ଗଞ୍ଜାମ ଗଡ଼ହୁମା ଗାଁରେ ବିଷାକ୍ତ ଖାଦ୍ୟ ଖାଇ ୨ ଭାଇ ଭଉଣୀ ମୃତ, ଜଣେ ଗୁରୁତର

ବ୍ରହ୍ମପୁର (କେନ୍ୟୁଜ୍): ବିଷାକ୍ତ ଖାଦ୍ୟ ଖାଇ ୨ ମୃତ, ଜଣେ ଗୁରୁତର। ଭାଇଭଉଣୀଙ୍କ ମୃତ୍ୟୁ ହୋଇଥିବା ବେଳେ, ଗୁରୁତର ମା’ଙ୍କୁ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରାଯାଇଛି। ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଗଡ଼ ହୁମା ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ଗତକାଲି ରାତିରେ ୩ଜଣ ଖାଇ ସାରିବା ପରେ ସମସ୍ତଙ୍କ ବାନ୍ତି ହୋଇଥିଲା।

ଗୁରୁତର ଅବସ୍ଥାରେ ଛତ୍ରପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ପ୍ରଥମେ ପୁଅ ଓ ପରେ ଝିଅର ମୃତ୍ୟୁ ହୋଇଥିଲା।

Leave A Reply

Your email address will not be published.