ତିନି ଆଖିଆ ବାଛୁରୀ ଛୁଆ ଜନ୍ମ ଦେଲା କାଳି ଗାଈ, ଲୋକେ ଧୂପ ଦୀପ ଦେଇ କରୁଛନ୍ତି ପୂଜା

ବିଶ୍ବାସ ଆଉ ଅନ୍ଧବିଶ୍ୱାସ ଭିତରେ ମଣିଷ ସବୁବେଳେ ଦ୍ଵନ୍ଦରେ ରୁହେ। ଶୁଣା କଥା ଅପେକ୍ଷା ଆଖିରେ ଦେଖିଲେ ହିଁ ଵିଶ୍ଵାସ ଆସେ । ଆଜି ଏହି ଦୃଶ୍ୟ ଆପଣଙ୍କୁ ନିହାତି ଅଲୌକିକ ଭିତରକୁ ଟାଣି ନେବ। ଯେତେବେଳେ ଆପଣ ଦେଖିବେ ଏଇ ବାଛୁରୀଟିକୁ। ସମସ୍ତେ ଜାଣନ୍ତି ଗାଈ, ବାଛୁରୀଙ୍କର ଦୁଇଟି ଆଖି। ହେଲେ ଏଇ ବାଛୁରୀ ଟିର ତିନିଟି ଆଖି। ବାସ୍ ଏତିକି ଜାଣିବା ପରେ ଏବେ ଲୋକଂକ ସୁଅ ଛୁଟୁଛି।

calffffଅନୁଗୁଳ ଜିଲ୍ଲା ତାଳଚେର ଅଞ୍ଚଳରେ ଚର୍ଚ୍ଚାରେ ତ୍ରିନେତ୍ର ବାଛୁରୀ। ସାରା ଅଞ୍ଚଳରେ ଧୂପ ଦୀପ ନୈବେଦ୍ୟର ବାସ୍ନା। ଚାଲିଛି ପୂଜାର୍ଚ୍ଚନା। କାରଣ ସମସ୍ତେ ମାନି ନେଇଛନ୍ତି ଏଇ ବାଛୁରୀ ସାମାନ୍ୟ ନୁହେଁ। ତାକୁ ପୂଜା କରିବାକୁ ଲୋକଙ୍କ ଲମ୍ବା ଲାଇନ । ବାଛୁରୀଟି ଦେଖିବାକୁ ସାଧାରଣ ହେଲେ ଆଖି ତାର ତିନୋଟି । ତେବେ ସ୍ଵଂୟ ଶିବଙ୍କ ଏ ଏକ ରୂପ ଭାବି ନେଇଛନ୍ତି ସ୍ଥାନୀୟ ବାସିନ୍ଦା।

bachuriସଂଯୋଗ ଦେଖନ୍ତୁ କାଳୀ ଗାଈ କିଛି ଦିନ ତଳେ ଜନ୍ମ ଦେଇଛି ଏଇ ବାଛୁରୀଟିକୁ । ଗାଈର ମାଲିକ ଶ୍ରୀକାନ୍ତ ଦେହୁରୀ, ସସ୍ମିତା ଦେହୁରୀ ବାଛୁରୀକୁ ଦେଖି ଭାବ ବିହ୍ବଳ ହୋଇ ଯାଇଥିଲେ । ଭଗବାନ୍ ତାଙ୍କ ଗୁହାଳରେ ଜନ୍ମ ନେଇଛନ୍ତି ଭାବି ପୂଜାର୍ଚ୍ଚନା କରିଥିଲେ । ସବୁ ସେଇ ସ୍ରଷ୍ଟାଙ୍କ ଇଚ୍ଛାରେ ଚାଲିଛି ହୁଏତ କଳି ଯୁଗରେ ଏହା କୌଣସି ଘଟଣକୁ ଇଙ୍ଗିତ କରୁଥାଇ ପାରେ ଏହାକୁ ଏଡାଇ ଦିଆ ଯାଇ ନପାରେ ।

ଏହି ଖବର ପ୍ରସାରିତ ହେବାପରେ ଦେଖଣାହାରୀଙ୍କ ଧାଡ଼ି ଲାଗିଛି । ଲୋକଙ୍କ ଆସ୍ଥା ଓ ଵିଶ୍ଵାସ ବି ବଢ଼ିଛି । ହେଲେ କାଳୀ ଗାଈ ଚିନ୍ତା କରୁଛି ଏ ବାଛୁରୀର ଆୟୁଷ କେତେ ? ଆଗକୁ ପଶୁ ଡାକ୍ତରଙ୍କୁ ଦେଖାଇ ତାକୁ ସୁସ୍ଥ ରଖିବା ପାଇଁ ପ୍ରୟାସ କରିବେ ବୋଲି ମାଲିକ ଇଚ୍ଛା ରଖିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.