ରାଜ ଉଆସରୁ କମ୍ ନୁହେଁ Shaadi.comର ମାଲିକ ଅନୁପମ ମିତ୍ତଲଙ୍କ ଘର, ଦେଖିଲେ ଆଖି ଲାଖିଯିବ

ସୋନୀ ଲିଭ୍‌ରେ ପ୍ରସାରିତ ହେଉଥିବା ବିଜନେସ ରିଆଲିଟି ଶୋ ‘ଶାର୍କ ଟାଙ୍କ’ ବିଷୟରେ ଆପଣ ମାନେ ସମସ୍ତେ ଜାଣିଥିବେ। ଏହି ଶୋ’ଟି ବେଶ୍‌ ଲୋକପ୍ରିୟ। ଏହି ଶୋରେ ଭାରତର ବିଭିନ୍ନ ଶିଳ୍ପରେ ନୂଆ ବିଜନେସ କରୁଥିବା ଉଦ୍ୟୋଗୀ ନିଜ ନିଜର ଶିଳ୍ପର ଉନ୍ନତି ଲାଗି ଇନଭେଷ୍ଟମେଣ୍ଟ ପାଇଁ ପ୍ରତିଯୋଗୀ ଭାବେ ଆସିଥାନ୍ତି। ବର୍ତ୍ତମାନ ଏହି ଶୋ’ର ପାର୍ଟ-୨ ପ୍ରସାରଣ ହେଉଛି।

ତେବେ ଶୋ ଟିରେ ଅନୁପମ ମିତ୍ତଲ, ପୀୟୁଷ ବଂଶଲ, ଭିନିତା ସିଂ, ଅଲଗ ଗଜଲ, ଅସନିଶ ଗ୍ରୋଭର, ଅମନ ଗୁପ୍ତା, ନମିତା ଥାପ୍ପର ଜଜ୍‌ ଭାବେ ନଜର ଆସୁଥିବାର ଆମେ ଦେଖିଛନ୍ତି। ଭାରତର ଉଦ୍ୟୋଗିକ ଶିଳ୍ପରେ ଏମାନଙ୍କର ବଡ ଅଂଶଧନ ରହିଛି। ହେଲେ ଏଥିରେ ନଜର ଆସୁଥିବା ଅମନ ଅନୁପମ ମିତ୍ତଲଙ୍କ ବିଷୟରେ ଆପଣ ଜାଣନ୍ତି କି ? ଅନୁପମ ମିତ୍ତଲଙ୍କ ଆଜିକାଲିର ଯୁବପିଢି ବେଶ୍‌ ପରିଚିତ ରହିଛନ୍ତି।

ଆଜ୍ଞା ହଁ ଦର୍ଶକବନ୍ଧୁ ଅନୁପମ ମିତ୍ତଲ ବର୍ଷ ବର୍ଷ ଧରି ଜଣେ ସଫଳ ବ୍ୟବସାୟୀ ଭାବରେ ଗଣାଯାଉଥି ସତ, ହେଲେ ଶାର୍କ ଟ୍ୟାଙ୍କ ଇଣ୍ଡିଆ ତାଙ୍କୁ ଘରେ ଘରେ ଆହୁରି ପରିଚିତ କରାଇଛି। ଯେଉଁଥିରେ ଜର୍ଜ ହେବା ପରେ ଅନୁପମଙ୍କୁ ପିଲାଠୁ ବୁଢା ସଭିଏଁ ଜାଣିବା ଆରମ୍ଭ କରିଥିଲେ। ତେବେ ତାଙ୍କର କଠିନ ପରିଶ୍ରମ ହେତୁ ଆଜି ୫୧ବର୍ଷ ବୟସରେ ଅନୁପମ ଜଣେ ରାଜାଙ୍କ ପରି ଜୀବନଯାପନ କରୁଛନ୍ତି।

7

ଆପଣ ଜାଣିଲେ ଆଶ୍ଚର୍ଯ୍ଯ ହେବେ ଦକ୍ଷିଣ ମୁମ୍ବାଇର ଏକ ବିଳାସପୂର୍ଣ୍ଣ ବଙ୍ଗଳାରେ ରୁହନ୍ତି ଅନୁପମ ମିତ୍ତଲ। ତାଙ୍କ ଘରର ପ୍ରତ୍ୟେକ କୋଣ ଅତି ସୁନ୍ଦର ଅଟେ । ଯାହା ପ୍ରାୟତଃ ତାଙ୍କ ଇନଷ୍ଟାଗ୍ରାମରେ ଦେଖିବାକୁ ମିଳିଥାଏ। ସେ ଏହି ବିଳାସପୂର୍ଣ୍ଣ ଘରେ ତାଙ୍କ ପତ୍ନୀ ଆଞ୍ଚଲ ଏବଂ ଝିଅ ସହିତ ମୁମ୍ବାଇର ମେହେରାନାଜ ସୋସାଇଟିରେ ରୁହନ୍ତି। ଯାହାର ମୂଲ୍ୟ କୋଟି କୋଟି ଟଙ୍କା।

ହଁ ଦର୍ଶକବନ୍ଧୁ ଯେଉଁଠାରେ ଅନୁପମ ମିତ୍ତଲ ରହୁଛନ୍ତି ସେହି କୋଠାର ମୂଲ୍ଯ ପ୍ରତି ସ୍କୋୟାର ପୁଟ୍ ପିଛା ୪୮,୦୦୦ ହଜାର ଟଙ୍କା ବୋଲି କୁହାଯାଉଛି। ତେଣୁ ଅନୁପମଙ୍କ ବଙ୍ଗଳାର ମୂଲ୍ୟ ପାଖାପାଖଇ ୧୫ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଆକଳନ ମୂଲ୍ଯ ଠାରୁ ଏହା ଅଧିକ ମଧ୍ଯ ହୋଇପାରେ। ଘରଟି ଭିତରୁ ଯେତିକି ସୁନ୍ଦର ସେତିକି ସୁନ୍ଦର ବାହାରୁ ମଧ୍ୟ ।

ବଙ୍ଗଳାର ଭିତର ଅଂଶ ବହୁତ ସୁନ୍ଦର। କାନ୍ଥରେ ମହଙ୍ଗା ଫଟୋ ଚିତ୍ର ସଜାଯାଇଥିବାବେଳେ, ଘରର ପ୍ରତ୍ୟେକ କୋଣରେ ବିଶ୍ବର କୋଣ ଅନୁକୋଣରୁ ସଂଗ୍ରହ ହୋଇଥିବା ବିଭିନ୍ନ ଜିନିଷ ରଖାଯାଇଛି । ଯାହା ଘରଟିକୁ ଆହୁରି ବିଳାସପୂର୍ଣ୍ଣ କରିଥାଏ। ଘରର ବାଲକୋନି ଏବଂ ଟେରେସରୁ ସମୁଦ୍ରର ଏକ ସୁନ୍ଦର ଦୃଶ୍ୟ .ଦେଖିବାକୁ ମିଳେ, ଯାହା ସୂର୍ଯ୍ୟୋଦୟ ସମୟରେ ଆହୁରି ସୁନ୍ଦର ଦେଖଯାଏ।

ଯଦି ଆମେ ଅନୁପମ ମିତ୍ତଲଙ୍କ ନେଟ୍ ମୂଲ୍ୟ ବିଷୟରେ କହିବା, ତେବେ ଏହା ପ୍ରାୟ ୧୮୫ କୋଟି ଟଙ୍କା ହେବ। ସେ Shaadi.com, makaan.com, mouj ମୋବାଇଲ୍ ଆପ୍ ର ମାଲିକ ହୋଇଥିବାବେଳେ, ସେ ଏକ ପିପୁଲ ଗ୍ରୁପ୍ ର ପ୍ରତିଷ୍ଠାତା ମଧ୍ୟ। ଅନୁପମ ମିତ୍ତଲ ଏବେ ଶାର୍କ ଟ୍ୟାଙ୍କ ଇଣ୍ଡିଆ ୨ର ଜର୍ଜ ଭାବେ ନିଜର କାର୍ଯ୍ଯ କରୁଛନ୍ତି ଏବଂ ଲାଇମଲାଇଟରେ ଅଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.