Below header

ସୃଷ୍ଟିର ସମସ୍ତ ସ୍ୱର ‘‘ଓଁ’’ ଶଦ୍ଦରେ ହିଁ ରହିଥାଏ, ଜାଣନ୍ତୁ ଏହାର ରହସ୍ୟ ସମ୍ପର୍କରେ

ଓଁ ଶବ୍ଦରୁ ହିଁ ସୃଷ୍ଟିର ଆରମ୍ଭ। ସୃଷ୍ଟିର ଦିବ୍ୟ ନାଦ ଓଁକାର। ଏହା ପରମ ସଂଗୀତ। ସୃଷ୍ଟିର ସମସ୍ତ ସ୍ୱର ଓଁକାର ଶବ୍ଦରେ ହିଁ ଜଡିତ। ଯେପରି ଗଛରେ ବସିଥିବା ପକ୍ଷୀର ରାବ, ଉଚ୍ଚ ହିମ ଶିଖରରେ ଚାଇଥିବା ଶାନ୍ତି, ପାହାଡ଼ରୁ ବାହାରିଥିବା ଝରଣାର କୁଳୁକୁଳୁ ଶବ୍ଦ, ଗଛରୁ ବାହାରୁଥିବା ପବନର ଶବ୍ଦ, ମହାସଗାର ଲହାରୀର ଗର୍ଜନ ଏବଂ ଆକାଶରେ ବାଦଲର ଗର୍ଜନ ଆଦି ସମସ୍ତ ସ୍ୱର ଓଁକାର ଶବ୍ଦରେ ହିଁ ସାର।

ଓଁକାର ଶବ୍ଦ ମୁଖ୍ୟ। ସମସ୍ତ ଶବ୍ଦ ଏହି ଶବ୍ଦରୁ ହିଁ ସୃଷ୍ଟି। ଓଁ ଶବ୍ଦରୁ ହିଁ ଜୀବନ ଆରମ୍ଭ ଏବଂ ଓଁ ଶବ୍ଦରେ ହିଁ ଜୀବନ ଲୀନ ହୋଇଥାଏ। କେବଳ ବେଦ ନୁହେଁ ବାଇବେଲ ରେ ମଧ୍ୟ ଓଁ ଶବ୍ଦରୁ ହିଁ ସୃଷ୍ଟି। ଗୀତା ଏବଂ ଗାୟତ୍ରୀ ଏହି ଶବ୍ଦରୁ ପ୍ରକଟ ହୋଇଛନ୍ତି। ଏହିକାରଣରୁ ବେଦରେ ଉଲ୍ଲେଖ କରାଯାଇଛି ଓଁ ଶବ୍ଦର ଅର୍ଥ ଯିଏ ବୁଝି ପାରିଛି ତାଙ୍କୁ ଅନ୍ୟ କିଛି ଜାଣିବାର ବାକି ରହିନଥାଏ। ବାଇବେଲ ରେ ମଧ୍ୟ ଏହି ସତ୍ୟତାକୁ ପୁନର୍ବାର ଉଲ୍ଲେଖ କରାଯାଇଛି ପ୍ରାରମ୍ଭରେ ଈଶ୍ୱର ଥିଲେ ଏବଂ ଈଶ୍ଵର ଶବ୍ଦରୁ ହିଁ ସମସ୍ତ ଜିନିଷ ପ୍ରକଟ ହୋଇଛି। ଉପନିଷଦରେ ଉଲ୍ଲେଖ କରାଯାଇଛି ଓଁକାର ରେ ହିଁ ଜୀବନର ଆରମ୍ଭ ଏବଂ ଶେଷ ଲୀନ ହୋଇଥାଏ।

omm dhyan

ଏହାସହ ପଢନ୍ତୁ: କୈଳାଶ ପର୍ବତ ଉଠାଇଥିଲା ରାବଣ, ଜାଣନ୍ତୁ କାହିଁକି ଉଠାଇ ପାରିଲାନି ଶିବ ଧନୁ, ଭାଙ୍ଗି ଦେଲେ ରାମ ଚନ୍ଦ୍ର

ଶାସ୍ତ୍ର ଅନୁସାରେ ଓଁକାର ଶବ୍ଦ ଧ୍ୟାନ କରିବା ଦ୍ୱାରା ଜୀବନ ବନ୍ଧନ ମୁକ୍ତ ହୋଇଥାଏ। ଧ୍ୟାନ କରିବା ଦ୍ବାରା ହିଁ ଓଁକାର ଶବ୍ଦ ଅଙ୍କୁରିତ, ପଲ୍ଲବୀତ, ପୁଷ୍ପିତ ହୋଇଥାଏ। ଏହାବ୍ୟତୀତ ଓଁକାର ଶବ୍ଦ ଧ୍ୟାନରୁ ହିଁ ଗାୟତ୍ରୀଙ୍କ ଗାନ ପ୍ରକଟ ହୋଇଥାଏ। ଏହା ଶାସ୍ତ୍ରରେ ଉଲ୍ଲେଖ କରାଯାଇନଥିଲେ ମଧ୍ୟ ନିଜ ମନର ଅନୁଭବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.