ସଡକ ଦୁର୍ଘଟଣାର ଶିକାର ହୋଇ ରାସ୍ତାରେ ଅଚେତ ହୋଇ ପଡ଼ିଥିଲେ ଛାତ୍ର, ଜୀବନ ବଞ୍ଚେଇଲା ହାତରେ ଥିବା ସ୍ମାର୍ଟୱାଚ

ଅନେକ ଥର ଆମେ କୌଣସି ଇଲେକ୍ଟ୍ରୋନିକ୍ସ ଡିଭାଇସକୁ କେବଳ ନିଜ ସଉକ ମେଣ୍ଟାଇବା ପାଇଁ ଆଉ କେବଳ ସ୍ଟାଟସର ପରିଚୟ ଦେବା ପାଇଁ ହିଁ କିଣିଥାଉ । ଆଉ କିଣିବାରେ ଏମିତି ମଜ୍ଜି ଯାଉଯେ ସେଗୁଡିକର ଫିଚର୍ସ ଉପରେ ସେତେଟା ଧ୍ୟାନ ଦେଇନଥାଉ । କିନ୍ତୁ ଅନେକ ସମୟରେ ଏହି ଡିଭାଇସ ଗୁଡିକ ମଣିଷର ଜୀବନ ମଧ୍ୟ ବଞ୍ଚେଇ ଦେଇପାରେ । ସୁଦୂର ସିଙ୍ଗାପୁରରେ ଘଟିଛି ଏମିତି ଏକ ଘଟଣା । ୨୪ ବର୍ଷୀୟ ଜଣେ ଛାତ୍ର ନିଜେ ବାଇକ ଚଲେଇ ଯାଉଥିବା ବେଳେ ବାଟରେ ତାଙ୍କର ଆକ୍ସିଡେଣ୍ଟ ହୋଇଥିଲା । ଆଉ ଏକ ଇଲେକ୍ଟ୍ରୋନିକ୍ସ ଡ଼ିଭାଇସ ହିଁ ଛାତ୍ର ଜଣଙ୍କର ଜୀବନ ରକ୍ଷା କରିପାରିଥିଲା । ପ୍ରକୃତରେ ୨୪ ବର୍ଷୀୟ ମହମ୍ମଦ ଫିତ୍ରି ନାମକ ଜଣେ ଛାତ୍ର ସିଙ୍ଗାପୁରରେ ରହି ପଢ଼ନ୍ତି । ଗୋଟେ ଦିନ ନିଜ ମୋଟରସାଇକେଲ ଯୋଗେ ଯିବା ସମୟରେ ଏକ ଭ୍ୟାନ ତାଙ୍କ ଗାଡିକୁ ଧକା ଦେଇଥିଲା ଫଳରେ ସେ ସଡକ ଉପରେ ମୁହଁ ମାଡ଼ି ପଡିଯାଇଥିଲେ । ଦୁର୍ଘଟଣା ପରେ ଛାତ୍ର ଜଣଙ୍କର ହୋସ ନଥିଲା ।

ତାଙ୍କ ଚଳ ପ୍ରଚଳ ବି ଏକ ପ୍ରକାର ଠପ ହୋଇଯାଇଥିଲା । କିନ୍ତୁ ତାଙ୍କ ହାତରେ ବନ୍ଧା ଯାଇଥିବା Apple Watch ତାଙ୍କ ପ୍ରତିଟି ମୁଭମେଣ୍ଟକୁ ଟ୍ରାକ କରୁଥିଲା । ପଡିଯିବା ପରେ ତାଙ୍କ ହାତରେ ଥିବା ଘଡିଟି ଆକ୍ଟିଭ ହୋଇଥିଲା ଆଉ ସେଥିରେ ଅତ୍ୟାଧୁନିକ ଟେକ୍ନୋଲୋଜି ଯୋଗୁଁ ଛାତ୍ର ଜଣଙ୍କ ବେହୋସ ହୋଇଯାଇଛନ୍ତି ବୋଲି ବୋଧ ହୁଏ ଜାଣି ପାରିଥିଲା । ଆଉ ତୁରନ୍ତ ଅଟୋମେଟିକ ପ୍ରୋଗ୍ରାମିଙ୍ଗ ଜରିଆରେ ଏମର୍ଜେନ୍ସି ସର୍ଭିସକୁ କଲ କରିଥିଲା । ଖାଲି ସେତିକି ନୁହେଁ ମହମ୍ମଦଙ୍କ କିଛି ନିକଟତର ବ୍ୟକ୍ତି ମାନଙ୍କୁ ବି କଲ ଦେଇଥିଲା । ପରିବାର ସହିତ କଥାବାର୍ତ୍ତା ସମୟରେ ଜଣାପଡିଛିଯେ ଦୁର୍ଘଟଣା ସମୟରେ ଆଖପାଖ ଅଂଚଳରେ କେହି ବି ମହଜୂତ ନଥିଲେ । କେବଳ ସାଥିରେ ତାଙ୍କ ଘଡି ଟି ହିଁ ଥିଲା । ଯଦି ଯଥା ସମୟରେ ଘଡ଼ିଟି ଦୁର୍ଘଟଣାଗ୍ରସ୍ଥଙ୍କ ସାଥି ନ ଦେଇଥାନ୍ତା ତେବେ ବୋଧ ହୁଏ ତାର ଜୀବନ ଚାଲିଯାଇଥାନ୍ତା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.