କ୍ରୀଡ଼ା ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ ବର୍ଷ ୨୦୨୨, ଜାଣନ୍ତୁ କାହିଁକି

କେନ୍ଯୁଜ୍: କ୍ରୀଡ଼ା ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ ବର୍ଷ ୨୦୨୨ । ୨୦୨୨ରେ ଅନେକ କ୍ରୀଡ଼ା ମହାକୁମ୍ଭ ଆୟୋଜନ ହେବାକୁ ଯାଉଛି । ଏକାଧିକ ବିଶ୍ୱସ୍ତରୀୟ ପ୍ରତିଯୋଗିତା ଆୟୋଜିତ ହେବାକୁ ଅଛି । କତାର ଫିଫା ବିଶ୍ୱକପ ଠାରୁ ଅଷ୍ଟ୍ରେଲିଆରେ ୨୦-୨୦ କ୍ରିକେଟ ବିଶ୍ୱକପ ଖେଳାଯିବ । ଫିଫା କୁରୁଷ ଫୁଟବଲ ପ୍ରତିଯୋଗିତା ୨୦୨୨ କାତାରରେ ନଭେମ୍ବର ୨୧ରୁ ଖେଳାଯିବ । ଏଥିରେ ୩୨ଟି ଦଳ ଅଂଶଗ୍ରହଣ କରିବେ ।

ଅଷ୍ଟ୍ରେଲିଆରେ ୨୦-୨୦ କ୍ରିକେଟ ବିଶ୍ୱକପ ଖେଳାଯିବ । ଅକ୍ଟୋବର ୧୬ରୁ ବିଶ୍ୱକପ ଖେଳାଯିବ । ଏଥିରେ ୧୬ଟି ଦଳ ଅଂଶଗ୍ରହଣ କରିବେ । FIH ମହିଳା ହକି ବିଶ୍ୱକପ ଜୁଲାଇ ୧ରୁ ସ୍ପେନ ଓ ନେଦରଲାଣ୍ଡରେ ଖେଳାଯିବ । ୱେଷ୍ଟଇଣ୍ଡିଜରେ ଜାନୁଆରୀ ୧୪ରୁ ୧୯ ବର୍ଷରୁ କମ କ୍ରିକେଟ ବିଶ୍ୱକପ ଖେଳାଯିବ ।

ସେହିଭଳି ICC ମହିଳା ଦିନିକିଆ କ୍ରିକେଟ ବିଶ୍ୱକପ ମାର୍ଚ୍ଚ ୪ରୁ ନ୍ୟୁଜିଲାଣ୍ଡରେ ଖେଳାଯିବ । ଏଥିରେ ୮ଟି ଦଳ ଅଂଶଗ୍ରହଣ କରିଛନ୍ତି । ସେହିଭଳି ଅନେକ ବିଶ୍ୱସ୍ତରୀୟ କ୍ରୀଡା ଉପରେ କ୍ରୀଡାବିତ୍‌ଙ୍କ ନଜର ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.