଜିଆରପି ମୁମ୍ବାଇରେ ଡ୍ୟୁଟିରେ ଥିବା ବେଳେ ଜଣେ ଯାତ୍ରୀଙ୍କ ଜୀବନ ବଞ୍ଚାଇଥିଲେ। ଜୋଗେଶ୍ୱରୀ ଷ୍ଟେସନରେ ଉପସ୍ଥିତ ବୁଦ୍ଧି ଦେଖାଇ ମହିଳାଙ୍କ ଜୀବନ ବଞ୍ଚାଇଛନ୍ତି। ତେଣୁ କର୍ତ୍ତବ୍ୟ ପ୍ରତି ସମର୍ପଣ ଦେଖାଇଥିବା ହୋମଗାର୍ଡଙ୍କୁ ପୁରସ୍କୃତ କରାଯିବ।

ଭିଡିଓ ଦେଖିଲେ ଆପଣ ନିଶ୍ଚିତ ଜାଣିପାରିବେ। କିପରି ହୋମଗାର୍ଡ ନିଜର ଉପସ୍ଥିତ ବୁଦ୍ଧି ଖଟାଇ ମହିଳାଙ୍କ ଜୀବନ ବଞ୍ଚାଇଛନ୍ତି। କିନ୍ତୁ ଏମାନେ କାହିଁକି ଟ୍ରେନରୁ ଡେଇଁପଡିଲେ ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ। ଅଳ୍ପକେ ଟିକେରେ ବଞ୍ଚିଥିବା ଜୀବନ ଚାଲିଯାଇଥାନ୍ତା। ଯଦି ହୋମଗାର୍ଡ ନଥାନ୍ତେ। ତେଣୁ ଟ୍ରେନରେ ଚଢିବା ପୂର୍ବରୁ କେଉଁ ସ୍ଥାନକୁ ଯିବେ, ତାହା ବିଷୟରେ ପୂର୍ବରୁ ପଚାରି ବୁଝିନିଅନ୍ତୁ। ଚଳନ୍ତା ଟ୍ରେନରୁ ନ ଡେଇଁବା ପାଇଁ ମଧ୍ୟ ଜିଆରପି ଯାତ୍ରୀମାନଙ୍କୁ ଅନୁରୋଧ କରିଛି।

କୌଣସି ଯାତ୍ରୀ କେବେ ବି ଏପରି ଚଳନ୍ତା ଟ୍ରେନରୁ ଡେଇଁବା ଭଳି ପଦକ୍ଷେପ ନିଅନ୍ତୁ ନାହିଁ। ନଚେତ ଜୀବନ ଚାଲିଯାଇପାରେ। ଯଦି ଭୁଲରେ କୌଣସି ଟ୍ରେନରେ ଚଢିଯାଇଛନ୍ତି, ତେବେ ଆଗାମୀ ଷ୍ଟେସରେ ଓହ୍ଲାଇ ପୁଣି ନିଜ ଗନ୍ତବ୍ୟ ସ୍ଥାନକୁ ଯାଇପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.