Below header

ଆରାମ କରୁଥିବା ବେଳେ ଭୁଲରେ ବି ଏହି ଜୀବକୁ ହଇରାଣ କରନ୍ତୁ ନାହିଁ, ଭୋଗିବେ ନର୍କ ଯନ୍ତ୍ରଣା

ସନାତନ ଧର୍ମରେ ଗାଈକୁ ଏକ ଶୁଭ ତଥା ପୂଜନୀୟ ଜୀବ ବୋଲି କୁହାଯାଏ। ଗାଈକୁ ମା’ ବୋଲି କୁହାଯାଏ। ହିନ୍ଦୁ ଧର୍ମରେ କେତେକ ଖାସ୍‌ ଅବସରରେ ଗାଈକୁ ପୂଜା କରାଯାଏ। କିନ୍ତୁ ଯେତେବେଳେ ଗାଈ କ୍ଷୀର ଦେବା ବନ୍ଦ କରିଦିଏ ତା’ ସହ ଦୁର୍ବ୍ୟବହାର କରିବା ଆରମ୍ଭ କରିଦେଇଥାନ୍ତି। ଧର୍ମ ଶାସ୍ତ୍ରରେ ଗାଈକୁ କଷ୍ଟ ଦେବା ମହାପାପ ବୋଲି କୁହାଯାଏ। ଗାଈକୁ କଷ୍ଟ ଦେଲେ ନର୍କ ଯନ୍ତ୍ରଣା ଭୋଗିବାକୁ ପଡ଼େ। ତେବେ ଆସନ୍ତୁ ଜାଣିବା ଶାସ୍ତ୍ର ଅନୁସାରେ, ଗାଈକୁ କଷ୍ଟ ଦେଲେ କି କି ଦଣ୍ଡ ମିଳେ…

ଭୁଲରେ ବି ଗାଈ ସହ କରନ୍ତୁନି ଏସବୁ କାମ:

  • ଗାଈ କ୍ଷୀର ଦେବା ବନ୍ଦ କରିବା ପରେ ଯଦି ତାକୁ ମାଲିକ କମ୍‌ ଭୋଜନ ଓ ଚାରା ଦେଉଥାନ୍ତି, ତେବେ ତାଙ୍କୁ ନର୍କ ଯନ୍ତ୍ରଣା ଭୋଗ କରିବାକୁ ପଡ଼ିପାରେ। ଶାସ୍ତ୍ରରେ କୁହାଯାଇଛି ଗାଈ ବୃଦ୍ଧାବସ୍ଥାରେ ଉପନୀତ ହେଲେ ତାକୁ ମା’ ଭଳି ସେବା କରିବା ଉଚିତ।
  • ଗାଈକୁ ମାରିବା ନିଜ ମା’କୁ ମାରିବା ଭଳି ନିନ୍ଦନୀୟ ତଥା ଘୃଣ୍ୟ। ଏମିତି କରୁଥିବା ବ୍ୟକ୍ତି ଦୀର୍ଘ ଦିନ ଧରି ନର୍କ ଯନ୍ତ୍ରଣା ଭୋଗ କରିଥାନ୍ତି। ଏଥିସହ ପର ଜନ୍ମରେ ମନୁଷ୍ୟ ବଦଳରେ ପଶୁ ଯୋନିରେ ଜନ୍ମ ନେଇଥାନ୍ତି।
  • ଶାସ୍ତ୍ର ମୁତାବକ, ବାଛୁରୀ ପିଇ ସାରିବା ପରେ ହିଁ ବଳକା କ୍ଷୀରକୁ ଦୁହିଁବା ଉଚିତ। ଯେଉଁମାନେ ବାଛୁରୀ ଭାଗର କ୍ଷୀରକୁ ବି ଦୁହିଁ ନିଅନ୍ତି, ସେହି କ୍ଷୀରକୁ ପିଇବା ଲୋକ ଓ ଦୁହିଁବା ଲୋକକୁ ବି ଘୋର ପାପ ଲାଗେ।
  • ଆରାମ କରୁଥିବା ଗାଈକୁ କଷ୍ଟ ଦେଇ ଉଠାଉଥିବା ଲୋକଙ୍କ ପାଇଁ ଶାସ୍ତ୍ରରେ କୁହାଯାଇଛି ଯେ ଏଭଳି ଲୋକ ଆର ଜନ୍ମରେ ଭିକ ମାଗିଥାନ୍ତି। କୁହାଯାଏ, ଯେଉଁ ସ୍ଥାନରେ ଗାଈ ବସିଥାଏ ସେଠାରୁ ନକାରାତ୍ମକ ଉର୍ଜା ଶେଷ ହୋଇଯାଏ। ଏଣୁ ବସିଥିବା କିମ୍ବା ଆରାମ କରୁଥିବା ଗାଈକୁ କେବେ ବି କଷ୍ଟ ଦେବା ଉଚିତ ନୁହେଁ।
  • ଗାଈ ଖାଉଥିବା ବେଳେ କିମ୍ବା ପାଣି ପିଉଥିବା ବେଳେ ଯଦି କେହି ତାଙ୍କୁ ଘଉଡ଼ାଇ ଦିଅନ୍ତି ତେବେ ତାଙ୍କୁ ନର୍କ ଯାତନା ଭୋଗ କରିବାକୁ ପଡ଼େ।
  • ଗୋହତ୍ୟାକୁ ସବୁଠୁ ନୀଚ କର୍ମ ବୋଲି ଶାସ୍ତ୍ରରେ କୁହାଯାଇଛି। ଏଭଳି କାମ କରୁଥିବା ବ୍ୟକ୍ତିଙ୍କୁ ମହାପାପ ଶ୍ରେଣୀରେ ରଖାଯାଏ। ଏଭଳି ଲୋକ ନିଜ ଜୀବନ କାଳ ସହ ମୃତ୍ୟୁ ପରେ ବି ବହୁ କଷ୍ଟ ଭୋଗ କରିଥାନ୍ତି।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.