ନୂଆବର୍ଷରେ ଡେରିରେ ଦେଖା ଦେଲେ ସୂର୍ଯ୍ଯ, ବିଭିନ୍ନ ସ୍ଥାନରେ କୋହଲା ପାଗକୁ ଅଳ୍ପ ଖରା

ଭୁବନେଶ୍ବର(କେନ୍ଯୁଜ୍): ଲେଉଟିଛିବ ଜାଡ। ଆସନ୍ତା ୪ରୁ ୫ଦିନ ମଧ୍ୟରେ ରାଜ୍ୟରେ ତାପମାତ୍ରା କମିବ ବୋଲି କୁହାଯାଇଥିଲା। ବିଶେଷ କରି ରାତି ତାପମାତ୍ରା ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ଖସିବ। ରାଜ୍ୟକୁ ପୁଣି ଶୀତ ଫେରିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଥିଲା।

ଆଜି ପାଇଁ ୧୮ ଜିଲ୍ଲାରେ ଘନ କୁହୁଡି ଦେଖା ଦେବ। ତେଣୁ ସତର୍କ ସୂଚନା ଜାରି କରିଥିଲେ ସ୍ୱତନ୍ତ୍ର ରିଲିଫ୍‌ କମିଶନର। ଏନେଇ ସମସ୍ତ ଜିଲ୍ଲାପାଳ ଓ ଏସ୍‌ପି ମାନଙ୍କୁ ଚିଠି ଲେଖାଯାଇଛି। ଏବେ ରାଜ୍ୟର କିଛି ସ୍ଥାନରେ ସ୍ୱାଭାବିକଠୁ ୩ରୁ ୫ ଡିଗ୍ରୀ ସେଲ୍‌ସିୟସ ପର୍ଯ୍ୟନ୍ତ ତାପାମାତ୍ରା ଅଧିକ ରହୁଥିବାବେଳେ ଧୀରେ ଧୀରେ ତାପମାତ୍ରା କମିବ।

ଅନ୍ଯପଟେ ନୂଆବର୍ଷରେ ଡେରିରେ ଦେଖା ଦେଲେ ସୂର୍ଯ୍ଯ। ବିଭିନ୍ନ ସ୍ଥାନରେ କୋହଲା ପାଗ ଥିବାରୁ ସକାଳୁ ସକାଳୁ ସୂର୍ଯ୍ଯଙ୍କ ଦେଖା ମିଳିନଥିଲା । ହେଲେ ପାଖାପାଖି ୯ଟା ପରେ ପାଗରେ ସାମାନ୍ଯ ପରିବର୍ତ୍ତନ ହୋଇଥିଲା। ବିଭିନ୍ନ ସ୍ଥାନରେ କୋହଲା ପାଗକୁ ଅଳ୍ପ ଖରା ପଡିଥିଲା । ଯାହା ନୂଆ ବର୍ଷର ପ୍ରଥମ ସକାଳକୁ ଖୁବ୍ ମଜାଦାର କରିଛି।

You might also like