Below header

ସୁକେଶଙ୍କର ପୁଣି ଏକ ଲେଟର୍‌ ବମ୍‌! ‘କେଜରିୱାଲ ସବୁଠାରୁ ବଡ଼ ଦୁର୍ନୀତିଖୋର୍‌, ପିଲାଙ୍କ ପାଠପଢ଼ାରେ ବି କରିଥିଲେ ଘୋଟାଲା’

ସୁକେଶ ଚନ୍ଦ୍ରଶେଖର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ, ମନୀଷ ସିସୋଦିଆ ଓ ସତ୍ୟେନ୍ଦ୍ର ଜୈନଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ଏ ସମ୍ପର୍କରେ ସେ ଗଣମାଧ୍ୟମକୁ ପୁଣି ଏକ ଚିଠି ଲେଖିଛନ୍ତି।

୨୦୦ କୋଟି ଠକେଇ ମାମଲାରେ ଜେଲରେ ଥିବା ସୁକେଶ ଚନ୍ଦ୍ରଶେଖର ପୁଣିଥରେ ଗଣମାଧ୍ୟମକୁ ଚିଠି ଲେଖିଛନ୍ତି। ସୁକେଶ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ, ମନୀଷ ସିସୋଦିଆ ଓ ସତ୍ୟେନ୍ଦ୍ର ଜୈନଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି।

ସୁକେଶ ଦାବି କରିଛନ୍ତି ଯେ ୨୦୧୭ ମାର୍ଚ୍ଚ ୨୫ରେ କେଜରିୱାଲ, ସିସୋଦିଆ ଓ ସତ୍ୟେନ୍ଦ୍ର ଜୈନ ତାଙ୍କ ଜନ୍ମଦିନରେ ‘ୟେ ଦୋସ୍ତି ହମ୍‌ ନେହିଁ ଛୋଡେଙ୍ଗେ’ ଗୀତ ଗାଇଥିଲେ, କିନ୍ତୁ ଟଙ୍କା ଲୋଭରେ ନିଜର ପ୍ରତିଶ୍ରୁତି ଭାଙ୍ଗି ଦେଇଥିଲେ। ସୁକେଶ କେଜରିୱାଲଙ୍କୁ କହିଥିଲେ କି, ‘ତୁମେ ମୋତେ ଠକ କହୁଛ, କିନ୍ତୁ ତୁମେ ସବୁଠାରୁ ବଡ଼ ଦୁର୍ନୀତିଖୋର୍‌’।

ସୁକେଶ ଅଭିଯୋଗ ଆଣିଛନ୍ତି ଯେ ଅରବିନ୍ଦ କେଜରିୱାଲ, ମନୀଷ ସିସୋଦିଆ ଓ ସତ୍ୟେନ୍ଦ୍ର ଜୈନ ଗରିବ ପିଲାମାନଙ୍କ ଶିକ୍ଷାରେ ଘୋଟାଲା କରିଛନ୍ତି। ସେ କେଜରିୱାଲ ସରକାରଙ୍କ ଉପରେ ଟାବଲେଟ୍‌ ଯୋଜନାରେ ଦୁର୍ନୀତିର ଗୁରୁତର ଅଭିଯୋଗ ଆଣିଛନ୍ତି।

ସୁକେଶ ଚିଠିରେ କହିଛନ୍ତି କି, ପିଲାମାନଙ୍କୁ ଟାବଲେଟ୍ ବଣ୍ଟନ କରାଯିବାକୁ ନେଇ ପ୍ରଥମେ ଯେଉଁ ଡ୍ରାଫ୍ଟ ପ୍ରସ୍ତୁତ ହୋଇଥିଲା, ସେଥିରେ ମୋ ଜରିଆରେ ଏକ ଚାଇନିଜ୍‌ କମ୍ପାନୀରୁ ଟାବଲେଟ୍‌ କିଣାଯାଉଥିଲା, କିନ୍ତୁ ଅନ୍ୟ କମ୍ପାନୀ ୨୦ ପ୍ରତିଶତ ଅଧିକ କମିଶନ ଦେବାକୁ ଲୋଭ ଦେଖାଇଥିଲା, ତ କେଜରିୱାଲ ସରକାର ମୋତେ ଟେଣ୍ଡର ନ ଦେଇ ଅନ୍ୟ କାହାକୁ ଦେବାକୁ ନିଷ୍ପତ୍ତି ନେଇଥିଲେ।

ସୁକେଶ ଚନ୍ଦ୍ରଶେଖର ବିଭିନ୍ନ ଚୁକ୍ତିନାମା ଜରିଆରେ ସିଏମ କେଜରିୱାଲଙ୍କ ଉପରେ ୧୦୦୦ କୋଟି ଟଙ୍କା କମିଶନ ନେବାର ଅଭିଯୋଗ କରିଛନ୍ତି। ସୁକେଶ ଦାବି କରିଛନ୍ତି ଯେ ଅନ୍ତର୍ଜାତୀୟ ଖବରକାଗଜରେ ଦିଲ୍ଲୀ ସରକାରଙ୍କ ପ୍ରଶଂସାର ଯେଉଁ ଆର୍ଟିକଲ୍‌ ଛପିଥିଲା, ତାହା ମଧ୍ୟ ତାଙ୍କ ଜରିଆରେ ମନୀଷ ସିସୋଦିଆ ଓ ସତ୍ୟେନ୍ଦ୍ର ଜୈନ ଛପାଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.