କଙ୍ଗନାଙ୍କୁ ମିଳିଲା ୬୦ ଦଶକର କ୍ୟାମେରା, କହିଲେ ‘ମୁଁ ପ୍ରସ୍ତୁତ ଅଛି’

ବଲିଉଡର କୁଇନ କଙ୍ଗନା ରଣାଓ୍ଵତ ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ ରହିଥାନ୍ତି। ନିଜର ଫଟୋ ହେଉ ଅବା ବିବାଦୀୟ ମନ୍ତବ୍ୟ ଯୋଗୁଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି କଙ୍ଗନା। ନିକଟରେ କଙ୍ଗନା ଇନଷ୍ଟାରେ ଦୁଇଟି ଫଟୋ ସେୟାର କରିଛନ୍ତି, ଯାହା ତାଙ୍କ ଫ୍ୟାନ୍ସଙ୍କୁ ବେଶ୍‌ ପସନ୍ଦ ଆସିଛି। ଏହି ଫଟୋରେ କଙ୍ଗନା ଫିଲ୍ମ ନିର୍ଦ୍ଦେଶକଙ୍କ ସିଟ୍‌ରେ ବସିଥିବା ନଜର ଆସିଛନ୍ତି। କଙ୍ଗନା ଏହି ମୂଲ୍ୟବାନ ଉପହାର ପାଇ ବହୁତ ଖୁସି ଅଛନ୍ତି। ଜଣାଶୁଣା ନିର୍ଦ୍ଦେଶକ ବିମଲ ରାୟଙ୍କ ପରିବାର କଙ୍ଗନାଙ୍କୁ ଏକ କ୍ୟାମେରା ଦେଇଛନ୍ତି ଯାହା ୬୦ ଦଶକରେ ବ୍ୟବହୃତ ହେଉଥିଲା।

କଙ୍ଗନା ଇନଷ୍ଟାଗ୍ରାମରେ ଦୁଇଟି ଫଟୋ ସେୟାର କରିଛନ୍ତି। ଗୋଟିଏ ଫଟୋରେ, ସେ ଉଚ୍ଚତାରେ କ୍ୟାମେରା ଅପରେଟ କରୁଥିବାର ନଜର ଆସିଛନ୍ତି। ଅନ୍ୟ ଫଟୋରେ, ସେ କ୍ୟାମେରାକୁ ଦେଖୁଛନ୍ତି, ଖୁସି ତାଙ୍କ ମୁହଁରେ ସ୍ପଷ୍ଟ ଦେଖାଯାଉଛି। ସେ ତାଙ୍କ ପୋଷ୍ଟରେ କହିଛନ୍ତି-ଏହା କୌଣସି ସାଧାରଣ ଦିନ ନୁହେଁ, ଟିକୁ ୱେଡ୍ସ ଶେରୁର ସେଟରେ, ଭାରତୀୟ ସିନେମାର ୧୯୫୦ ସୁବର୍ଣ୍ଣ ଯୁଗର ଏକ ବିରଳ ରତ୍ନ ନୂତନ କ୍ୟାମେରା ମୋତେ ମିଳିଛି ।

 

View this post on Instagram

 

A post shared by Kangana Thalaivii (@kanganaranaut)

କଙ୍ଗନା ଆହୁରି ଲେଖିଛନ୍ତି – ମୁଁ ମୋର ଦ୍ୱିତୀୟ ଫିଚର୍ ଫିଲ୍ମ ଏମରଜେନ୍ସିର ନିର୍ଦ୍ଦେଶନା ଦେବାକୁ ପ୍ରସ୍ତୁତ, ତେଣୁ ଏହା ମୋ ପାଇଁ କୌଣସି ବରଦାନ ଠାରୁ କମ୍ ନୁହେଁ… କେତେ ସୁନ୍ଦର ଦିନ… ଫିଲ୍ମ ପାଇଁ ମୋତେ ଏହି ମୂଲ୍ୟବାନ ଉପହାର ଦେଇଥିବାରୁ ବିମଲ ରାୟଙ୍କ ପରିବାରକୁ ଧନ୍ୟବାଦ। ସେମାନେ ମୋତେ ଫିଲ୍ମ ପାଇଁ ଅମୂଲ୍ୟ ରତ୍ନ ଦେଇଛନ୍ତି।

ସୂଚନାଯୋଗ୍ୟ, ଏହି ଫିଲ୍ମ ଛଡା କଙ୍ଗନା ‘ତେଜସ୍‌’ର ସୁଟିଂ ଜାରି ରଖିଛନ୍ତି। ଯାହାର ସୁଟିଂ ଫଟୋକୁ ସେ ସେୟାର କରନ୍ତି। ଏହି ଫିଲ୍ମକୁ ଫ୍ୟାନ୍ସ ଅପେକ୍ଷା କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.