ତିରୋଧାନର ୩୩ବର୍ଷ ପରେ ସ୍ବପ୍ନାଦେଶ ଦେଉଛନ୍ତି ଏହି ଶତାୟୁ ସନ୍ଥ, ଆଶ୍ରମର ପୁନଃ ଉଦ୍ଧାର ପାଇଁ କରୁଛନ୍ତି ନିବେଦନ

ଆଜିକୁ ୩୩ବର୍ଷ ହେବ ମାଗୁଣି ବାବା ଦେହତ୍ଯାଗ କରିସାରିଥିବାବେଳେ ତାଙ୍କର ଏଭଳି ସ୍ବପ୍ନାଦେଶ ସମସ୍ତଙ୍କୁ ଆଶ୍ଚର୍ଯ୍ଯ କରିଛି। ତେବେ ତାଙ୍କ ପୀଠର  ଉନ୍ନତିକରଣ ପାଇଁ ଖୁବ୍ ଶୀଘ୍ର ପଦକ୍ଷପ ଗ୍ରହଣ କରାଯିବ ବୋଲି କୁହାଯାଉଛି।

ସାଲେପୁର(କେନ୍ୟୁଜ୍): ସ୍ବପ୍ନରେ ଆଦେଶ ଦେଉଛନ୍ତି ଶତାୟୁ ସନ୍ଥ। ଭକ୍ତମାନେ ସ୍ବତଃ ପ୍ରଭୁତ ଭାବେ ଆସୁଛନ୍ତି ଅବହେଳିତ ଆଶ୍ରମକୁ। ତିରୋଧାନର ୩୩ବର୍ଷ ପରେ ଆଶ୍ରମର ପୁନଃ ଉଦ୍ଧାର ପାଇଁ ସ୍ବପ୍ନରେ ନିଦେବଦନ କରୁଛନ୍ତି ବାବା। ଆଉ ପ୍ରତିଦିନ ଭକ୍ତମାନଙ୍କ ଭିଡ଼ ହେଉଛି ପୀଠରେ। ଭଜନ ସଂକୀର୍ତ୍ତନ ସାଙ୍ଗକୁ ପୂଜାର୍ଚ୍ଚନା ହେଉଛି। ତେବେ ଆସନ୍ତୁ ଜାଣିବା କେଉଁଠି ଏ ପୀଠ କାହିଁକି ଏ ସ୍ବପ୍ନାଦେଶ ।

ଆଜ୍ଞା କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ବୁହାଳ ଅଞ୍ଚଳର ଇଏ ହେଉଛି ମାଗୁଣି ଚରଣ ଦାସ ବା ମାଗୁଣି ବାବାଙ୍କ ପବିତ୍ର ପୀଠ। ଜନ ବସତି ଠାରୁ ଟିକେ ଦୂରରେ। ଏଠାକାର ପ୍ରାକୃତିକ ପରିବେଶ ବେଶ ସୁନ୍ଦର। ଏହି ପୀଠରେ ଅନେକ ବର୍ଷ ଧରି ମାଗୁଣି ବାବାଙ୍କ ବାସଥିଲା। ଆଉ ଇଏ ହେଉଛି ସେହି ଟୁଙ୍ଗି। ଯେଉଁଠି ବାବା ରହୁଥିଲେ। ଏବେବି ବି ଆଣ୍ଠୁ ଭାଙ୍ଗି ସେ ଟୁଙ୍ଗିଟି ଠିଆ ହୋଇଛି ଜରାଜୀର୍ଣ୍ଣ ଅବସ୍ଥାରେ। ଉପରେ ଛପର ନଥିବାରୁ ଜରି ଟଣା ଯାଇଛି। ଏହି ଟୁଙ୍ଗିଟିକୁ ହିଁ ଏବେ ଅନେକ ଭକ୍ତ ସ୍ବପ୍ନରେ ଦେଖୁଛନ୍ତି। ଆଉ ତା ଭିତରେ ବାବା ସ୍ବପ୍ନରେ ହିଁ ଦର୍ଶନ ଦେଉଛନ୍ତି । ଆଉ ଏହି ପୀଠର ପୁନଃ ଉଦ୍ଧାର କରି ସ୍ଥାୟୀ ବ୍ଯବସ୍ଥା କରିବା ପାଇଁ କହୁଛନ୍ତି ବୋଲି ଭକ୍ତମାନେ କହୁଛନ୍ତି।

baba

ଅନେକ ଆଡୁ ଏଠାକୁ ଭକ୍ତ ଆସୁଛନ୍ତି। ଆଉ ଏହି ଟୁଙ୍ଗିକୁ ଦେଖି ଆଶ୍ଚର୍ଯ୍ଯ ଚକିତ ହୋଇପଡୁଛନ୍ତି। ସତରେ ତ ସ୍ବପ୍ନରେ ଏହି ଟୁଙ୍ଗିଟିକୁ ହିଁ ଦେଖିଛୁ ଆଉ ୟାରୀ ଭତରେ ବାବାଙ୍କୁ ବି ଦର୍ଶନ କରିଛୁ । ଏସବୁ କେମିତି ସମ୍ଭବ! ବିଶ୍ୱାସ ନ ହେଉଥିଲେ ବି ଅନେକ ଭକ୍ତ ଏଭଳି ସ୍ବପ୍ନାଦେଶ ବିଷୟରେ କହୁଛନ୍ତି। ଦିବଂଗତ ସନ୍ଯାସୀ ବାବାଙ୍କର ଏଭଳି ସ୍ବପ୍ନାଦେଶ ପରେ ଏବେ ସ୍ଥାନୀୟ ଅଞ୍ଚଳ ଲୋକେ ଏହି ପୀଠଟିର ପୂର୍ବ ଗୌରବ ଫେରାଇ ଆଣିବା ସହ ଏହାର ଉନ୍ନତିକରଣ ପାଇଁ ଆଲୋଚନା କରାଯାଉଥିବା ନେଇ କହିଛନ୍ତି।

ମାଗୁଣି ବାବାଙ୍କ ଏହି ପବିତ୍ର ପୀଠ ସ୍ବତନ୍ତ୍ର ଅତ୍ଯୁତାନନ୍ଦ ମହାପୁରୁଷଙ୍କ ପୀଠ ସହିତ ଜଡିତ ଥିବା ସହିତ ମାଳିକାରେ ମଧ୍ଯ ରଚିତ ଅଛି। ତେବେ ଆଜିକୁ ୩୩ବର୍ଷ ମାଗୁଣି ବାବା ହେବ ଦେହତ୍ଯାଗ କରିସାରିଥିବାବେଳେ ତାଙ୍କର ଏଭଳି ସ୍ବପ୍ନାଦେଶ ସମସ୍ତଙ୍କୁ ଆଶ୍ଚର୍ଯ୍ଯ କରିଛି। ତେବେ ତାଙ୍କ ପୀଠର  ଉନ୍ନତିକରଣ ପାଇଁ ଖୁବ୍ ଶୀଘ୍ର ପଦକ୍ଷପ ଗ୍ରହଣ କରାଯିବ ବୋଲି କୁହାଯାଉଛି।