Below header

ଏମିତି ଏକ ଷ୍ଟେସନ ଯେଉଁଠି ନା ଅଛି ଟିକେଟ ୱିଣ୍ଡୋ ନା ରହିଛି କୌଣସି କାଉଣ୍ଟର୍

ଜାପାନର ସିରୟୁ ମହାରଶୀ ଦୁନିଆର ସବୁଠାରୁ ଆଶ୍ଚର‌୍ୟ୍ୟଜନକ ଏବଂ ସ୍ବତନ୍ତ୍ର ଷ୍ଟେସନ ଅଟେ। କାରଣ ଏହି ଷ୍ଟେସନ ଅନ୍ୟ କେଉଁ ଷ୍ଟେସନ ଭଳି ନୁହେଁ। କାହିଁକି ନା ଏହି ଷ୍ଟେସନରେ ନା କୌଣସି ଟିକେଟ କାଉଣ୍ଟର ନା କୌଣସି ସୂଚନା କେନ୍ଦ୍ର ରହିଛି। ନିଶିକି ନଦୀ ଉପରେ ଏହି ଷ୍ଟେସନଟି ରହିଛି। ୟାମାଗୁଚୀ ପ୍ରାନ୍ତରେ ଏହା ଏକମାତ୍ର ଏମିତି ରେଳ ଷ୍ଟେସନ ଯେଉଁଠି ଟୁରିଷ୍ଟ କେବଳ ପ୍ରାକ୍ରୁତିକ ସୁନ୍ଦରତାକୁ ଉପଭୋଗ କରିବା ପାଇଁ ଆସନ୍ତି।

ବର୍ଷରେ ଥରେ ଖୋଲିଥାଏ ଏହି ଷ୍ଟେସନ ଏବଂ ରହିଥାଏ ଟ୍ରେନ

ସିରୟୁ ମିହରସି ଏକି ର ଅର୍ଥ ହେଉଛି ଏହା ଏମିତି ଏକ ଷ୍ଟେସନ ଯେଉଁଠି ପରିଷ୍କାର ଭାବରେ ଝରଣା ଦେଖାଯାଇଥାଏ। ସେଠାକୁ କେବଳ ରେଳ ମାଧ୍ୟମରେ ହିଁ ଯାଇହେବ। ଏହି ଷ୍ଟେସନକୁ ଏମିତି ତିଆରି କରାଯାଇଛି ଯେ ଯେପରି ଏଠାକୁ ଆସୁଥିବା ଲୋକ ଏହାର ସୁନ୍ଦରତାକୁ ଉପଭୋଗ କରି ଆନନ୍ଦ ପାଇପାରିବେ।

japanaaଏଠାରେ ଟ୍ରେନ କେବଳ ଥରେ ମାର୍ଚ୍ଚ ୧୭ରେ ଖୋଲା ଯାଇଥାଏ। ଅବଶ୍ୟ ଏହାକୁ ଏବେ ପର୍ଯ୍ୟନ୍ତ ଗୁଗଲ ମ୍ୟାପରେ ସାମିଲ କରାଯାଇନାହିଁ। ଏହାର ପାର୍ଶ୍ବରେ ଥିବା ୭ ପ୍ରତିଶତ ଜମିକୁ ୨୧୦୨ରେ ନ୍ୟାଚୁରାଲ ପାର୍କ ଘୋଷଣା କରାଯାଇଛି। ଏଠାକୁ ଆସୁଥିବା ପର୍ଯ୍ୟଟକ ସେଠାକାର ସୁନ୍ଦରତାକୁ କ୍ୟାପଚର କରିବା ପାଇଁ ଭୁଲନ୍ତି ନାହିଁ।

ଜାପାନର ଲୋକଙ୍କୁ ଏଠାକାର ପାଣି ଏବଂ ସବୁଜ ପରିବେଶ ପାଇଁ ପସନ୍ଦ ଆସିଥାଏ। ସିଙ୍ଗଲ ରେଲୱେ ଲାଇନ ଥିବା ଏହି ରୁଟରେ ୧୦ଟି ଟ୍ରେନ ଯାଇଥାଏ। ଏଥିରେ ଚାରିଟି ଟ୍ରେନ ଅଲଗା-ଅଲଗା ରଙ୍ଗ ଯଥା ଗୋଲାପି, ସବୁଜ, ନୀଳ ଏବଂ ହଳଦିଆ ଅଟେ। ବସନ୍ତ ଋତୁରେ ପର୍ଯ୍ୟଟକମାନେ ଏହି ରୁଟରେ ଯାତ୍ରା କରିଥାନ୍ତି କାରଣ ଝରଣା, ପାହାଡ ଏବଂ ଫୁଲର ସୁନ୍ଦରତା ଦେଖିହେବ। ଷ୍ଟେସନ ମଝିରେ ଆହୁରି ଏମିତି ସ୍ଥାନ ଅଛି ଯେଉଁଠି ପର୍ଯ୍ୟଟକମାନେ ଓହ୍ଲାଇ ସୌନ୍ଦର‌୍ୟ୍ୟର ଆନନ୍ଦ ଉଠାଇପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.