ମୋବାଇଲରେ ରିଲ୍ସ ଦେଖିବା ନିଶା ନେଲା ୧୦ ବର୍ଷର ପିଲାର ଜୀବନ, ମା’ ମନା କରିବାରୁ ଲଗାଇଲା ଫାଶୀ

ଖାଇବାକୁ ଡାକି ଡାକି ଆସୁନଥିଲା ପିଲା । ମୋବାଇଲରେ ରିଲ୍ସ ଦେଖିଥିବା ବେଳେ ମା’ ରାଗି ମୋବାଇଲ ନେଇଯିବାରୁ ଫାଶୀରେ ଝୁଲିପଡିଲା ୧୦ ବର୍ଷର ପିଲା । ଗାଜିଆବାଦରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

ଆଜିକାଲିର ପିଲାମାନେ ଏତେ ମୋବାଲ ଅଭ୍ୟସ୍ତ ହୋଇଗଲେଣି ଯେ କିଛି କହିଲେ କଥା କଥାରେ ମରିଯିବାକୁ ଧମକ ଦେଉଛନ୍ତି ନଚେତ ସୁଇସାଇଡ ଉଦ୍ୟମ କରୁଛନ୍ତି । ଆଉ ଏଭଳି ସ୍ଥଳେ ବାପା ମା ମଧ୍ୟ ଭୟ କରି କିଛି କହୁନାହାନ୍ତି । ତେବେ ମୋବାଇଲରେ ଅଧିକ ସମୟ ରିଲ୍ସ ଦେଖୁଥିବା ନେଇ ମା’ ପାଟିକରିବାରୁ ୧୦ ବର୍ଷର ଯୁବକ ଆତ୍ମହତ୍ୟା କରିଛି । ଏମିତି ଘଟଣା ଦିଲ୍ଲୀର ଗାଜିଆବାଦରେ ଦେଖିବାକୁ ମିଳିଛି ।

ଖବର ମୁତାବକ, ନୂଆଦିଲ୍ଲୀ ଗାଜିଆବାଦରେ ୧୦ ବର୍ଷର ପିଲା ମୋବାଇଲରେ ରିଲ୍ସ ଦେଖୁଥିଲା । ମା’ ଖାଇବା ପାଇଁ ବାରମ୍ବାର ଡାକିବା ସତ୍ତ୍ୱେ ମଧ୍ୟ ପିଲା ଯାଉନଥିବାରୁ ମା’ ଆସି ରାଗିଥିଲେ । ଆଉ ହାତରେ ମୋବାଇଲ ଛଡେଇ ନେଇଯାଥିଲେ । ମା’ ଏଭଳି କରିବା ଫଳରେ ପିଲାଟି ରୁମକୁ ଚାଲିଯାଇଥିଲା । ଆଉ ରୁମ ବନ୍ଦ କରି ଫ୍ୟାନରେ ଫାଶୀ ଲଗାଇଦେଇଥିଲା ।

କିଛି ସମୟ ପାଇଁ ରୁମରୁ ପିଲାଟି ବାହାରି ନଥିବାରୁ ମା’ ଯାଇ ଦେଖିବା ବେଳକୁ ପିଲାଟି ଝୁଲି ପଡିଥିଲା । ତା’ ପରେ ତାକୁ ହସପିଟାଲକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣା ବିଷୟରେ ପୋଲିସ ଖବର ପାଇଁ ମୃତଦେହକୁ ଜବତ କରିବା ପରେ ବ୍ୟବଚ୍ଛେଦ ପାଇଁ ପଠାଇଛି । ପୋଲିସ ମାମଲାର ଯାଞ୍ଚ କରୁଛି ।

ଘଟଣା ପରେ ପୋଲିସ ପିଲାର ମା’ ଏବଂ ବାପାଙ୍କୁ ପଚରାଉଚରା କରୁଛି । ପିଲାଟି ୫ମ କ୍ଲାସରେ ପଢୁଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.