Below header

ଆରପାରିକୁ ଚାଲିଗଲେ ବାପା,ମା’: କୁନି ଦୁଇ ଭଉଣୀ ଏବେ ସାଜିଛନ୍ତି ଦିନ ମଜୁରିଆ

ଆଗପଛ ହୋଇ ଆରପାରିକୁ ଚାଲିଗଲେ ଆମ ବାପା,ମାଆ । ସେମାନେ ଚାଲିଯିବାପରେ ଏବେ ଆମେ ଅନାଥ । କୋହଭରା କଣ୍ଠରେ ଏଭଳି କିଛି କହିଛନ୍ତି ଅସହାୟ ଦୁଇ ଭଉଣୀ । ଭାବିଥିଲେ ଭଲ ପାଠ ପଢି ଭଲ ଚାକିରି କରିବେ। ପରିବାରର ସାହାରା ହେବେ । ହେଲେ ବାପା,ମାଆଙ୍କ ଅକାଳ ମୃତ୍ୟୁ ସବୁକିଛି ଓଲଟ ପାଲଟ କରିଦେଲା ।

କାଲିମେଳା(କେନ୍ୟୁଜ୍): ଆଗପଛ ହୋଇ ଆରପାରିକୁ ଚାଲିଗଲେ ଆମ ବାପା,ମାଆ । ସେମାନେ ଚାଲିଯିବାପରେ ଏବେ ଆମେ ଅନାଥ । କୋହଭରା କଣ୍ଠରେ ଏଭଳି କିଛି କହିଛନ୍ତି ଅସହାୟ ଦୁଇ ଭଉଣୀ । ଭାବିଥିଲେ ଭଲ ପାଠ ପଢି ଭଲ ଚାକିରି କରିବେ। ପରିବାରର ସାହାରା ହେବେ । ହେଲେ ବାପା,ମାଆଙ୍କ ଅକାଳ ମୃତ୍ୟୁ ସବୁକିଛି ଓଲଟ ପାଲଟ କରିଦେଲା । କୁନି ଦୁଇ ଭଉଣୀ ଏବେ ସାଜିଛନ୍ତି ଦିନ ମଜୁରିଆ । ପାଠ ପଢୁଥିଲେ ମଧ୍ୟ ଅର୍ଥ ଅଭାବରୁ ସେମାନଙ୍କ ପାଠ ପଢାକୁ ନେଇ ଅନିଶ୍ଚିତତା ଦେଖାଦେଇଛି।

ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ମହାରାଜପାଲ୍ଲୀ ଅନ୍ତର୍ଗତ ଗୋରେଲଗୁଡା ଗ୍ରାମର ବାପା ମାଆ ଛେଉଣ୍ଡ ଦୁଇ ଅନାଥ ଆଦିବାସୀ ଝିଅ । ଅନାହାରରେ କାଟୁଛନ୍ତି ଦିନ । ଆଜିକୁ ୫ବର୍ଷ ତଳେ ଗୋରେଲଗୁଡା ଗ୍ରାମର ମୁତା ପୋଡ଼ିଆମୀ ଓ ଏଙ୍କି ପୋଡ଼ିଆମୀ ରୋଗରେ ପୀଡିତ ହୋଇ ଚିକିତ୍ସା ଅଭାବରୁ ମୃତ୍ୟୁବରଣ କରିଥିଲେ। ଏହାପରେ ତାଙ୍କ ଦୁଇ ପିଲାଙ୍କ ଉପରେ ସତେ ଯେମିତି ଦୁଃଖର ପାହାଡ଼ ଲଦି ହୋଇପଡିଛି । ପ୍ରତିଦିନ ଏହି ଦୁଇ ଭଉଣୀ ବଞ୍ଚିବା ପାଇଁ କରୁଛନ୍ତି ସଂଘର୍ଷ । ଏପରିକି ଅର୍ଥ ଅଭାବାରୁ ଏହି ଦୁଇ ଅନାଥଙ୍କୁ ପାଠ ପଢା ଉପରେ ଡୋରି ପଡିଛି । ଅନାଥ ଦୁଇ ଭଉଣୀ ଦୁଇ ଓଳି ଖାଇବାକୁ ସଂଘର୍ଷ କରୁଥିବା ବେଳେ ଏଭଳି ସ୍ଥିତିରେ ସେମାନେ ପାଠ ପଢିବା ପାଇଁ ଭାବିବା ବି ବଡ କଷ୍ଟକର । ସରକାର ସାହାର୍ଯ୍ୟ କଲେ ପାଠ ପଢିପାରନ୍ତେ ବୋଲି ସେମାନେ କହିଛନ୍ତି ।

two sister

ସ୍ଵର୍ଗତ ମୁତା ପୋଡ଼ିଆମୀ ଓ ଏଙ୍କି ପୋଡ଼ିଆମୀଙ୍କ ଦୁଇ ସନ୍ତାନ । ପ୍ରଥମ ଜ୍ୟୋତି ପୋଡ଼ିଆମୀ, ଦ୍ଵିତୀୟ ମୋମିକା ପୋଡ଼ିଆମୀ । ଜ୍ୟୋତି ତୃତୀୟ ଶ୍ରେଣୀ ପାଠ ପଢି ଅଧାରେ ଅଟକି ଥିବାବେଳେ, ସାନ ମୋମିକା ପଞ୍ଚମ ଶ୍ରେଣୀ ପାଠ ପଢ଼ୁଛି । ହେଲେ ଅର୍ଥ ଅଭାବରୁ ବଡ ଭଉଣୀ ପାଠ ପଢି ପାରୁନି । ଦୁହେଁ ୫ ବର୍ଷ ହେବ ବଡ ବାପା ଭିମା ପୋଡ଼ିଆମୀଙ୍କ ପାଖରେ ରହୁଛନ୍ତି । ସିଏ ବି ଗରିବ ଶ୍ରେଣୀର ହୋଇଥିବାରୁ ଚଳିବା କଷ୍ଟକର । ପାଠ ପଢେଇବା କେମିତି । ସେଥିପାଇଁ ଦୁଇ ଭଉଣୀ କାହାରି ଉପରେ ଭରସା ନକରି ନିଜେ ନିଜେ ସବୁ କାମକୁ ଆପଣାଇ ନେଇଛନ୍ତି । ଏପରିକି ଝାଡୁ କରିବା ,ଜଙ୍ଗଲ ରୁ କାଠ ଆଣିବା, ଘର ବାରଣ୍ଡା ଲିପିବା, ବାସନ ମାଜିବା ସବୁ କାମକୁ ବେଶ ଆଗ୍ରହ ସହକାରେ ନେଇଛନ୍ତି ।

କେବଳ ସେତିକି ନୁହେଁ ପେଟ ଚାଖଣ୍ଡେ ପାଇଁ ପର ବିଲରେ ଧାନ ରୋପା ଲଗାଉଛନ୍ତି । ଏଥିରୁ ଯାହା ଦୁଇ ପଇସା ମିଳେ ସଂଗ୍ରହ କରି ପେଟ ପୋଷୁଛନ୍ତି l ବାପା,ମାଆ ସିନା ଆରପାରିରେ ଚାଲିଗଲେ ହେଲେ ସେମାନଙ୍କ କର୍ତ୍ତବ୍ୟ ଯାହା କରିବା କଥା ବାସ ଏତେ ଛୋଟ ବୟସରୁ ସେହି କର୍ତ୍ତବ୍ୟ କୁ ନିଭାଉଛନ୍ତି । ସତରେ ଭଗବାନ କେତେବେଳେ କାହାକୁ କେଉଁ ସମୟରେ ଦୁଃଖ ଦେଇଥାଏ ତାହା କହିବା ଅସମ୍ଭବ । ସରକାରୀ ତଥା ବେସରକାରୀ ତରଫରୁ ଏହି ଅନାଥ ପିଲାଙ୍କୁ ସାହାର୍ଯ୍ୟ କରିବାକୁ ଗ୍ରାମବାସୀ ଓ ପରିବାର ଲୋକେ ଗୁହାରୀ କରିଛନ୍ତି ।

ଅଭାବୀ ସାଙ୍ଗକୁ ଅସହାୟ ହୋଇପଡିଥିବା ଏହି ଦୁଇ ଭଉଣୀ ଏବେ ସାହାର୍ଯ୍ୟ ଅପେକ୍ଷାରେ। ଆମେ ବି ନିବେଦନ କରୁଛୁ ଏହି ଦୁଇ ଭଉଣୀଙ୍କୁ ସହାୟତା ଯୋଗାଇ ଦେବାପାଇଁ । କାରଣ ଆପଣ ମାନେ ସବୁବେଳେ ଏଭଳି ଅସହାୟଙ୍କ ସାହାରା ପାଲଟିଛନ୍ତି , ଏବେବି ଆପଣ ମାନଙ୍କ ସହଯୋଗ ଏହି ଦୁଇ ଭଉଣୀଙ୍କୁ ନିହାତୀ ଆବଶ୍ୟକ, ଯଦି କେହି ସହୃଦୟ ବ୍ୟକ୍ତି ସହାୟତା କରିବାକୁ ଚାହୁଁଛନ୍ତି ତେବେ ଏହି ଠିକଣାରେ ଯୋଗାଯୋଗ କରନ୍ତୁ ।

ACCOUNT DETAILS,
NAME – PADIAMI SINA
BANK -STATE BANK OF INDIA(M.V-79)
BRANCH – M.V-79
A/C – 38424896344
IFSC CODE – SBIN0017537
PHONE – 7853939309

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.