ତ୍ରେତୟା ଯୁଗର ବାବା ବେଲେଶ୍ୱର, ମାନସିକ କଲେ ଭଲ ହୁଏ ବିଭିନ୍ନ ରୋଗ ବ୍ୟାଧି
ପୁରୀ (କେନ୍ୟୁଜ) : ବାଲିରୁ ବାବାଙ୍କ ଆର୍ବିଭାବ ହୋଇଥିବାରୁ ନା ତାଙ୍କର ବେଲେଶ୍ୱର। ବର୍ଷ ସାରା ସବୁ ସମୟରେ ଏଠାରେ ଶ୍ରଦ୍ଧାଳୁ ଙ୍କ ଭିଡ ଦେଖିବାକୁ ମିଳିଥାଏ। ବିଶ୍ୱାସ ରହିଛି ଏଠାରେ ମାନସିକ କଲେ ବିଭିନ୍ନ ରୋଗରୁ ଆରୋଗ୍ଯ ଲାଭ ହୁଏ।
ପୁରୀ ଜିଲ୍ଲାର ବିଭିନ୍ନ ଶୈବ ପୀଠ ମଧ୍ୟରୁ ବାବା ବେଲେଶ୍ୱର ପୀଠ ଅନ୍ଯତମ। ପୁରୀ କୋଣାର୍କ ବେଳା ମାର୍ଗର ବଙ୍ଗୋପ ସାଗର ନିକଟରେ ରହିଛି ଏହି ପୀଠ । କିମ୍ବଦନ୍ତୀ କୁହେ ପ୍ରଭୁ ରାମଚନ୍ଦ୍ର ଲଙ୍କା ବିଜୟ ସମୟରେ ଏହି ପୀଠ ଆର୍ବିଭାବ କରିଥିଲେ। ସେହି ସମୟରୁ ଏଠାରେ ପୂଜା ପାଉଛନ୍ତି ବାବା ବେଲେଶ୍ୱର। ବରସକ ବାର ମାସରେ ଏଠାରେ ତେର ପର୍ବ ପାଳନ କରାଯାଏ। ବିଶେଷ କରି ଜାଗର ଯାତ୍ରା ଦିନ ସମୁଦ୍ରରେ ବୁଡ଼ ପକାଇବା ସହିତ ବାବାଙ୍କ ଦର୍ଶନ କରିଥାନ୍ତି ଶ୍ରଦ୍ଧାଳୁ।
ବାବାଙ୍କ ଦୈନଦୀନ ନୀତି ଭିତରେ ସକାଳୁ ମଙ୍ଗଳ ଆଳତି ତାପରେ ଖେଚୁଡ଼ି ଭୋଗ ମଧ୍ୟାନ୍ନରେ ଅର୍ଣ୍ଣ ଡାଲମା ଆଦି ବିଭିନ୍ନ ବ୍ଯଞ୍ଜନ ଭୋଗ ଲାଗି ହୋଇଥାଏ।ସନ୍ଧ୍ୟାରେ ଆଳତୀ ପରେ ଦହି ପଖାଳ ଭୋଗ ଲାଗି କରିବାର ପରମ୍ପରା ରହିଛି। ଦୈନଦୀନ ଦୂରଦୂରାନ୍ତରୁ ଶ୍ରଦ୍ଧାଳୁ ଆସି ଏଠାରେ ମାନସିକ ଭୋଗ ଲାଗି କରିଥାନ୍ତି।
ବଳରାମ ଦାସଙ୍କ ଦାଣ୍ଡି ରାମାୟଣୟରେ ବାବା ବେଲେଶ୍ୱର ଙ୍କ ବିଷୟରେ ଉଲ୍ଲେଖ କରାଯାଇଛି।ସେଥିପାଇଁ ବାବାଙ୍କ ପିଠକୁ ପ୍ରତିଦିନ ଶହ ଶହ ଶ୍ରଦ୍ଧାଳୁ ଆସିଥାନ୍ତି ଏହି ଶୈବ ପିଠାକୁ।