Below header

ଆପଣ ବି ଚୀନ୍‌ରୁ ଆସୁଥିବା ବିଷାକ୍ତ ରସୁଣ ଖାଉଛନ୍ତି କି? ଜାଣନ୍ତୁ ଏହାକୁ ଚିହ୍ନିବା ଉପାୟ

କରୋନା ଯୋଗୁ ଚୀନରୁ ଆମଦାନୀ ହେଉଥିବା ସମସ୍ତ ଜିନିଷକୁ ବ୍ୟାନ୍‌ କରିଛନ୍ତି ସରକାର। ଚୀନ୍‌ରେ ତିଆରି ହେଉଥିବା ସମସ୍ତ ଖାଦ୍ୟଦ୍ରବ୍ୟ ଠାରୁ ଆରମ୍ଭ କରି ଇଲେକ୍ଟ୍ରୋନିକ୍ସ ଜିନିଷ ଉପରେ ସରକାରଙ୍କ କଡ଼ା ନଜର ରହିଛି। କରୋନା ବିଷାଣୁ ନିର୍ଜୀବ ବସ୍ତୁ ମାଧ୍ୟମରେ ମଧ୍ୟ ବ୍ୟାପୁଥିବାରୁ ଏସବୁର ଆମଦାନୀ ରପ୍ତାନୀ ଉପରେ ରୋକ୍‌ ଲଗାଯାଇଛି। ତେବେ ବର୍ତ୍ତମାନ ଚୀନ୍‌ରୁ ଆମଦାନୀ ହେଉଥିବା ରସୁଣକୁ ନେଇ ପ୍ରଶ୍ନ ଉଠିଛି।

garlic

୫ ବର୍ଷ ପୂର୍ବରୁ ବାଣିଜ୍ୟ ମନ୍ତ୍ରଣାଳୟ ତରଫରୁ ଚୀନ୍‌ରୁ ଆସୁଥିବା ରସୁଣ କିଣାବିକା ଉପରେ ରୋକ୍‌ ଲାଗିଥିଲା। କିନ୍ତୁ ନିକଟରେ କୋଲକାତାରେ ଚୀନୀ ରସୁଣ ମିଳିଛି। ସୂଚନାନୁସାରେ ଚୀନ୍‌ରୁ ଆସୁଥିବା ରସୁଣର ଉପରି ଭାଗ ଧଳା ହୋଇଥିବା ବେଳେ ଭିତରର ମଞ୍ଜି ଗୋଲାପୀ ଓ ଝାପ୍‌ସା କଳା ରଙ୍ଗର ହୋଇଥାଏ। ଏହାର ଆକାର ମଧ୍ୟ ସାଧାରଣ ରସୁଣ ଅପେକ୍ଷା ବଡ଼।

garlic2

ବର୍ତ୍ତମାନ ଚୀନ୍‌ରେ କରୋନା ଭାଇରସ୍‌ ଯୋଗୁ ହଜାରେରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିଲାଣି। ତେବେ ଚୀନରୁ ଆସୁଥିବା ରସୁଣକୁ କ୍ଲୋରିନ୍‌ରେ ବ୍ଲିଚ୍‌ କରାଯାଏ ଫଳରେ ଏହା ସମ୍ପୂର୍ଣ୍ଣ ଧଳା ହୋଇଯାଏ। ଏଥିରେ ପୋକମରା ଔଷଧ ବ୍ୟବହାର କରାଯାଏ। ଯାହା ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ ଓ ଏଥିରେ କାର୍ସିନୋଜେନିକ ଏବଂ ବିଷାକ୍ତ ଦ୍ରବ୍ୟ ମଧ୍ୟ ରହିଛି। ଦୀର୍ଘ ସମୟ ପର୍ଯ୍ୟନ୍ତ ଏହାର ବ୍ୟବହାର କରିବା ଦ୍ୱାରା ରୋଗ ହେବା ସମ୍ଭାବନା ରହିଛି। ଏଣୁ ଏହାକୁ ବ୍ୟବହାର ନ କରିବାକୁ ସରକାରଙ୍କ ତରଫରୁ ପରାମର୍ଶ ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.