Below header

ତିନି ବର୍ଷ ବୟସରେ ନିଜକୁ କହିଥିଲେ ‘ପାଇଲଟ’, ୩୦ ବର୍ଷ ପରେ ବିମାନ ଉଡାଉଥିବା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଶିକ୍ଷକ

ସୁଧା ସତ୍ୟନ ନାମକ ଜଣେ ଅଧ୍ୟାପିକା ଏୟାର ଇଣ୍ଡିଆ ଦିଲ୍ଲୀରୁ ଚିକାଗୋ ଯାଉଥିବା ବିମାନରେ ବସିଥିଲେ। ସେତେବେଳେ କ୍ୟାପଟେନଙ୍କ ନାମ ଘୋଷଣା କରାଗଲା, ଯାହାକୁ ଶୁଣି ସେ ୩୦ ବର୍ଷ ପୁରୁଣା ସ୍ମ୍ରୁତିକୁ ମନେପକେଇଲେ। ସେ ଯେତେବେଳେ ଏକ ପ୍ଲେସ୍କୁଲରେ ଅଧ୍ୟାପିକାଥିଲେ ସେତେବେଳେ ସେ ଏକ ତିନି ବର୍ଷର ପିଲାକୁ ତାର ନାଁ ପଚାରିଥିଲେ। ଅଧ୍ୟାପିକାଙ୍କ ପ୍ରଶ୍ନରେ ପିଲାଟି ଉତ୍ତରରେ ନିଜକୁ କ୍ୟାପଟେନ ରୋହନ ଭସୀନ ବୋଲି କହିଥିଲା। ଆଜି ସେ ବାଳକ ସତରେ ବିମାନର କ୍ୟାପଟେନ ହୋଇଯାଇଛି।

ଏହାପରେ ଅଧ୍ୟାପିକା ଜଣକ ଏୟାରହୋଷ୍ଟେସଙ୍କୁ ପାଇଲଟଙ୍କୁ ଭେଟ କରିବା ପାଇଁ ଅନୁରୋଧ କଲେ। ଯେତେବେଳେ କ୍ୟାପଟେନ ତାଙ୍କ ପାଖକୁ ଆସିଲେ ତେବେ ସେ ତାଙ୍କୁ ଆଲିଙ୍ଗନ କରି କାନ୍ଦି ପକାଇଲେ। ରୋହନଙ୍କ ମା‘ ଏହି ସୁନ୍ଦର ମୂହୂର୍ତ୍ତର ଫଟୋକୁ ସେୟାର କରିଛନ୍ତି ଯେଉଁଥିରେ ସେ ଅଧ୍ୟାପିକାଙ୍କର ଦୁଇଟି ଫଟୋ ଦେଇଛନ୍ତି ଗୋଟିଏରେ ତାଙ୍କର ପିଲାଦିନର ସେହି ସ୍କୁଲ ବେଳର (୧୯୯୦-୯୧) ଏବଂ ଅନ୍ୟଟି ବିମାନ ଭିତରେ ସେହି ଦିନର।

ରୋହନଙ୍କ ଆକାଶ ଛୁଇଁବା ସ୍ବପ୍ନ ବଂଶଗତ ଅଟେ। ତାଙ୍କ ଜେଜେ କ୍ୟାପଟେନ ଜୟ ଦେବ ଭସୀନ ଦେଶର ସେହି ସାତ ପାଇଲଟଙ୍କ ମଧ୍ୟରୁ ଜଣେ ଯିଏକି ୧୯୫୪ ମସିହାରେ କମାଣ୍ଡା ହୋଇଥିଲେ। ରୋହନଙ୍କ ବାପା-ମା’ ମଧ୍ୟ ଇଣ୍ଡିଆନ ଏୟାରଲାଇନ୍ସରେ ଜଡିତ ଅଛନ୍ତି। ସେମାନେ ଏୟାର ଇଣ୍ଡିଆର ଏଆଇ ବୋଇଂ ୭୮୭ ଡ୍ରିମଲାଇନରକୁ ଉଡାଇଥାନ୍ତି। ରୋହନ ତାଙ୍କର ପାଇଲଟର ଟ୍ରେନିଂ ଦ୍ବାଦଶ ଶ୍ରେଣୀରୁ ହିଁ ଆରମ୍ଭ କରିଦେଇଥିଲେ। ସେ ତାଙ୍କ ବାନ୍ଧବୀଙ୍କୁ ବିବାହ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.