ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ: ଟିମ୍ ଇଣ୍ଡିଆକୁ ୯ ୱିକେଟରେ ହରାଇଲା କଙ୍ଗାରୁ ଦଳ; ୬ ବର୍ଷ ପରେ ଭାରତରେ ଜିତିଲା ଟେଷ୍ଟ୍ ମ୍ୟାଚ୍
ଅଷ୍ଟ୍ରେଲିଆ ୩ ମାର୍ଚ୍ଚରେ ଭାରତକୁ ୯ ୱିକେଟରେ ପରାସ୍ତ କରିଛି। ଇନ୍ଦୋରର ହୋଲକର ଷ୍ଟାଡିୟମରେ ଖେଳାଯାଇଥିବା ଏହି ଟେଷ୍ଟ ମ୍ୟାଚ୍ ଜିତିବା ସହିତ ଅଷ୍ଟ୍ରେଲିଆ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ର ଫାଇନାଲ ପାଇଁ ମଧ୍ୟ ଯୋଗ୍ୟତା ଅର୍ଜନ କରି ନେଇଛି।

ଅଷ୍ଟ୍ରେଲିଆ ୩ ମାର୍ଚ୍ଚରେ ଭାରତକୁ ୯ ୱିକେଟରେ ପରାସ୍ତ କରିଛି। ଚାରି ମ୍ୟାଚ୍ ବିଶିଷ୍ଟ ସିରିଜର ଉଭୟ ଓପନିଂ ଟେଷ୍ଟ ମ୍ୟାଚ୍ ଭାରତ ଜିତିଥିଲା। ଏହିପରି ଭାବେ ଭାରତ ଏବେ ବି ସିରିଜରେ ୨-୧ରେ ଆଗରେ ରହିଛି। ସିରିଜର ଚତୁର୍ଥ ଟେଷ୍ଟ ମ୍ୟାଚ୍ ୯ ମାର୍ଚ୍ଚରୁ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ।
ଇନ୍ଦୋରର ହୋଲକର ଷ୍ଟାଡିୟମରେ ଖେଳାଯାଇଥିବା ଏହି ଟେଷ୍ଟ ମ୍ୟାଚ୍ ଜିତିବା ସହିତ ଅଷ୍ଟ୍ରେଲିଆ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ର ଫାଇନାଲ ପାଇଁ ମଧ୍ୟ ଯୋଗ୍ୟତା ଅର୍ଜନ କରି ନେଇଛି। ଭାରତ ବି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ର ଫାଇନାଲରେ ପହଞ୍ଚିବା ଦୌଡ଼ରେ ରହିଛି, କିନ୍ତୁ ଏବେ ଦଳକୁ ଅହମ୍ମଦାବାଦରେ କୌଣସି ମତେ ବିଜୟ ହାସଲ କରିବାକୁ ପଡ଼ିବ।
ସେପଟେ ଅଷ୍ଟ୍ରେଲିଆ ଭାରତରେ ୬ ବର୍ଷ ପରେ କୌଣସି ଟେଷ୍ଟ ମ୍ୟାଚ୍ ଜିତିଛି। ଏହା ପୂର୍ବରୁ କଙ୍ଗାରୁ ଦଳ ଫେବୃଆରୀ ୨୦୧୭ରେ ପୁଣେରେ ଖେଳାଯାଇଥିବା ଟେଷ୍ଟ ମ୍ୟାଚରେ ଭାରତକୁ ୩୩୩ ରନରେ ପରାସ୍ତ କରିଥିଲା।
ସେବେଠାରୁ ଅଷ୍ଟ୍ରେଲିଆ ଭାରତରେ ଏ ପର୍ଯ୍ୟନ୍ତ ୬ଟି ଟେଷ୍ଟ ମ୍ୟାଚ୍ ଖେଳିଛି ଏବଂ ବର୍ତ୍ତମାନ ଇନ୍ଦୋରରେ ବିଜୟ ହାସଲ କରିପାରିଛି। ଏହାରି ଭିତରେ ଦଳକୁ ୪ ଟେଷ୍ଟ ମ୍ୟାଚରେ ପରାଜୟର ବି ସାମ୍ନା କରିବାକୁ ପଡିଥିଲା। ଏକ ଟେଷ୍ଟ ମ୍ୟାଚ୍ ଡ୍ର ରହିଥିଲା।
ବର୍ଡର-ଗାଭାସ୍କର ଟ୍ରଫିର ତୃତୀୟ ଟେଷ୍ଟ ୧ ମାର୍ଚ୍ଚରୁ ଆରମ୍ଭ ହୋଇଥିଲା। ପ୍ରଥମ ଦିନରେ ରୋହିତ ଶର୍ମା ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ରୋହିତ ଶର୍ମାଙ୍କର ଏହି ନିଷ୍ପତ୍ତି ସଠିକ୍ ପ୍ରମାଣିତ ହୋଇନାହିଁ। ଭାରତୀୟ ଦଳ ପ୍ରଥମ ଇନିଂସରେ ୧୦୯ ରନ୍ ସଂଗ୍ରହ କରିଥିଲା।
ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୧୯୭ ରନ୍ ସଂଗ୍ରହ କରିଥିଲା। ଏହି କ୍ରମରେ ଦଳ ୮୮ ରନରେ ଆଗୁଆ ରହିଥିଲା। ଭାରତୀୟ ଦଳ ଦ୍ୱିତୀୟ ଇନିଂସରେ ମଧ୍ୟ କୌଣସି ଆଶ୍ଚର୍ଯ୍ୟଜନକ ପ୍ରଦର୍ଶନ କରିପାରି ନ ଥିଲା ଏବଂ ୧୬୩ ରନ୍ରେ ଅଲ୍ଆଉଟ୍ ହୋଇଯାଇଥିଲା। ଅଷ୍ଟ୍ରେଲିଆ ଜିତିବା ପାଇଁ ୭୬ ରନ୍ର ଲକ୍ଷ୍ୟ ରହିଥିଲା, ଯାହାକୁ ସେମାନେ ମାତ୍ର ୧୮.୫ ଓଭରରେ ହାସଲ କରି ନେଇଥିଲେ।
Australia have confirmed their place in the WTC final!#INDvAUS pic.twitter.com/kGWQmTo2GT
— cricket.com.au (@cricketcomau) March 3, 2023