ଅଜବ ରେକର୍ଡ ବନାଇଲା ଏହି ପଶୁ , ଆଶ୍ଚର୍ଯ୍ୟ ହୋଇଗଲେ ବୈଜ୍ଞାନିକ

କିଛିଦିନ ତଳେ ଏକ କୋକିଶିଆଳ କିଛି ଏପରି ରେକର୍ଡ ବନାଇଛି ଯାହା କେବଳ ମଣିଷ ମାନେ ହିଁ ବନାଇଥିଲେବ । ଏହାକୁ ପ୍ରକୃତିର କରିସ୍ମା କୁହାଯାଇପାରେ ଅଥବା ପଶୁମାନଙ୍କର ଅବିଶ୍ଵସନୀୟ କ୍ଷମତାର ଫଳାଫଳ କିନ୍ତୁ ଏପରି କିଛି ରେକର୍ଡରେ ଆଜିଯାଏଁ କେବଳ ମଣିଷର ନାଁ ଥିଲା । ବର୍ତ୍ତମାନ କିନ୍ତୁ ଏଥିରେ ପଶୁ ମାନଙ୍କର ନାମକୁ ସାମିଲ କରାଯାଇଛି ।
ଏକ କୋକିଶିଆଳ ଚାରି ମାସ ମଧ୍ୟରେ ଏକ ଅବିଶ୍ଵସନୀୟ ଯାତ୍ରା ପୂରଣ କରିଛି ଯାହାକୁ ଦେଖି ବୈଜ୍ଞାନିକ ମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଏହି ପଶୁ ଗୁଡିକ ଉପକୂଳବର୍ତ୍ତୀ ଅଂଚଳରେ ଦେଖାଯାନ୍ତି ଏବଂ ଏହା ତଟୀୟ ବା ନୀଳ କୋକିଶିଆଳ ନାମରେ ମଧ୍ୟ ପରିଚିତ । ଏହି କୋକିଶିଆଳ ନରୱେର ସ୍ବାଲବାର୍ଡ ଦୀପସମୂହ ମଧ୍ୟରେ ଥିବା ସର୍ବ ବୃହତ ଦୀପ ସ୍ପିଟସବର୍ଗନ ଠାରୁ ୨୭୦୦ ମାଇଲ ର ଯାତ୍ରା ପୁରଣ କରିଛି । ଯାହାକି କାନାଡ଼ାର ନୁନାବୁତର ଏଲେସ୍ମେରେ ଦ୍ଵିପରେ ଅବସ୍ଥିତ । ଏହି ପ୍ରଜାତିଙ୍କ ଦ୍ୱାରା କରାଯାଇଥିବା ଯାତ୍ରା ମଧ୍ୟରେ ଏହା ସବୁଠାରୁ ଲମ୍ବା ଯାତ୍ରା ଅଟେ ।

ଏହାସହ ପଢନ୍ତୁ ଅଣ୍ଡା ମାନେ ମଧ୍ୟ କରନ୍ତି ନିଜ ଭିତରେ କଥାବାର୍ତା, ଜାଣିଲେ ହେବେ ଆଶ୍ଚର୍ଯ୍ୟ..

ନରଵେଜିଆନ ପୋଲର ଇନଷ୍ଟିଚ୍ୟୁଟର ଗବେଷକ ମାନେ ପ୍ରଥମ ଥର ପାଇଁ ୨୦୧୭ରେ ଏକ କୋକିଶିଆଳକୁ ‘The ecological ecology of Arctic foxes’ର ଗବେଷଣା ନିମନ୍ତେ ପ୍ରକୃତି ସହିତ ଛାଡିଦେଇଥିଲେ । ମାସ ମାସ ପର୍ଯ୍ୟନ୍ତ କୋକିଶିଆଳଟି ସ୍ପିଟସବର୍ଗନର ସମୁଦ୍ର କୂଳରେ ଘୁରି ବୁଲିଥିଲା । ପ୍ରଥମ ଥର ପାଇଁ ବରଫରେ ଢାଙ୍କି ହୋଇଥିବା ସମୁଦ୍ରକୁ ଖୋଜି ପାଇବା ପରେ କୋକିଶିଆଳଟି ସ୍ପିଟସବର୍ଗନ ଛାଡିଦେଇଥିଲା । ୨୧ ଦିନରେ ପ୍ରାୟ ୯୩୯ ମାଇଲର ଯାତ୍ରା କରିବା ପରେ ସେ ୧୬ ଏପ୍ରିଲ ୨୦୧୮ରେ ଗ୍ରୀନଲ୍ୟାଣ୍ଡରେ ପହଞ୍ଚିଥିଲା ।
ଏହି ପ୍ରକାରେ ୨୦୧୦ରେ ଏକ ସୁମେରୁ ଅଞ୍ଚଳିୟ ବୟସ୍କ କୋକିଶିଆଳ କାନାଡ଼ାର ସୁମେରୁ ଅଂଚଳରେ ପହଞ୍ଚିଥିଲା । ସେ ପାଞ୍ଚ ମାସର ଲମ୍ବା ସମୟ ମଧ୍ୟରେ ସମୁଦାୟ ୨୮୦୦ ମାଇଲର ଯାତ୍ରା ସମ୍ପୂର୍ଣ କରିଥିଲା । ସେ ପ୍ରତିଦିନ ପାଖାପାଖି ୨୮ ମାଇଲ ଯାତ୍ରା ସମ୍ପୂର୍ଣ କରୁଥିଲା । ଉତ୍ତର ପଶ୍ଚିମ ଗ୍ରୀନଲ୍ୟାଣ୍ଡ ଅତିକ୍ରମ କରିବା ସମୟରେ ପ୍ରାୟ ୯୬ ମାଇଲ ପ୍ରତିଦିନ ଯାତ୍ରା କରୁଥିଲା । ଏଥିରୁ ଏହା ପ୍ରମାଣିତ ହୁଏ ଯେ ସେ ନିଜ ଯାତ୍ରାକୁ ସହଜ କରିବା ପାଇଁ ସମୁଦ୍ର ବରଫର ବ୍ୟବହାର କରୁଥିଲା ।

ଗବେଷକ ମାନଙ୍କ ମତରେ ଏହି ପ୍ରଜାତି ସବୁଠାରୁ ଦ୍ରୁତ ଗତିରେ ଚାଲିଥାନ୍ତି । ଏହା ତୁଳନାରେ ପୂର୍ବରୁ ଆଲାସ୍କାରେ ଦେଖାଯାଇଥିବା ସୁମେରୁ ଅଞ୍ଚଳିୟ କୋକିଶିଆଳର ଗତି ଆନୁଯାୟୀ ଏହାର ଗତି ୧.୪ ଗୁଣା ଅଧିକ ଥିଲା । ଏକ ସୁମେରୁ ଅଞ୍ଚଳିୟ କୋକିଶିଆଳ ଜଙ୍ଗଲରେ ପ୍ରାୟ ୩ ରୁ ୬ ବର୍ଷ ପର୍ଯ୍ୟନ୍ତ ରହିଥାଏ । ସେମାନଙ୍କର ଲୋମ ବହୁତ ମୋଟା ହୋଇଥାଏ ଯାହାକି ସେମାନଙ୍କୁ ୦ ରୁ ୫୮ ଡିଗ୍ରୀ ଫାରେନହାଇଟ ତାପମାତ୍ରାରୁ ବଂଚିବାରେ ସାହାଯ୍ୟ କରିଥାଏ । ଏହି ପଶୁ ସାମୁଦ୍ରିକ ପକ୍ଷୀ ,ମାଛ ଏବଂ ଛୋଟ ଛୋଟ କୁକୁରଙ୍କର ଶିକାର କରିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.