କାଳସର୍ପ ଦୋଷ ଓ ପିତୃ ଦୋଷ ଯୋଗୁଁ ଚିନ୍ତାରେ ରହିଛନ୍ତି କି ? ଦୂର ପାଇଁ କରନ୍ତୁ ଏହି ଉପାୟ

ପଞ୍ଚାଙ୍ଗ ଅନୁସାରେ ୧୧ ମଇକୁ ୨୦୨୧ ମଙ୍ଗଳବାର ଦିନ ବୈଶାଖ କୃଷ୍ଣ ପକ୍ଷ ଅମାବାସ୍ଯା ତିଥି ପଡୁଛି। ବୈଶାଖା ମାସର ଅମାବାସ୍ଯାର ବିଶେଷ ମହତ୍ତ୍ବ ରହିଛି। ଏହି ଅମାବାସ୍ଯା ତିଥିରେ ସୁତବାଇ ଏବଂ ଭୗମାବାସ୍ଯା ନାମରେ ମଧ୍ୟ ଜଣାଶୁଣା। କାଳସର୍ପ ଏବଂ ପିତୃ ଦୋଷ ଦୂର କରିବା ପାଇଁ ଏହି ଦିନ ପୂଜାର ବିଶେଷ ଲାଭ ରହିଥାଏ।

କାଳସର୍ପ ଦୋଷ କ’ଣ ?

ଜ୍ଯୋତିଷଶାସ୍ତ୍ର ଅନୁସାରେ ଜନ୍ମକୁଣ୍ଡଳୀରେ ଯେତେବେଳେ ସମସ୍ତ ଗ୍ରହ ରାହୁ ଏବଂ କେତୁ ମଧ୍କୁ ଆସିଯାଏ, ତେବେ କାଳସର୍ପ ଯୋଗ ହୋଇଥାଏ। କାଳ ସର୍ପ ଦୋଷ ସ୍ଥିତି ଯେଉଁ କୁଣ୍ଡଳୀରେ ମିଳିଥାଏ, ସେମାନେ ତାଙ୍କ ଜୀବନରେ ସଂଘର୍ଷ ଏବଂ ସମସ୍ଯାରେ ବୁଡି ରହିଥାନ୍ତି। ପ୍ରତ୍ଯେକ କାର୍ଯ୍ଯରେ ବାଧା ଆସିଥାଏ। ଶିକ୍ଷା, ଚାକିରି, କ୍ଯାରିଅର, ବାଣିଜ୍ଯ ଏବଂ ସ୍ବାସ୍ଥ୍ଯ ମାମଲାରେ ଅନେକ ଅସୁବିଧାର ସାମ୍ନା କରିବାକୁ ପଡିଥାଏ।

ପିତୃ ଦୋଷ କ’ଣ ?

ଜ୍ଯୋତିଷ ଶାସ୍ତ୍ର ଅନୁସାରେ ପିତୃ ଦୋଷ ଅତ୍ଯନ୍ତ ଅଶୁଭ ହୋଇଥାଏ। ପିତୃ ଦୋଷର ନିର୍ମାଣ ଜନ୍ମ କୁଣ୍ଡଳୀରେ ରହିଥାଏ। ଜନ୍ମକୁଣ୍ଡଳୀରେ ଦ୍ବିତୀୟ ଚତୁର୍ଥ, ପଞ୍ଚମ, ସପ୍ତମ, ନବମ ଏବଂ ଦଶମ ଭାବରେ ସୂର୍ଯ୍ଯ ରାହୁ କିମ୍ବା ସୂର୍ଯ୍ଯ ଶନି ସ୍ଥିତିରେ ଥାନ୍ତି। ସେହିପରି ସୂର୍ଯ୍ଯ ତୁଳା ରାଶିରେ ବିରାଜମାନ ହୋଇ ରାହୁ କିମ୍ବା ଶନି ସହିତ ଯୋଗ ଏହି ଏହି ଦୋଷର ପ୍ରଭାବକୁ ଅଧିକ ବଢାଇଥାଏ। ଏହା ସହିତ ଲଗ୍ନେଶ ଯଦି ୬, ୮, ୧୨ ଭାଗରେ ରହିଥାନ୍ତି ତେବେ ଲଗ୍ନରେ ରାହୁରେ ମଧ୍ୟ ପିତୃ ଦୋଷ ନିର୍ମାଣ ହୋଇଥାଏ। ପିତୃ ଦୋଷ କାରଣରୁ ଧନହାନି, କାର୍ଯ୍ଯରେ ବାଧା, ଦାମ୍ପତ୍ଯ ଜୀବନରେ କଳହ, ପ୍ରେମରେ ବାଧା, ମାନସିକ ଚିନ୍ତା, ଭୟ ଇତ୍ଯାଦି ଲାଗି ରହିଥାଏ।

shiva 3

ଉପାୟ:

କାଳସର୍ପ ଦୋଷରେ ଯଦି ଆପଣ ପୀଡିତ ଥାନ୍ତି, ତେବେ ଶିବଙ୍କ ପୂଜା କରିବା ଉଚିତ। ଭଗବାନ ଶିବଙ୍କ ବିଧିବତ ଅଭିଶେକ କରିବାକୁ ହେବ। ଏହାସହିତ ଶିବଙ୍କ ମନ୍ତ୍ର ଜପ କରିବାକୁ ପଡିବ। ଭଗବାନ ଶିବଙ୍କୁ ତାଙ୍କର ପ୍ରିୟ ଜିନିଷ ଭୋଗ ଲଗାଇବାକୁ ହେବ। ପିତୃ ଦୋଷରୁ ବଞ୍ଚିବା ପାଇଁ ଏହି ଦିନ ଚାଉଳରେ ପ୍ରସ୍ତୁତ ଜିନିଷକୁ ପିଣ୍ଡ ଦାନ କରିବାକୁ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.