ଆର୍ଥିକ ସଂକଟ ଯୋଗୁ ଯଦି ଚିନ୍ତାରେ, କରନ୍ତୁ ରସୁଣର ଏହି ଉପାୟ, ବଦଳିଯିବ ଆପଣଙ୍କ ଭାଗ୍ୟ

ଖାଦ୍ୟରେ ରସୁଣ ପ୍ରୟୋଗ ଟିକେ ହୋଇଗଲେ ତାର ସ୍ୱାଦ ବଦଳିଯାଏ । ସ୍ୱାସ୍ଥ୍ୟ ପାଇଁ ରସୁଣ ବହତୁ ଲାଭକାରୀ ହୋଇଥାଏ । ହାର୍ଟ ରୋଗ ପାଇଁ ରସୁଣ ବହୁତ ଲାଭକାରୀ ହୋଇଥାଏ । ହେଲେ ଖାଦ୍ୟ ବ୍ୟତୀତ ଜ୍ୟୋତିଷ ଶାସ୍ତ୍ରରେ ମଧ୍ୟ ରସୁଣର ପ୍ରୟୋଗ ଆର୍ଥିକ ଲାଭ ପାଇଁ କରାଯିବାକୁ କୁହାଯାଇଛି ।

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଗୋଟିଏ ଛୋଟ ପାଖୁଡା ରସୁଣ ମଧ୍ୟ ଜୀବନରେ ଥିବା ଆର୍ଥିକ ସଂକଟକୁ ସୁଧାରିବା ସହ ଅନ୍ୟ ସମସ୍ୟାରୁ ମଧ୍ୟ ମୁକ୍ତି ଦେଇପାରେ । ଆସନ୍ତୁ ଜାଣିବା ଆପଣଙ୍କ ଶୋଇଥିବା ଭାଗ୍ୟକୁ ଉଠାଇବାର ପାଇଁ ଜ୍ୟୋତିଷ ଶାସ୍ତ୍ରରେ ଦିଆଯାଇଥିବା କିଛି ଉପାୟ ସମ୍ପର୍କରେ ।

୧.  ଆର୍ଥିକ ସଂକଟ ଦୂର କରିବା ପାଇଁ :

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଯେଉଁ ଲୋକ ଖୁବ ପରିଶ୍ରମ କରିବା ପରେ ମଧ୍ୟ ଆଶାନୁରୁପ ଫଳ ପାଉ ନାହାଁନ୍ତି । ସେମାନେ ଏକ ଲାଲ ରଂଗର କପଡାରେ ଦୁଇ ପାଖୁଡା ରସୁଣ ରଖିକରି ଏକ ପୁଟୁଳି ବନାଇ ଦିଅନ୍ତୁ । ପରେ ରସୁଣର ଏହି ପୁଟୁଳିକୁ ମାଟି ଖୋଳି ପୋତି ଦିଅନ୍ତୁ । ଆପଣଙ୍କ ଆର୍ଥିକ ସମସ୍ୟା ଦୂର ହେବା ସହ ଧନ ବୃଦ୍ଧି ଘଟିବ ।

୨. ନକରାତ୍ମକ ଶକ୍ତି ଦୂର କରିବା ପାଇଁ :

ଜୀବନରେ ନକରାତ୍ମକ ଶକ୍ତିର ପ୍ରଭାବ ଯୋଗୁ କାର୍ଯ୍ୟରେ ବାଧା ଉପୁଜିଥାଏ । ତେଣୁ ଜୀବନରେ ନକରାତ୍ମକ ପ୍ରଭାବରୁ ରକ୍ଷା ପାଇବା ପାଇଁ ମଙ୍ଗଳବାର ବା ଶନିବାର ଦିନ ଏକ ବାଡିରେ ୭ ପାଖୁଡା ରସୁଣକୁ ବାନ୍ଧି ଏହାକୁ ଘରର ଛାତ ଉପରେ ରଖି ଦିଅନ୍ତୁ । ଏହାଦ୍ୱାରା ଜୀବନରେ ସକରାତ୍ମକ ଶକ୍ତିର ବାସ ହୋଇଥାଏ ।

୩. ସଂଚୟ ବଢ଼ାଇବା ପାଇଁ :

ଯଦି ବହୁ ଚେଷ୍ଟା କରି ବି ଆପଣ ସଂଚୟ କରିପାରୁ ନାହାଁନ୍ତି ତେବେ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଆପଣଙ୍କ ପର୍ସରେ ଶନିବାର ଦିନ ରସୁଣର ଏକ ପାଖୁଡା ରଖି ଦିଅନ୍ତୁ ।

୪. ବ୍ୟବସାୟରେ ଲାଭ ପାଇବା ପାଇଁ :

ବେପାରରେ ଲାଭ ପାଇବା ପାଇଁ ଆପଣଙ୍କ କାର୍ଯ୍ୟାଳୟର ମୁଖ୍ୟ ଦ୍ୱାର ଉପରେ ହଳଦିଆ ରଂଗର କପଡାରେ ସାତ ପାଖୁଡା ରସୁଣ ବାନ୍ଧି ଲଟକାଇ ଦିଅନ୍ତୁ । ଫଳରେ ବେପାରରେ କ୍ଷତି ଆଶଙ୍କା କମିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.