ସ୍ମାର୍ଟ କୁକୁର : ଏକା ଭାବି ମାରିଥିଲେ ଲାତ, କିନ୍ତୁ କିଛି ସମୟ ପରେ ବ୍ୟକ୍ତିଙ୍କ ହାଲ ହୋଇଗଲା ବେହାଲ

ଆପଣ ସବୁେବେଳ ଶୁଣିଥିବେ ଯେ ମଣିଷ ପ୍ରତିଶୋଧ ନେଇଛି। ତା ଉପରେ ହେଇଥିବା ଅତ୍ୟାଚାରର ସେ କେବେ ନା କେବେ ପ୍ରତିଶୋଧ ନେଇଥାଏ କିନ୍ତୁ କେବେବି ଶୁଣିନଥିବେ ଯେ ଗୋଟେ ବୁଲା କୁକୁର ତା ଉପରେ ହେଇଥିବା ଅତ୍ୟାଚାରର ପ୍ରତିଶୋଧ ନେବ। ତେବେ ଆଶ୍ଚର୍ଯ୍ୟ ଲାଗୁଥିବା ଏହି ଘଟଣା ସମ୍ପର୍କରେ ଜାଣନ୍ତୁ।

ଦେଶରେ ବୁଲା କୁକୁରଙ୍କ ପାଇଁ କିଛି ନିୟମ ରହିଛି। କିନ୍ତୁ ଆମ ପଡୋଶୀ ଦେଶ ଚୀନରେ ଏମିତି କୌଣସି ଆଇନ ନଥିବାରୁ ସେଠାକାର ବୁଲା କୁକୁର ମାନେ ନିଜର ପ୍ରତିଶୋଧ ନିଜେ ନେଉଛନ୍ତି। ଏମିତି ଏକ ଘଟଣା ଏବେ ସାମ୍ନାକୁ ଆସିଛି ଯେଉଁଠି ବୁଲା କୁୁକୁରଟି ତାର ପ୍ରତିଶୋଧ ନିଜେ ନେଇଛି।

ଖବର ମୁତାବକ ଚୀନର ଏକ ସହରରେ ଜଣେ କାର ଡ୍ରାଇଭର ରାସ୍ତାରେ ଯାଉଥିବା ଏକ କୁକୁରକୁ ଲାତ ମାରି ସେଠାରୁ ତୁରନ୍ତ ଦୌଡି ପଳାଇଲେ। କୁହାଯାଏ ଯେ ମଣିଷଙ୍କ ଭଳି କୁକୁରମାନଙ୍କର ମଧ୍ୟ ବୁଝିବା ଶକ୍ତି ରହିଛି। କୁକୁରଟି ନିଜ ଉପରେ ହୋଇଥିବା ଅତ୍ୟାଚାରର ପ୍ରତିଶୋଧ ନେବା ପାଇଁ ନିଜ ସାଥୀ କୁକୁରଙ୍କୁ ଡାକି ଆଣିଲା ଏବଂ ଲାତ ମାରିଥିବା ବ୍ୟକ୍ତିଙ୍କ କାରର ତଳ ଭାଗକୁ ଚୋବାଇ ପକାଇାଲେ।

କୁକୁରଟିର ସ୍ୱାର୍ଟନେସକୁ ଦେଖନ୍ତୁ ପାଖରେ ଥିବା ତାର ସାଥି କୁକୁରକୁ ଆଖପାଖକୁୁ ନଜର ରଖିବା ପାଇଁ ଜଗାଇ ଦେଇଛି। ଫଟୋରେ ଆପଣ କାରର ଅବସ୍ଥା ଦେଖି ବୁଝି ପାରୁଥିବେ ଯେ କୁୁକୁରଟିକୁ ଲାତ ମାରିଥିବା ବ୍ୟକ୍ତିଙ୍କୁ ତାଙ୍କ ଦଣ୍ଡ ମିଳିସାରିଛି। ଏହି କଡା ଦଣ୍ଡରୁ ସେ ଜାଣି ପାରିବେ ଯେ କୌଣସି ପଶୁଙ୍କୁ କେବେି ଆଘାତ ବା କ୍ଷତି ପହଁଚାଇବା ଉଚିତ ନୁହେଁ।