ନିଜେ ଆୟ କରୁଥିବା କିଛି ପଇସା ଦାନ କରନ୍ତୁ, ଆର୍ଥିକ ସମସ୍ୟାରୁ ପାଇବେ ମୁକ୍ତି

ଯଦି ଆପଣ ଆର୍ଥିକ ସମସ୍ୟା ଦେଇ ଗତି କରୁଥାନ୍ତି କିମ୍ବା ଚାକିରି ଏବଂ ବାଣିଜ୍ୟରେ ଧନହାନିର ସାମ୍ନା କରୁଥିଲେ ଜ୍ୟୋତିଷ ଶାସ୍ତ୍ରରେ ଉପାୟ କରିପାରିବେ। ଏମିତି କିଛି ଉପାୟ ରହିଛି ଯାହା ଆର୍ଥିକ ସମସ୍ୟାରୁ ମୁକ୍ତି ଦେବ।
ନୂଆବର୍ଷ ଅର୍ଥାତ ୨୦୨୨ ମସିହା ଆରମ୍ଭ ହୋଇଛି। । ସମସ୍ତେ ଚାହାଁନ୍ତି ଆଗାମୀ ବର୍ଷ ଏହି ବର୍ଷ ଅପେକ୍ଷା ଆହୁରି ଭଲରେ କଟୁ । ଜ୍ୟୋତିଷ ଶାସ୍ତ୍ରରେ, ଗ୍ରହମାନଙ୍କର ଗତିବିଧି ଦ୍ୱାରା ଭବିଷ୍ୟତ ପୂର୍ବାନୁମାନ କରାଯାଏ । ଗ୍ରହମାନଙ୍କର ଗତିବିଧି ବ୍ୟକ୍ତିର ଜୀବନରେ ସିଧାସଳଖ ପ୍ରଭାବ ପକାଇଥାଏ ।
ଯେଉଁ କାରଣରୁ ବ୍ୟକ୍ତି ବିଭିନ୍ନ ପ୍ରକାରର ଆର୍ଥିକ ଏବଂ ମାନସିକ ସମସ୍ୟାରେ ଚିନ୍ତିତ ହୋଇରହିଥାଏ। ବାସ୍ତୁଦୋଷରୁ ମୁକ୍ତି ଏବଂ ଜୀବନରେ ସୁଖ-ସମୃଦ୍ଧି ପାଇବା ପାଇଁବାସ୍ତୁଶାସ୍ତ୍ରରେ ଅନେକ ଜିନିଷ ବିଷୟରେ କୁହାଯାଇଛି ଯାହାକୁ ଘରେ ରଖିବା ଦ୍ବାରା ଲକ୍ଷ୍ମୀଙ୍କ କୃପା ମିଳିଥାଏ।
ତେବେ କ’ଣ ରହିଛି ସେହି ଉପାୟ ନିଶ୍ଚିତ ଜାଣନ୍ତୁ:
– ନିଜେ ଆୟ କରୁଥିବା କିଛି ପଇସା ପ୍ରତି ମାସରେ ଦାନ କରନ୍ତୁ। ଏହାଦ୍ୱାରା ଦେବୀ ଲକ୍ଷ୍ମୀଙ୍କ କୃପା ମିଳିଥାଏ। ଘରେ ସୁଖ- ସମୃଦ୍ଧି ଫେରିଆସିବ। ଘରର ମହିଳାଙ୍କୁ ଅତ୍ୟଧିକ ସମ୍ମାନ ମିଳିବ। ମହିଳା ଦେବୀଙ୍କ ରୂପ ହୋଇଥିବାରୁ ସେମାନଙ୍କୁ ମଧ୍ୟ ସମ୍ମାନ ମିଳିବ।
– ଘରେ ତୁଳସୀ ଗଛ ଲଗାନ୍ତୁ ଏବଂ ପ୍ରତିଦିନ ସନ୍ଧ୍ୟାରେ ଗଛ ପାଖରେ ଘିଅଦୀପ ଜଳାନ୍ତୁ। ଦେବୀ ଲକ୍ଷ୍ମୀ ଆପଣଙ୍କ ଘର କେବେ ଛାଡିବେ ନାହିଁ। ଆଉ ଆପଣଙ୍କୁ ସବୁବେଳେ ସୁଖ ସମୃଦ୍ଧି ଏବଂ ଆଶୀର୍ବାଦ ମିଳିବ।

– ମାସର କୌଣସି ଶୁକ୍ରବାର ମଧ୍ୟ ୩ଟି ଅବିବାହିତ କନ୍ୟାକୁ ଖିରି ଖାଇବାକୁ ଦିଅନ୍ତୁ ଏବଂ କିଛି ପଇସା ସହିତ ହଳଦିଆ ବସ୍ତ୍ର ଦାନ କରନ୍ତୁ। ଏହାଦ୍ୱାରା ଦେବୀ ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି।
– ଆର୍ଥିକ ସଙ୍କଟ ଦୂର କରିବା ପାଇଁ ପ୍ରତ୍ୟେକ ବୁଧବାର ଦିନ ଗାଈକୁ ଘାସ ଖାଇବାକୁ ଦିଅନ୍ତୁ। ଘରେ କେବେ ବି କୌଣସି ଭଙ୍ଗାହୋଇଥିବା ବାସନ ରଖନ୍ତୁ ନାହିଁ କିମ୍ବା ବ୍ୟବହାର କରନ୍ତୁ ନାହିଁ। ଏହାଦ୍ୱାରା ସମସ୍ତ ସମସ୍ୟା ଦୂର ହୋଇଯାଏ।
– ପ୍ରତ୍ୟେକ ଶୁକ୍ରବାର ଶଙ୍ଖରେ ଭଗବାନ ବିଷ୍ଣୁଙ୍କୁ ଜଳ ଅର୍ପଣ କରନ୍ତୁ। ଏହାଦ୍ୱାରା ଲକ୍ଷ୍ମୀ ଅତ୍ୟଧିକ ପ୍ରସନ୍ନ ହୁଅନ୍ତି। ପ୍ରତିଦିନ ସ୍ନାନ କରିବା ପରେ ମା’ ଲକ୍ଷ୍ମୀଙ୍କୁ ପୂଜାର୍ଚ୍ଚନା କରି ଆଶୀର୍ବାଦ ନିଅନ୍ତୁ ଏବଂ ମଥାରେ କେସର ତିଳକ ଲଗାନ୍ତୁ।