ଟ୍ରେନ ଚାଳକ ରେଳ ଧାରଣାରେ ଦେଖିଲେ ଏମିତି କିଛି ମାରିବାକୁ ପଡିଲା ବ୍ରେକ୍ , ଯାହାର ଭିଡିଓ ହେଲା ଭାଇରାଲ୍

ସୋଶିଆଲ୍ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଦେଖିବାକୁ ମିଳିଛି ସିଂହ ପାଇଁ ଗୋଟେ ଟ୍ରେନକୁ ମଝି ରାସ୍ତାରେ ଅଟକାଇବାକୁ ପଡିଛି । ଏହି ଘଟଣା ଗୁଜୁରାଟର ଗିର୍ ର ବୋଲି କୁହାଯାଉଛି । ଗିର୍ ସିଂହ ପାଇଁ ପରିଚିତ ବୋଲି ଆମେ ସଭିଏଁ ଜାଣିଛନ୍ତି । ନିକଟରେ ଏକ ସିଂହ ରେଳ ଧାରଣା ଉପରେ ବସିଥିବାର ଏବଂ ଅନ୍ୟ ଦୁଇଟି ସିଂହ ତା ପାଖରେ ଛିଡା ହୋଇଥିବାର ଦେଖି ଟ୍ରେନ୍ ଚାଳକ ଟ୍ରେନଟିକୁ ଅଟକାଇ ଦେଇଥିଲେ । ଯେତେବେଳ ପର୍ଯ୍ୟନ୍ତ ରେଳ ଧାରଣାରୁ ସିଂହମାନେ ହଟିନଥିଲେ ସେତେବେଳ ପର୍ଯ୍ୟନ୍ତ ଟ୍ରେନଟି ଅଟକି ରହିଥିଲା । ତେବେ ସେହି ସମୟରେ ଟ୍ରେନ୍ ଭିତରେ କେହି ଜଣେ ବ୍ୟକ୍ତି ଏହି ଭିଡିଓଟିକୁ ଉଠାଇଥିଲେ ।

video courtesy: tv9 gujurati

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.